ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ

ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବଜାକୁ ନେଲା ପୋଲିସ । ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶ ବିଜୟୱାଡାରୁ ପୋଲିସ ଧରିଛି ।

ପରମେଶ୍ୱର ବିଜୟୱାଡାରୁ ରହି ଶର୍ମିଷ୍ଠାଙ୍କୁ ଫେରାର ପ୍ଲାନ୍ କରୁଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ ସେହି ପ୍ଲାନ କରିଥିଲେ ପରମେଶ୍ୱର । ତେବେ ଏହି ମାମଲାରେ ପରମେଶ୍ୱରଙ୍କ ଠାରୁ ଅନେକ ଗୁମର ଫିଟିପାରେ ବୋଲି ଆଶା କରାଯାଉଛି ।

ସେଠାରେ ପରମେଶ୍ୱରଙ୍କୁ ମୋବାଇଲକୁ ଟ୍ରାକ କରି ପୋଲିସ ଶର୍ମିଷ୍ଠା ସମ୍ପର୍କରେ ଟେର ପାଇବାକୁ ଉଦ୍ୟମ କରୁଛି । ତେବେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମୋବାଇଲ ବ୍ୟବହାର କରୁଥିବା ପୋଲିସ ଅନୁମାନ କରୁଛି ।

Related posts

ସମ୍ ହସ୍ପିଟାଲରେ ସଫଳ ହେଲା ୬ ମାସ ଶିଶୁର ଜଟିଳ ହୃଦରୋଗ ଅସ୍ତ୍ରୋପଚାର

Odisha Halchal

ଆମ ପୋଲିସ ସମିତି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

Odisha Halchal

କଂଗ୍ରେସର ପ୍ରଚାରରମଙ୍ଗ ଧରିଲେ ଛତିଶଗଡ଼ ମନ୍ତ୍ରୀ

Odisha Halchal

Leave a Comment