ଓଡ଼ିଶା ଖବରନ୍ୟୁଜ୍

ଦୁର୍ଗମ ଅଂଚଳରେ ପୀଡିଏସ ଚାଉଳ ବଣ୍ଟନ

ଦୁର୍ଗମ ଅଂଚଳରେ ପୀଡିଏସ ଚାଉଳ ବଣ୍ଟନ

ନୂଆପଡା(ବ୍ୟୁରୋ ଓଡିଶା ହାଲଚାଲ) :-ଦୁର୍ଗମ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମ ପଂଚାୟତରେ ପୀଡିଏସ ଚାଉଳ ବଣ୍ଟନର ଶୁଭାରମ୍ଭ ।ନୂଆପଡା ଜିଲ୍ଲା କୋମନା ବ୍ଲକ ଦୁର୍ଗମ ପାହାଡିଆ ଅଂଚଳ ସୁନାବେଡା ଓ ଶୋଷେଙ୍ଗ ଗ୍ରାମପଞ୍ଚାୟତରେ PDS ଚାଉଳ ବଣ୍ଟନ ଶୁଭାରମ୍ଭ କରାଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରଣା ଯୋଗଦାନ ଉଦଘାଟନ କରିଥିଲେ । ତାଙ୍କ ସହିତ ସୁନାବେଡା ଓ ଶୋଷେଙ୍ଗ ଗ୍ରାମପଞ୍ଚାୟତ ସରପଞ୍ଚ ଓ ଶୋଷେଙ୍ଗ ଗ୍ରାମ ପଂଚାୟତର ଭାସିଲ ଗାଁ ଗ୍ରାମବାସୀ ଓ ସୁନାବେଡା ଗ୍ରାମପଞ୍ଚାୟତର ଝରଲାମ, ଉପକାପାନୀ, ଶିବ ନାରାୟଣ ପୁର, ରାଜା କେନ୍ଦୁପଡା ଓ କମାଖୋଜ ଗ୍ରାମର ଶତାଧିକ ଲୋକମାନେ ରହି ଚାଉଳ ସୁବିଧା ପାଇଥିଲେ ।

ସେମାନେ ପ୍ରଥମ କରି ଦୁର୍ଗମ ଅଂଚଳରେ ବିଡ଼ିଓ ମହାଶୟଙ୍କୁ ଦେଖି ଖୁସି ଅନୁଭବ କରିଥିଲେ ।ନୂଆପଡା ଜିଲ୍ଲାର ସୁନାବେଡା ଏକ ଦୁର୍ଗମ ଓ ପାହାଡିଆ, ଅଧିବାସୀ ଅଂଚଳ. ସେଠି ଗମନାଗମନ ଅସୁବିଧା ହୁଏ । ସେହି ସ୍ଥାନକୁ ଯାଇ ବିଡ଼ିଓ ମହାଶୟ ଆଦିବାସୀମାନଙ୍କ ମୁହଁରେ ହସ ଫୁଟାଇ ଥିବାରୁ ଅଂଚଳବାସୀ ଖୁସି ହେବା ସହ ସରକାରଙ୍କ ସମସ୍ତ ଯୋଜନାର ସୁବିଧା କରିବା ପାଇଁ ବିଡ଼ିଓ ମହାଶୟଙ୍କୁ ଅନୁରୋଧ କରିଥିଲେ ।

Related posts

ସାବତମାର ନିର୍ଯ୍ୟାତନା ସହି ନପାରି ଆତ୍ମହତ୍ୟା

Odisha Halchal

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

Odisha Halchal

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

Odisha Halchal

Leave a Comment