ଓଡ଼ିଶା ଖବରନ୍ୟୁଜ୍

ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି

ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି

କୋରାପୁଟ:-୩୩ କିମି ବୋହିଲେ ପତ୍ନୀଙ୍କ ଶବ ନଥିଲା ଟଙ୍କା, ଯୋଗାଡ ହେଲାନି ଆମ୍ବୁଲାନ୍ସ; ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚାଲିଲେ ସ୍ୱାମୀ । ଗୋଟିଏ କି ଦୁଇ କିଲୋମିଟର ନୁହେଁ ୩୩ କିଲୋମିଟର ଚାଲିଲେ ।

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଜଣେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ । ପାଖାପାଖି ୩୩ କିଲୋମିଟର ପତ୍ନୀଙ୍କ ମୃତଦେହ ଧରି ଚାଲିବା ପରେ ଏପରି ଏକ ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା । ଆଉ ଆନ୍ଧ୍ର ପୋଲିସ ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା ।

କୋରାପୁଟ ପଟାଙ୍ଗି ଅଞ୍ଚଳର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ତଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସାଗରବାଲ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତଦେହ ଗାଁକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଗୁରୁ । ହେଲେ ପାଖରେ ଟଙ୍କା ନଥିବାରୁ ଆମ୍ବୁଲାନ୍ସ ଯୋଗାଡ କରିପାରିନଥିଲେ । ନିରୁପାୟ ହୋଇ କାନ୍ଧରେ ବୋହି ନେଇଥିଲେ ପତ୍ନୀଙ୍କ ମୃତଦେହ । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟର ବୋହି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ ।

Related posts

ବର୍ଷର ଶେଷ ଚନ୍ଦ୍ରଗ୍ରହଣ; ଜାଣନ୍ତୁ ସମୟ ଏବଂ କେଉଁ ସମୟରୁ ହେବ

Odisha Halchal

ସୌଣ୍ଢିକ ସେବା ସଂଘର ରାଜ୍ୟପ୍ରଦେଶ କମିଟିର ସଭାପତି ରାୟଗଡା ଗ୍ରସ୍ତ

Odisha Halchal

ରାତି ୧୨ଟାରେ ଦୌଡ଼ି ଦୌଡ଼ି ଘରକୁ ଯାଉଥିଲେ ଯୁବକ,ସାହାର୍ଯ୍ୟ ପାଇଁ ପଚାରିବାରୁ କରିଦେଲେ ମନା,ଭିଡ଼ିଓ ଭାଇରାଲ

Odisha Halchal

Leave a Comment