ଓଡ଼ିଶା ଖବରନ୍ୟୁଜ୍

ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

କାଲିମେଳା:- (ରିପୋର୍ଟ:-ସୁକୁମାର ମଣ୍ଡଳ)ମାଲକାନଗିରି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସ୍ଥାନୀୟ ବିଡିଓ ଉମାଶଙ୍କର ଦଳେଇ, ଜିଲ୍ଲା ପରିଷଦ ଉନ୍ନୟନ ମୁଖ୍ୟ ରତ୍ନାକର ସାହୁ,ପିଏଆଇଟିଡିଏ ତ୍ରିନାଥ ମାଝୀ,ସିଡିଏମଓ ପ୍ରଫୁଲ୍ଲ କୁମାର ନନ୍ଦ ଉପସ୍ଥିତ ଥିଲେ। ମୋଟ 88 ଗୋଟି ଅଭିଯୋଗ ଦାଖଲ ହୋଇଥିଲା।

ଜିଲ୍ଲାପାଳ ମାଲକାନଗିରି ସବୁ ଅଭିଯୋଗ ଗୁଡିକ ନିଜ ହସ୍ତରେ ଗ୍ରହଣ କରିଥିଲେ। ଦାଖଲ ହୋଇଥିବା ଅଧିକାଂଶ ଅଭିଯୋଗ ଗୁଡିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏବଂ ବୃଦ୍ଧ ବ୍ୟକ୍ତି ମାନଙ୍କର ପେନସନ ଉପରେ ରହିଥିଲା। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ କାଲିମେଳା ବ୍ଲକର ଶତାଧିକ ଲୋକ ଏକତ୍ରିତ ହୋଇଥିଲେ।

ଜିଲ୍ଲାପାଳ ଦ୍ଵାରା ରେଡକ୍ରସ ତରଫରୁ ଦେବେ ପଡ଼ିଆମି ନାମକ ମହିଳା, ଗ୍ରାମ ତେଲେରାଇ ଙ୍କୁ 5 ବର୍ଷ ଧରି ରୋଗରେ ପୀଡ଼ିତଙ୍କ ଦଶ ହଜାର ଟଙ୍କା ସାହାଯ୍ୟ କରିଥିଲେ। ଟଙ୍କା ପାଇବା ପାଇଁ ତାଙ୍କୁ ଯେମିତି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଜିଲ୍ଲାପାଳ ବ୍ୟାଙ୍କ ଅଧିକାରୀ ମାନଙ୍କୁ ସେଠାରେ ଡାକିବାକୁ ଆଦେଶ ମଧ୍ୟ ଦେଇଥିଲେ। କାଲିମେଳାରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ

Related posts

ଯୁବତୀଙ୍କ ଘର ଆଗରୁ ଯୁବକଙ୍କ ମୃତଦେହ ଉଦ୍ଧାର

Odisha Halchal

କାଳବୈଶାଖୀ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୩୦-୪୦ କିଲୋମିଟର ବେଗରେ ବହିବ ପବନ

Odisha Halchal

ଦିନିକିଆ କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ

Odisha Halchal

Leave a Comment