ଓଡ଼ିଶା ଖବରନ୍ୟୁଜ୍

ବଣୁଆ ହାତୀ ଙ୍କ ଉପଦ୍ରବ

ବଣୁଆ ହାତୀ ଙ୍କ ଉପଦ୍ରବ

ଗଞ୍ଜାମ:- ଦକ୍ଷିଣ ଘୁମୁଷର ବନଖଣ୍ତ ବୁଗୁଡା ବନାଞ୍ଚଳର ଭଗବାନପୁର ସେକ୍ସନ ନୁଆଁ ପଲ୍ଲୀ ବିଟ ସିଙ୍ଗିପୁର ଅଞ୍ଚଳର ଛଚିନିପଡିଆ ଗହିରମାଳ ରେ ଗତ ରାତ୍ରରେ 12ଟିକିଆ ବଣୁଆ ହାତୀପଲ ଙ୍କ ଉପଦ୍ରବ ଦ୍ୱାରା ମକାଚାଷ ସମ୍ପୁର୍ଣ୍ଣଭାବେ କ୍ଷତିହେବା ସହିତି ବିଭିନ୍ନ ପରିବା ଚାଷ ମଧ୍ୟ କ୍ଷତି ଘଟିଥିବା ଦୁର୍ଶ୍ଯ ଦେଖିବାକୁ ମିଳିଛିl ଯାହାକି ପ୍ରାୟ ତିନିଲକ୍ଷ ଟଙ୍କା ପାଖାପାଖି କ୍ଷତି ଘଟିଥିବା କହିଛନ୍ତି ଚାଷି l

ଚାଷ ଜମିରେ ପନିପରିବା ଓ ମକାଫସଲ କୁ କୁ ହାତୀପଲ ଖାଇବା ସହ ଦଳାଚକଟା କରିବା ଦ୍ୱାରା ପରିବା ଚାଷି ମାନଙ୍କର ପନିପରିବା ଫସଲ ଗୁଡିକ ସମ୍ପୁର୍ଣ୍ଣ କ୍ଷୟକ୍ଷତି ଘଟିଛି lଏପରିକି ହାତୀ ଜଙ୍ଗଲ ରେ ରହିଥିବା କିମ୍ବା ହାତୀପଲ ଜନବସତି ମୁହାଁ ହେଉଥିବା ବନବିଭାଗ କୌଣସି ସୁଚନା ମଧ୍ୟ ଦେଉନଥିବା କୀମ୍ବା ରାତ୍ରକାଳିନ ପ୍ରହରା ଦେଉନଥିବା କଥା କହିଛନ୍ତି ଚାଷି l

ଏଥିରେ ନେତ୍ର ଉତ୍ସବ ନାୟକ, ବାସୁଦେବ ନାୟକ, ଲିଙ୍ଗରାଜ ନାୟକ, ବଂଶୀଧର ନାୟକ ଙ୍କ ପ୍ରାୟ 2ଏକର ଜମିର ଫସଲ ନଷ୍ଟ ହୋଇଛି. ଖବର ପାଇ ବନପାଳ ଭୋଳେଶ୍ୱର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟ କ୍ଷତିର ଆକଳନ କରି ଫେରିଛନ୍ତି. ସରକାରୀ ସ୍ତରରେ ଯାହା ସହାୟତା ଯୋଗାଇ ଦିଆଯାଉଛି ତାହା ଚାଷୀଙ୍କ ପରିଶ୍ରମ ର ସମୁଦ୍ରକୁ ଶଙ୍ଖେ ପାଣି ବୋଲି ଚାଷୀକୁଳ କହିଛନ୍ତିl

Related posts

ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ବିପଜ୍ଜନକ ସ୍ମାର୍ଟଫୋନ୍ ? ଜାଣନ୍ତୁ…

Odisha Halchal

ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

Odisha Halchal

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

Odisha Halchal

Leave a Comment