ଓଡ଼ିଶା ଖବରନ୍ୟୁଜ୍

ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା

ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା

ନବରଙ୍ଗପୁର:-(ରିପୋର୍ଟ-ପ୍ରଶାନ୍ତ କୁମାର ସାହୁ )ଦିବ୍ୟାଙ୍ଗ ପୁଅର ଆଶା ବାଡ଼ି ସାଜିଛନ୍ତି ବାପା, ଦିବ୍ୟାଙ୍ଗ ପୁଅର ପାଠ ପଢ଼ା ପାଇଁ ପ୍ରତି ଦିନ ବାପାଙ୍କ ୧୦ କିମି ସାଇକେଲ ଯାତ୍ରା ।ପାଠ ପଢି ଭଲ ଚାକିରୀ କରିବ ନିଜ ଅକ୍ଷମତା କୁ ଦୁରେଇ ସଫଳ ହେବ ଆଖିରେ କିଛି ଏ ଭଳି ସୁନେଲି ସ୍ୱପ୍ନ ସାଉଁଟି ଦିବ୍ୟଙ୍ଗ ପୁଅ ର ଆଶା ବାଡ଼ି ସାଜିଛନ୍ତି ବାପା । ଦିନ କୁ ଦଶ କିଲୋମିଟର ସାଇକେଲ ଚାଳନା କରି ପୁଅ କୁ କଲେଜ ଛାଡିବା ସହ ତାକୁ ହାତରେ ଉଠାଇ କଲେଜ ରଉଚ୍ଚ ପାହାଚ ଚଢି ଶ୍ରେଣୀ ଗୃହ କୁ ନିଅନ୍ତି । ପୁଅ ମଧ୍ୟ ବାପା ଙ୍କ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା ଜାରୀରଖିଛନ୍ତି । ନବରଙ୍ଗପୁର ମହାବିଦ୍ୟାଳୟ ରୁ ଆସିଛି ଏଭଳି ପୁଅ ପାଇଁ ବାପା ର ବଳିଦାନ ଓ ସମ୍ପର୍କର ମଧୁର ଚିତ୍ର ।

ନବରଙ୍ଗପୁର ଜିଲ୍ଲା ପୂଜାରୀଗୁଡା ଗ୍ରାମର ଜଳନ୍ଧର ରନ୍ଧାରୀ । ପରିବାର କହିଲେ ସ୍ବାମୀ , ସ୍ତ୍ରୀ, ୨ ଗୋଟି ଝିଅ ଓ ଗୋଟିଏ ମାତ୍ର ପୁଅ ଅରୂପାନନ୍ଦ କୁନେଇ ସଂଶାର। ଅରୂପାନନ୍ଦ ପୁଅ ଓ ଝିଅଙ୍କ ମଧ୍ୟରେ ସବୁଠାରୁ ବଡ । ନବରଙ୍ଗପୁର ମହାବିଦ୍ୟାଳୟ ରେ ଯୁକ୍ତ୨ କଳା ପ୍ରଥମ ବର୍ଷ ର ଛାତ୍ର । ଅରୂପାନନ୍ଦ ଜନ୍ମରୁ ସେ ପୋଲିଓ ଆକ୍ରାନ୍ତ। ଚାଲିବା ଶକ୍ତି ହରାଇବସିଛନ୍ତି ।  ହେଲେ ପିଲାଟି ଦିନ ରୁ ପାଠପଢ଼ାରେ ପ୍ରବଳ ଆଗ୍ରହ । ପୁଅ ର ସ୍କୁଲ ଯିବା ପାଇଁ ଆଗ୍ରହ ଦେଖି ବାପା ଜଳନ୍ଧର ପୁଅ ର ଆଶା ବାଡ଼ି ସାଜି ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଗାଁ ସ୍କୁଲକୁ ଅରୂପାଙ୍କୁ ତାଙ୍କ ବାପା କାନ୍ଧେଇ ନେଇ ସ୍କୁଲ ରେ ଛାଡୁଥିଲେ ଏବଂ ପୁଣି ସ୍କୁଲ ରେ କ୍ଲାସ ସରିବା ପରେ ଘ‌ରକୁ ଆଣି ଛାଡିଯାଉଥିଲେ। ସପ୍ତମ ପଢ଼ିବା ସମୟରେ ତାଙ୍କୁ ଏକ ଟ୍ରାଇ ସାଇକେଲ ମିଳିଥିଲା। ସେ ସେହି ଟ୍ରାଇ ସାଇକେଲ ରେ ସ୍କୁଲକୁ ଯାଇ ପାଠ ପଢ଼ି ଆସୁଥିଲେ।

ଅରୂପା ଦଶମ ଶ୍ରେଣୀ ପାସ କରିବା ପରେ ଅରୂପାକୁ ଏକ ଭଲ କଲେଜ ରେ ନାମ ଲେଖାଇବା ପାଇଁ ପ୍ରବଳ ଇଛା ରହିଥିଲା। ଅରୂପାଙ୍କ ବାପା ଜଳନ୍ଧର ଙ୍କ ଇଛାଥିଲା ପୁଅକୁ କୌଣସି ଛାତ୍ରାବାସ ଥିବା କଲେଜ ରେ ନାମ ଲେଖାଇ ସେଠାରେ ପାଠ ପଢ଼ାଇବାର । ତେବେ ତାଙ୍କ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କ ଇଛା ପୁରଣ ହୋଇପାରିନଥିଲା।  ତଥାପି ପୁଅ ର ପାଠ ପଢ଼ିବାର ଇଛା ପୁରଣ କରିବା ପାଇଁ ନବରଙ୍ଗପୁର ସହର ସ୍ଥିତ ବିନୋଦ ବିହାରୀ କଲେଜ ରେ ନାମ ଲେଖାଇଥିଲେ। ପୂଜାରୀଗୁଡା ଠାରୁ ନବରଙ୍ଗପୁର ୧୦ କିମି ଦୁର ହୋଇଥିବା ବେଳେ ଅରୂପାଙ୍କୁ ତାଙ୍କ ବାପା ଜଳନ୍ଧର ପ୍ରତି ଦିନ ଘରୁ ବୋହି ଆଣି ସାଇକେଲ ରେ ବସାନ୍ତି। ସାଇକେଲ ରେ ୧୦ କିମି ବୋହି ଆଣି କଲେଜ ରେ ପହଞ୍ଚାନ୍ତି।

ଅୂରପାଙ୍କ ଶ୍ରେଣୀ ଗୃହ ଉପରମହଲା ରେ ଥିବାରୁ ଅରୂପାଙ୍କୁ ପୁଣି କୋ‌ଳରେ ଟେକି ଟେକି ଉପର ମହଲା ରେ ଥିବା ‌ଶ୍ରେଣୀ ଗୃହ ରେ ବସାଇ ପୁଅର କ୍ଲାସ ସରିବା ପର୍ଯ୍ୟନ୍ତ ଜଗି ରହନ୍ତି। ପୁଣି କ୍ଲାସ ସରିବା ପରେ ପୁଅକୁ ଟେକି ଆଣି ସାଇକେଲ ରେ ବସାଇ ଘରକୁ ନିଅନ୍ତି। ପୁଅକୁ ପ୍ରତିଦିନ କଲେଜକୁ ନେବାଆଣିବା ମଧ୍ୟରେ ତାଙ୍କ ଦିନକର ସମୟ ସରିଯାଉଛି। ସେ କୌଣସି କାମ ଧନ୍ଦା କରିପାରୁ ନାହାନ୍ତି। ଯାହା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡେ। ତଥାପି ତାଙ୍କର ଆଶା ରହିଛି ପୁଅ ପାଠ ପଢ଼ି ପରିବାର ପାଇଁ ପାଲଟିବ ଆଶାର କିରଣ। ଏତେ କଷ୍ଟ ସତ୍ବେ ପୁଅକୁ ପାଠ ପଢ଼ାଇବା ପାଇଁ ମନରେ ରହିଥିବା ଆଶା କେବେ କମିନାହିଁ।

ପୁଅ ପାଇଁ ବାପା ର ଏହି ବଳିଦାନ ଅନ୍ୟ ପାଇଁ ପ୍ରେରଣା ସାଜିଥିବା ବେଳେ ଜଳନ୍ଧର ପ୍ରତି ଦିନ କଲେଜକୁ ଯିବା ଆସିବା ମଧ୍ୟରେ ସମସ୍ତ ସମୟ ସରିଯାଉଥିବାରୁ ଜଳନ୍ଧର କୁ ଉପଯୁକ୍ତ କର୍ମ ସଂସ୍ଥାନ ଓ ସରକାରୀ ସହାୟତା ଯୋଗାଇଦିଆଯାଏ ତେବେ ନିଜ ପରିବାର ପ୍ରତିପୋଷଣ ସହ ପୁଅର ଶିକ୍ଷା ଗ୍ରହଣ ମଧ୍ୟ ହୋଇପାରିବ ବୋଲି ଦାବି ହୋଇଛି ।ଦିବ୍ୟାଙ୍ଗ ମାନେ ସମାଜ ରେ ସମ୍ମାନ ର ସହ ବଞ୍ଚିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ଯଦି ଏହି ଦିବ୍ୟାଙ୍ଗ ଛାତ୍ର ଙ୍କୁ ସହାୟତା ଜୋଗଇଦେଲେ ତା ସ୍ୱପ୍ନ ପୂରଣ ହୋଇପାରନ୍ତା ।

Related posts

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

Odisha Halchal

ସଞ୍ଜୁକ୍ତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ଶ୍ରୀକାନ୍ତ !

Odisha Halchal

ପୁଣି ନିଜର ସ୍ଥିତି ଜାହିର କରିଛି ଲାଲ୍ ବାହିନୀ

Odisha Halchal

Leave a Comment