ଓଡ଼ିଶା ଖବରନ୍ୟୁଜ୍

ଖାଉଟି ଯୋଗାଣ କେନ୍ଦ୍ରରେ ଦିନ ତମାମ ପଡିଛି ତାଲା

ଖାଉଟି ଯୋଗାଣ କେନ୍ଦ୍ରରେ ଦିନ ତମାମ ପଡିଛି ତାଲା

ବାଲେଶ୍ୱର :-ଖାଉଟି ଯୋଗାଣ କେନ୍ଦ୍ର ରେ ଦିନ ତମାମ ତାଲା ଦିନ ତମାମ ଖରା ରେ ଛିଡ଼ା ହେଇ ହେଇ ଘର କୁ ଫେରୁଛନ୍ତି ହିତାଧିକାରୀ ରାଜ୍ୟ ସରକାର ଘରେ ରାସନ ସେବା ଯୋଗାଇବା ପାଇଁ ପ୍ରଶାସନିକ ସ୍ତରରେ ସଜାଗ ଥିଲା ବେଳେ ଏହା ଭୋଗରାଇ ବ୍ଲକ ରେ ବ୍ୟତିକ୍ରମ ଦେଖାଯାଇଛି । ଯାହା କି ହିତାଧିକାରୀ ଙ୍କ ଭିତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ ଭୋଗରାଇ ବ୍ଲକ ହେଉଛି ସବୁଠୁ ବଡ଼ ବ୍ଲକ ଏଥିରେ ମୋଟ 50 ଟି ପଂଚାୟତ ର ଲୋକ ମାନେ ସେବା ପାଆନ୍ତି ଦୀର୍ଘ 20 କିଲୋମିଟର ଦୂର ଦୁରାନ୍ତ ରୁ ଲୋକ ମାନେ ଆସି ନାହଁ ନଥିବା ଅସୁବିଧା ରେ ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି । ଭୋଗରାଇ ଖାଉଟି କେନ୍ଦ୍ର ର ଚରମ ଅବହେଳା ଯୋଗୁଁ ହିତାଧିକାରୀ ମାନେ ଦିନ ତମାମ ଖରା ରେ ଛିଡ଼ା ହେଇ ଘର ଫେରୁଥିବା ଦେଖିବାକୁ ମିଳୁଛି ।

ରେସନ କାର୍ଡ ର ଭୁଲ ତ୍ରୁଟି ସହିତ ମୋବାଇଲ ନମ୍ବର ଭଳି ଜରୁରୀ କାର୍ଯ୍ୟ ରେ ଆସି ମଧ୍ୟ ଲୋକ ମାନେ ଦିନ ତମାମ ଅପେକ୍ଷା କରି କରି ଅସନ୍ତୋଷ ପ୍ରକାଶ କରି ଘର କୁ ଫେରୁଛନ୍ତି । ବିଶେଷ ଭାବରେ ଅନଲାଇନ ରେ ରେସନ କାର୍ଡ ରେ ନାମ ଯୋଡିବାକୁ ହେଲେ ମୋବାଇଲ ନମ୍ବର ନିତ୍ୟାନ୍ତ ଆବଶ୍ୟକ ଥିଲା ବେଳେ ଗତ ବୁଧୁବାର ଦିନ ଅନଲାଇନ ସାଇଡି ଖୋଲିଥିଲା ଏବଂ ହିତାଧିକାରୀ ମାନେ ନାମ ଯୋଡିବା ପାଇଁ ପ୍ରଥମେ ବ୍ଲକ ଖାଉଟି କେନ୍ଦ୍ର କୁ ମୋବାଇଲ ନମ୍ବର ଲିଙ୍କି ପାଇଁ ଆସିଥିଲେ ହେଲେ ଗତ ଗୁରୁବାର ଦିନ ଦିନ ତମାମ ଅଫିସ ଗୃହ ରେ ତାଲା ଝୁଲିବା ଦେଖିବାକୁ ମିଳିଥିଲା ।

ସେଠାରେ ନା କୌଣସି ଛୁଟି ଘୋଷଣା ର ସୂଚନା ଫଳକ ଥିଲା କୌଣସି ବନ୍ଦ ରହିବାର ସୂଚନା ଦିଆଯାଇଥିଲା ଏବଂ ବିଭାଗୀୟ ଅଧିକାରୀ ଙ୍କୁ ଫୋନ ଲଗାଇବାରୁ ଫୋନ ମଧ୍ୟ ଉଠାଉ ନଥିଲେ ସେଥିପାଇଁ ଦୂର ଦୁରାନ୍ତ ରୁ ଆସୁଥିବା ହିତାଧିକାରୀ ମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ଯାହା ଫଳ ରେ ସମସ୍ତ ଙ୍କ ମନ ରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Related posts

ବିଧାୟକଙ୍କ ଗିରଫଦାରୀକୁ ବିରୋଧ ଏସ୍‌ପି ଅଫିସ ଆଗରେ ଧାରଣା ଦେବ ବିଜେପି

Odisha Halchal

ପୋଖରୀ ପାଣିରେ ବୁଡି ଜଣେ ମୃତ

Odisha Halchal

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

Odisha Halchal

Leave a Comment