ଓଡ଼ିଶା ଖବରନ୍ୟୁଜ୍

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦର ଜିଲ୍ଲାପାଳ ଅଫିସ୍ ଘେରାଉ

କଣ୍ଟାମଳ :-(ରିପୋର୍ଟ :-ସତ୍ୟ ବିଭାର)ଓଡ଼ିଶା ଅସ୍ପୃଶ୍ୟ ଅନୁସୂଚୀତ ଜାତି ସୁରକ୍ଷା ପରିଷଦ, ବୌଦ୍ଧ ଜିଲ୍ଲା ପକ୍ଷରୁ ଏକ ସ୍ମାରକପତ୍ର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବାବିତାରାଣୀ ଦଳବେହେରା ଙ୍କୁ ପ୍ରଦାନ କରାଯାଇଛି । ଅନୁସୂଚୀତ ଜାତି ଲୋକଙ୍କ ପାଇଁ ସରକାରଙ୍କ ବ୍ୟବସ୍ଥିତ ନିୟମ ଅନୁସାରେ କିଛି ଅସ୍ପୃଶ୍ୟ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଏହା ବ୍ୟତୀତ ତିନୋଟି ନକଲି ଓବିସୀ ବର୍ଗର୍ ଲୋକଙ୍କୁ ଜାଲିଆତି କରି ୧୯୭୯ ମସିହାରେ ଯୋଡ଼ାଯାଇଛି । ଫଳରେ ଅସ୍ପୃଶ୍ୟ ବର୍ଗଙ୍କ ନ୍ୟାୟିକ ତଥା ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି ।

ଆଜି ପରିଷଦର ଜିଲ୍ଳା ଆବାହକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ୱରେ କୋର୍ଟ ଛକ ସ୍ଥିତ ବାବାସାହେବ୍ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶତାଧିକ ପୁରୁଷ ମହିଳା ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ଅନୁସୂଚୀତ ଜାତି ତାଲିକାରେ ଥିବା ନକଲି କେଉଟ , ଧୀବର ଏଵଂ କୈବର୍ତ୍ତ ଜାତିକୁ ତୁରନ୍ତ ବାଦ୍ ଦେବାକୁ ସେମାନେ ଦାବି କରିଥିଲେ । ଜାଲ ଜାତି ଗତ ପ୍ରମାଣପତ୍ର ଦାଖଲ କରି ୧୯୭୦ ମସିହାରୁ ରାଢ଼ି , ନିଆରୀ, ଘନୀ, ଝରା,ଗୀଙ୍ଗିରା ଆଦି ପୂର୍ବତନ ଅନ୍ୟାନ୍ୟ ପଛୁଆବର୍ଗ ଏବଂ ୨୦୦୨ ରୁ କେଉଟ, ଧୀବର ଓ କୈବର୍ତ୍ତ ଆଦି ଜାତି ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସମସ୍ତ ସରକାରୀ ସୁବିଧା ହାସଲ କରିବା ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରାଯାଇଛି । କେନ୍ଦ୍ର ସରକାର ନକଲି ତିନୋଟି ଛୁଆଁ ଜାତିକୁ ଅନୁସୂଚୀତ ଜାତି ତାଲିକାରୁ ତୁରନ୍ତ ବାଦ୍ ଦେବାକୁ ଦୃଢ଼ ଦାବୀ କରିଛନ୍ତି ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା ସଭାପତି ଯାମିନୀ ମୂଖି , ସାଧାରଣ ସଂପାଦକ ଜୟରାମ ହରିପାଲ, କୋଷାଧ୍ୟକ୍ଷ ଅମଲ ବେହେରା , ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ର ସଭାପତି ବଟକୃଷ୍ଣ ପ୍ରଧାନ , ବରିଷ୍ଠ ସମାଜସେବୀ ଶିବ ଚରଣ ବେହେରା , ଅର୍ଜୁନ ମହାନନ୍ଦିଆ , ଶ୍ରୀନିବାସ ହାତୀ , ଅରୁଣ ବାଦି , ଜଗବନ୍ଧୁ ବାଦି , ରୋହିତ କୁମ୍ଭାର , ଦଶରଥ ବେହେରା , ଉପେନ୍ଦ୍ର କହଁର , ସନତ କହଁର , ସଂଜିତ କୁମାର ଜେନା , ରମେଶ ମହାନନ୍ଦିଆ , ନନ୍ଦିନୀ ନାଏକ , ନାରାୟଣ ବେହେରା , ସୁବ୍ରତ ଜଗଦଲା , ରାଜୀବ ଦେହୁରୀ, ପ୍ରଦୀପ ନାୟକ, ଅଲେଖ କଲତା, ଭୁବନ ଭବସାଗର, ତରଣୀସେନ କହଁର , ଅଭିମନ୍ୟୁ ଉର୍ମା, ଅଖିଳ ଭବସାଗର , ଚନ୍ଦ୍ର ଶେଖର ବାଦି, ହେମନ୍ତ ବାଦି, ସୁଖଦ ମହାନନ୍ଦିଆ ପ୍ରମୁଖ ଶତାଧିକ ସମାଜସେବୀ ଯୋଗ ଦେଇଥିଲେ ।

Related posts

ପ୍ରଚଣ୍ଡ ଶବ୍ଦ ରେ ଥରି ଉଠିଲା ତିନିଜିଲ୍ଲା

Odisha Halchal

ନା ସ୍ୱାମୀ ଘରର ନା ବାପା ଘରର ହେଇପାରିଲା

Odisha Halchal

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

Odisha Halchal

Leave a Comment