ଅପରାଧଓଡ଼ିଶା ଖବରନ୍ୟୁଜ୍

ନବରଙ୍ଗପୁର ରେ ଥମୁନି କଳା ସାମ୍ରାଜ୍ୟର କାରବାର

ନବରଙ୍ଗପୁର ରେ ଥମୁନି କଳା ସାମ୍ରାଜ୍ୟର କାରବାର

ନବରଙ୍ଗପୁର:-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ)ନବରଙ୍ଗପୁର ରେ ଥମୁନି କଳା ସାମ୍ରାଜ୍ୟର କାରବାର , ସୁନା ଶଙ୍ଖ, ଇଟା କାରବାର ଘଟଣାର କିଛି ଦିନର ବ୍ୟବ୍ୟଧାନ ପରେ ପୁଣି ସାମ୍ନା କୁ ଆସିଲା ନକଲି ସୁନା ଶଙ୍ଖ ଘଟଣା , କ୍ରେତା ଓ ବିକ୍ରେତା କୁ ବାନ୍ଧିଲା ପୋଲିସ ,
ନକଲି ସୁନା ଶଙ୍ଖ କାରବାର ଓ ଅପହରଣ ଅଭିଯୋଗରେ 2 ଅଭିଯୁକ୍ତ କୁ ଗିରଫ କରି କୌର୍ଟ ଚାଲାଣ କରିଛି ପୋଲିସ , ଉକ୍ତ ଘଟଣାରେ ସଂପୃକ୍ତ ରହି ଅପହୃତ ହୋଇଥିବା ନବରଙ୍ଗପୁର ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ଜଣେ ଯୁବକଙ୍କୁ ସେଠାରୁ ଉଦ୍ଧାର କରିବା ସହ ମଧ୍ୟପ୍ରଦେଶ ରାଜ୍ୟର ବେତୁଲ୍ ଅଂଚଲର ଜଣେ ଭଣ୍ଡ ବାବାକୁ ଉଠେଇ ଆଣିଲା ପୋଲିସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ମୈଦଲପୁର ପୋଲିସ ।

ଯୁବକ ଙ୍କୁ ଅପହରଣ କରି ୬ ଲକ୍ଷ ଟଙ୍କା ଦାବି ଅଭିଯୋଗ ରେ ଛତିଶଗଡ ରାଜ୍ୟ ବେଚଲି ଅଂଚଳରେ ଜଣେ ଭଣ୍ଡ ବାବା ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରେ ବନ୍ଧକ ଥିବା ନବରଙ୍ଗପୁର ଜିଲ୍ଲା ର ଜଣେ ଯୁବକ ଙ୍କୁ ଉଦ୍ଧାର କରି କୋର୍ଟ ଚାଲାଣ କରିଛି ପୋଲିସ ।ଚଳଚ୍ଚିତ୍ର ଢଙ୍ଗ ରେ ନକଲି ସୁନା ଶଙ୍ଖ ଦେଇ ଅନ୍ୟକୁ ଫସାଇଇବା ମହଙ୍ଗା ପଡିଲା ଅନ୍ୟ କୁ ଫସାଇବାକୁ ଉଦ୍ୟମ କରିବାକୁ ଯାଇ ନିଜେ ନିଜେ ଫସିଗଲେ ଯୁବକ। ସୁନା ଶଙ୍ଖ ବାବଦରେ ଟଙ୍କା ଦେବା ପାଇଁ ଡାକି ଯୁବକଙ୍କୁ ଅପହରଣ କରି ପରିବାର ଲୋକଙ୍କୁ ୬ଲକ୍ଷ ଟଙ୍କା ଦାବି କରିଥିଲେ ମଧ୍ୟପ୍ରଦେଶ ରାଜ୍ୟର ଜଣେ ଭଣ୍ଡ ବାବା ଓ ତାଙ୍କ ସମର୍ଥକ । ଅପହୃତ ଯୁବକଙ୍କ ପତ୍ନୀ ବନ୍ଦିତାଙ୍କ ଏତଲାକୁ ଆଧାର କରି ମଇଦଲପୁର ଥାନାରେ କେସ ନଂ ୧/୨୩ ରେ ଏକ ନିଖୋଜ ମାମଲା ଦାୟର କରିଥିଲା। କିଡନାପ ନେଇ ବନ୍ଦିତାଙ୍କ ନିକଟକୁ ଫୋନ ଆସିବା ପରେ ବନ୍ଦିତା ତା‌ଙ୍କ ସ୍ବାମୀକୁ କିଡନାପ କରି ୬ ଲକ୍ଷ ଟଙ୍କା ମାଗୁଥିବା ନଚେତ ହତ୍ୟା ଧମକ ମିଳିଥିବା ନେଇ ପୁଣି ମଇଦଲପୁର ଥାନାର ଦ୍ବାରସ୍ଥ ହୋଇଥିଲେ। କିଡନାପ ମାମଲା ରେ ପୁଣି ମଇଦଲପୁର ଥାନାରେ କେସ ନଂ ୬ /୨୩ ରେ ମାମଲା ରୁଜୁ କରି ତଦନ୍ତ ଜୋରସାର ଆରମ୍ଭ ହୋଇଥିଲା ।

ନବରଙ୍ଗପୁର ଏସପି ଏସ.ସୁଶ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପାପଡାହାଣ୍ଡି ଏସଡିପିଓ ଆଦିତ୍ୟ ସେନ ଓ ମୈଦଲପୁର ଥାନା ଅଧିକାରୀ ନଟବର ନନ୍ଦ ଏହି ଘଟଣାକୁ ଗୁରୁତର ସହିତ ନେଇ ମଇଦଲପୁର ଥାନା ପକ୍ଷରୁ ଏ ନେଇ ଏକ ସ୍ବତନ୍ତ୍ର ଟିମ୍ ରବିନ୍ଦ୍ରକୁ ଉଦ୍ଧାର କରିବା ପାଇଁ ତୁରନ୍ତ ମଧ୍ୟପ୍ରଦେଶ ପଠାଇଥିଲେ। ମଇଦଲପୁର ପୁଲିସ ଶେଷରେ ମଧ୍ୟପ୍ରଦେଶ ପୁଲିସର ସହାୟତାରେ ବେତୁଲ ଜିଲ୍ଲାର ଛି‌ଛୋଲି ଗ୍ରାମରେ ପହଞ୍ଚି ଏକ ବନ୍ଦ କୋଠରୀ ରୁ ରବିନ୍ଦ୍ରକୁ ଉଦ୍ଧାର କରିବା ସହ ବିଦ୍ୟା ସାଗର ଦୁବେ ନାମକ ଜଣେ ଭଣ୍ଡ ବାବା କୁ ଉଠାଇ ଆଣିଥିଲେ । ବିଦ୍ୟା ସାଗରକୁ ମଇଦଲପୁର ଥାନାରେ ଅଟକ ରଖି ପଚାରାଉଚାରା କରୁଛି ପୋଲିସ । ଅନ୍ୟ ପକ୍ଷରେ ସେ କୌଣସି ନକଲି ଶଙ୍ଖ କାରବାର ଘଟଣା ରେ ଜଡିତ ନ ଥିବା ଏବଂ ସାଙ୍ଗ ମାନଙ୍କ ଚକ୍ରାନ୍ତ ରେ ଫସି ଯାଇଥିବା ପ୍ରକାଶ କରିଛନ୍ତି ରବୀନ୍ଦ୍ର ମିର୍ଗାମ ।

ଭଣ୍ଡ ବାବା ବିଦ୍ୟା ସାଗର ତାକୁ ଏକ ବନ୍ଦ କୋଠରୀ ରେ ରଖି ପରିବାର ଲୋକଙ୍କୁ ହତ୍ୟା ଉଦ୍ୟମ କରିବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ରବିନ୍ଦ୍ର ମିରଗାନ କହିଛନ୍ତି। ଏହାସହ ଟଙ୍କା ବଦଳରେ କିଡନୀ ବାହାର କରିଦେବାକୁ ଚାପ ପ୍ରୟୋଗ କରିଥିବା ଓ ହତ୍ୟା ଉଦ୍ୟମ କରିଥିବା ରବୀନ୍ଦ୍ର ମିରଗାନ କହିଛନ୍ତି ଏଥିସହ ତାଙ୍କ ଗୁପ୍ତାଙ୍ଗ କୁ କ୍ଷତି ପହଞ୍ଚାଇଥିବା ଅଭିଯୋଗ କରିଛନ୍ତି । ଅପର ପକ୍ଷରେ ସେ ନକଲି ସୁନା ଶଙ୍ଖ କାରବାର ରେ ସମ୍ପୁର୍କ୍ତ ଥିବା ସ୍ୱୀକାର କରିବା ସହ ହତ୍ୟା ଉଦ୍ୟମ ଓ କିଡନୀ ବାହାର କରିବା ଘଟଣା କୁ ଖଣ୍ଡନ କରିଛନ୍ତି ବାବା ବିଦ୍ୟାସାଗର । ଏପରି ନକଲି ସୁନା ଶଙ୍ଖ କାରବାର ନବରଙ୍ଗପୁର ଜିଲ୍ଲାରେ କିଛି ନୁଆ କଥା ନୁହେଁ। ପୂର୍ବରୁ ବି ରାଜ୍ୟ ଓ ରାଜ୍ୟ ବାହାର କିଛି ଲୋକେ ଆସି ସାଗ ମାଛ ଦରରେ ସୁନା ଶଙ୍ଖ ପାଇବା ଆଶାରେ ନବରଙ୍ଗପୁର ଆସି ଫସିଛନ୍ତି।

Related posts

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ

Odisha Halchal

ଜୀବନ ଯୁଦ୍ଧରେ ହାରିଲେ ଗୌରବ, ୪୦ ଫୁଟ୍ ଗଭିର ବୋରେୱେଲରେ ପଡ଼ି ୪ ବର୍ଷ ଶିଶୁର ମୃତ୍ୟୁ

Odisha Halchal

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

Odisha Halchal

Leave a Comment