ଓଡ଼ିଶା ଖବରନ୍ୟୁଜ୍

ଦୀପ ନିଆଁ ରେ ପୋଡି ହୋଇ ଚାରି ଗୁରୁତର

ଦୀପ ନିଆଁ ରେ ପୋଡି ହୋଇ ଚାରି ଗୁରୁତର

ଭଞ୍ଜନଗର:-(ରିପୋର୍ଟ :-ଅନିଲ ସେଠି )ଗଞ୍ଜାମ ସୋରଡ଼ା ଥାନା ବନ୍ଧାଗୋଚ୍ଛା ଗ୍ରାମ ରେ ଅଭାବନିୟ ଘଟଣା l ପେଟ୍ରୋଲ ଦୀପ ଲଗାଇବା ବେଳେ ଦୀପ ଫାଟି ଗୋଟିଏ ପରିବାରର ଚାରି ଜଣ ଗୁରୁତର ଆହତ ହୋଇଛନ୍ତି lଗୁରୁତର ମାନେ ହେଲେ ବାପା ମା ଝିଅ ଚାରି ବର୍ଷର ନାତୁଣୀ ଥିବା ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଅଂଚଳ ରେ ହାତୀ ଚଳ ପ୍ରଚଳ ଯୋଗୁଁ ସୁରକ୍ଷା ଦୃଷ୍ଟି ରୁ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ କାଟ କରାଯାଇଥିଲା l ବନ୍ଧାଗୋଚ୍ଛା ଗ୍ରାମ ର ଛବି ନାଇକ ଅନ୍ଧାର ରୁ ବର୍ତ୍ତିବା ପାଇଁ କିରୋସିନ ଅଭାବ ଯୋଗୁଁ ଘରେ ଥିବା ପେଟ୍ରୋଲ ଦୀପକୁ ବ୍ୟବହାର କରିଥିଲେ l ଯାହା ଫଳରେ ପେଟ୍ରୋଲ ଦୀପଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା lଝିଅ ନାତୁଣୀ ଦେହରେ ନିଆଁ ଲାଗିଥିବା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ବାପା ମା ମଧ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ।ପାଟି ଶୁଣି ଗ୍ରାମର ଲୋକେ ଘର ଭିତରୁ ନିଆକୁ ଆୟତ୍ତ କରି ଗୁରୁତର ମାନଙ୍କୁ ଉଦ୍ଧାର କରିଥିଲେ।ସେଠାରୁ ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲ କୁ ଆଣିଥିଲେ l

ଡାକ୍ତର ସେଠାରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇ ଜଣଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବା ରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି lଗୁରୁତର ମାନେ ହେଲେ ମା ଧୋବୁଣି ନାଇକ, ବାପା ଛବି ନାଇକ ଏବଂ ଝିଅ ସୁଷମା ନାଇକ ଓ ତାଙ୍କ ଝିଅ ଅଞ୍ଜଳି ନାଇକ ( 6) l ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l

Related posts

ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

Odisha Halchal

ଝିଅକୁ ପିଟି ପିଟି ମାରିଦେଲେ ବାପା ଓ ସାବତ ମାଆ, ଦୋଷ ଧରିଦେଲେ ଗାଁ ଲୋକେ

Odisha Halchal

ବିମାନବନ୍ଦରରେ କଡାକଡି ହେଲା କଟକଣା

Odisha Halchal

Leave a Comment