ଅପରାଧଓଡ଼ିଶା ଖବରନ୍ୟୁଜ୍

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

ମାଲକାନଗିରି(ବ୍ୟୁରୋ :ଓଡିଶା ହାଲଚାଲ):- କାଲିମେଳା ପୁଲିସ ଏକ ବଡ଼ ବାଇକ ଚୋରି ରାକେଟର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଏଏସ୍‌ପି ରାହୁଲ ଗୋଏଲଙ୍କ ନେତୃତ୍ୱରେ ଏହି ବଡ଼ ବାଇକ ଚୋରି ରାକେଟର ପର୍ଦ୍ଦାଫାସ ହେବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଥିବାର ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନେପାଳ କାଠମାଣ୍ଡୁ ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଦୁଇଜଣ କୁର୍ମାନୁର ଅଞ୍ଚଳର ବୋଲି ସୂଚନା ମିଳିଛି।

ଏଥିସହିତ ୯ଟି ଚୋରି ବାଇକକୁ ଜବତ କରିବାରେ ପୁଲିସ ସଫଳ ହୋଇଛି। ନେପାଳ କାଠମାଣ୍ଡୁ ଲଳିତପୁର ଅଞ୍ଚଳର କୋର୍ଖା ଜାନୁ(୧୯)ନାମକ ଏହି ଯୁବକ ଜଣଙ୍କ କୁର୍ମାନୁର ଅଞ୍ଚଳରେ ଦୀର୍ଘ ୪ବର୍ଷ ହେଲା ରହି ଏହି ବାଇକ ରାକେଟ ଚଲାଇ ଆସୁଥିଲା। କାଲିମେଳା ଓ ଚିତ୍ରକୋଣ୍ଡା ଅଞ୍ଚଳରୁ ବାଇକ ଚୋରି କରି ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ କମ ଦାମରେ ଚାଲାଣ କରୁଥିଲା। ତେବେ ରାସବେଡ଼ା ଅଞ୍ଚଳର ମହାଦେବ ଖିଲ ନାମକ ଜଣେ ଲୋକ ନିଜର ବାଇକ ଚୋରି ହୋଇଯାଇଛି ବୋଲି ୨୫ ତାରିଖ ଦିନ କାଲିମେଳା ଥାନାରେ ଅଭିଯୋଗ କରିଥିଲେ।

ଏହାପରେ ଏଏସ୍‌ପି ରାହୁଲ ଗୋଏଲଙ୍କ ନେତ୍ୱତ୍ୱରେ କାଲିମେଳା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ ସହ ଏକ ଟିମ ଏହାର ଅନୁସନ୍ଧାନ ଆରମ୍ଭ କରିଥିଲେ। ତେବେ କାଲିମେଳା-ମାଲକାନଗିରି ମୁଖ୍ୟରାସ୍ତାର ଏମଭି-୬୬ ଗ୍ରାମ ନିକଟରେ ନେପାଳର କୋର୍ଖା ଜାନୁ ନାମକ ଏହି ଅଭିଯୁକ୍ତ ଯୁବକକୁ ପୁଲିସ ସନ୍ଦେହରେ ଧରିବା ପରେ ସବୁ କଥା ମାନି ଯାଇଥିଲା କୋର୍ଖା ଜାନୁ। ସେ ଚୋରା ବାଇକଟିକୁ କୋରାପୁଟ ଅଞ୍ଚଳରେ ବିକ୍ରି କରିବାକୁ ଯୋଜନା କରିଥିବାର ସ୍ୱୀକାର କରିବାପରେ ତଦନ୍ତ ଆଗକୁ ବଢ଼ିଥିଲା।

କୋର୍ଖା ଜାନୁ ଠାରୁ ସୂଚନା ପାଇ ପୁଲିସ ଏଥିରେ ସମ୍ପୃକ୍ତ ଏମଭି-୩୩ ଗ୍ରାମର ଦୀପକ ମଣ୍ଡଳ, ଗତୁନଗୁଡ଼ା ଗ୍ରାମର ଅର୍ଜୁନ ହନ୍ତାଳକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିଲା। କୋର୍ଖା ଜାନୁ ପାଖରୁ ଦୀପକ ଓ ଅର୍ଜୁନ ଚୋରା ବାଇକ କମ ଦାମରେ କିଣିଥିଲେ। ଉଦ୍ଧାର ହୋଇଥିବା ୯ ଗୋଟି ଚୋରା ବାଇକ ମଧ୍ୟରେ ହିରୋ ଗ୍ଲାମର, ଆପାଚି, ହୋଣ୍ଡା ସ୍କୁଟି, ବଜାଜ ପଲସର, ବଜାଜ ଡ଼ିସ୍କଭର, ହୋଣ୍ଡା ଆକ୍ଟିଭା ଆଦି ରହିଛି। ତେବେ ଏହି ଘଟଣାରେ ଏଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସବଇନ୍ସପେକ୍ଟର ଏସ. ବିଶିମାଝୀ ତଦନ୍ତ କରୁଥିବାବେଳେ ଆଗକୁ ଆହୁରି ଚୋରା ବାଇକ ଉଦ୍ଧାର ହୋଇପାରେ ବୋଲି ପୁଲିସ କହିଛି।

Related posts

ବଢିଲା ସେନାର ଶକ୍ତି: ସେନାରେ ସାମିଲ ହେଲା ସ୍ନାଇପର ରାଇଫଲ,ଏଣିକି ଶତୃକୁ ଦିଆଯିବ କଡା ଜବାବ୍‌

Odisha Halchal

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

Odisha Halchal

ଛାତ୍ରୀଙ୍କୁ ଜୋରଜବରଦସ୍ତ ଅସଦାଚରଣ

Odisha Halchal

Leave a Comment