ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲାରେ ବାଘ ଆତଙ୍କ

ଜିଲ୍ଲାରେ ବାଘ ଆତଙ୍କ

ନୂଆପଡା :-ସ୍ଥାନୀୟ ନୂଆପଡା ବ୍ଲକ ଧରମବନ୍ଧା ଗ୍ରାମପଞ୍ଚାୟତ ସିଲିହାରୀବାହାରା ଠାରେ ଦୁଇଟି କଲରାପତରିଆ ବାଘ ଠାବ ମିଳିଛି. ସୂଚନାମୁତାବକ ଗ୍ରାମର କିଛି ବ୍ୟକ୍ତି ମହୁଲ ସଂଗ୍ରହ ପାଇଁ ଜଙ୍ଗଲ ଆଡ଼କୁ ଯାଇଥିବା ସମୟରେ ସକାଳ 6ଟାରେ ଦୁଇଟି ବାଘ ଶୋଇ ରହିଥିବା ଦେଖି ଗ୍ରାମବାସୀ ଜଙ୍ଗଲ ବିଭାଗ, ଭେଟେନାରୀ ଅଫିସରଙ୍କୁ ତୁରନ୍ତ ଜଣାଇଥିଲେ l

ଏହି ଖବର ଶୁଣି ପଦାଧିକାରୀ କର୍ମଚାରୀମାନେ ଆସି ଦେଖିଲେ ଯେ ଗୋଟିଏ ବାଘ ଜଙ୍ଗଲ ଭିତରକୁ ଯାଇ ସାରିଛି ଓ ଅନ୍ୟ ବାଘଟି ଅଚେତ ଅବସ୍ଥାରେ ପଡି ରହିଛି. ତେଣୁ ତା ଉପରେ ପାଣି ଢ଼ାଳିବାରୁ ସେ ହୋସ ଫେରି ପାଇଛି. ତେଣୁକରି ବନ ବିଭାଗ କର୍ମଚାରୀମାନେ ନେଟ ସାହାଯ୍ୟରେ ବାଘକୁ କାବୁକରି ନୂଆପଡା ମୁଖ୍ୟ କାର୍ଯ୍ୟାଳୟକୁ ଆଣିଛନ୍ତି. ବାଘକୁ ସାଲାଇନ ଓ ଔଷଧ ଦିଆଯାଉଛି. ବର୍ତ୍ତମାନ ବାଘ ସୁସ୍ଥ ଥିବା ଜଣାପଡିଛି. ଅନ୍ୟ ବାଘ ଜଙ୍ଗଲ ପଟେ ଯାଇଥିବାରୁ ବନ କର୍ମଚାରୀମାନେ ଜନ ସାଧାରଣଙ୍କୁ ଏକୁଟିଆ ଜଙ୍ଗଲ ଯିବା ମନା ଓ କେହି ଖାଲି ହାତରେ ରହିବେ ନାହିଁ ବୋଲି ବୁଝାଇ ଛନ୍ତି l

ଭଗବାନଙ୍କ ସୃଷ୍ଟିରେ ସମସ୍ତେ ଜୀବନ ଧାରଣ କରି ଏହି ପୃଥିବୀରେ ବଂଚିବା ପାଇଁ ସ୍ୱାଧୀନତା ଅଧିକାର ରହିଛି.ସମସ୍ତ ଜୀବଜଗତର ପ୍ରାଣ ସମାନ. ସମସ୍ତ ପଶୁ ପକ୍ଷୀମାନଂକୁ ସୁରକ୍ଷା କରିବା ଆମ୍ଭ ସମସ୍ତଙ୍କର ଦାୟିତ୍ୱ ଅଟେ. ବାଘ ଭଳି ପଶୁ ଏବେ ବିଲୁପ୍ତ ହେବାର ଦେଖାଯାଉଛି. ତେଣୁକରି ସମସ୍ତେ ମିଶି ତାକୁ ସୁରକ୍ଷିତ ରଖିବା ଦରକାର. ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଦେଖାଦେଇଛି ତେଣୁକରି ଜନ ସଚେତନ କରି ସମସ୍ତେ ଜୀବଜନ୍ତୁଙ୍କୁ ରକ୍ଷା କରିବା l

Related posts

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏ କଣ କହି ଗଲେ ?

Odisha Halchal

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

Odisha Halchal

Leave a Comment