ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ

ଜାନ ଭବନର ଶିଳାନ୍ୟାସ କଲେ ମନ୍ତ୍ରୀ

ନୂଆପଡ଼ା:-ଓଡ଼ିଶା ହାଲଚାଲ(ରିପୋର୍ଟ-ଚେତୁରାମ ପ୍ରଧାନୀ)ନୂଆପଡା ଜିଲ୍ଲା ସ୍ଥାନୀୟ ପୋଲିସ ପଡିଆଠାରେ ସାମ୍ବାଦିକ ଭବନ ପାଇଁ ଶିଳାନ୍ୟାସ ପାଇଁ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ୱୟ ମନ୍ତୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ନୂଆପଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ବରୀ ସାହୁ, ନୂଆପଡା NAC ଅଧ୍ୟକ୍ଷ ଶ୍ରୀଯୁକ୍ତ ମହମ୍ମଦ ଆଦମ, ବିଧାୟକ ପ୍ରତିନିଧି ଶ୍ରୀ ଜୟ ଢୋଲକିଆ, ନବୀନ ଓଡିଶା ସଂଯୋଜକ ଶ୍ରୀ ରାମଲାଲ ହଂସ ଅନ୍ୟତମ.ଉକ୍ତ କାର୍ଯ୍ୟକ୍ରମକୁ ଜାନ ସଭାପତି ଶ୍ରୀ ଘନଶ୍ୟାମ ଭୋଇ ପରିଚାଳନା କରିଥିଲେ ।

ନୂଆପଡା ଜିଲ୍ଲା ଏକ ଆଦିବାସୀବହୁଳ ଉପାନ୍ତ ଜିଲ୍ଲା । ବର୍ତ୍ତମାନ ଜିଲ୍ଲାର ବିକାଶ ପଥ ଅଗ୍ରସର ଆଡ଼କୁ ଯାଉଛି । ଜିଲ୍ଲାର ପ୍ରଗତି, ଉନ୍ନତି ପାଇଁ ଗଣମାଧ୍ୟ୍ୟମର ଭୂମିକା ଅତି ଗୁରୁତ୍ୱପୁର୍ଣ. ଗଣ ମାଧ୍ୟମ ଏଠିକାର ସମସ୍ୟା ଓ ବିଷୟବସ୍ତୁଗୁଡିକୁ ଲୋକଲୋଚନକୁ ଆଣି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଫଳରେ ଏହି ଜିଲ୍ଲାର ବିକାଶ ଧାରା ସଫଳତାର ପାହାଚ ଚଢିବା ପାଇଁ ସକ୍ଷମ ଲାଭ କରି ପାରିଛି । ଖବର କାହିଁ ସୁଦୂର ସୁନାବେଡା ଅଭୟାରଣ୍ୟ ଭିତରର ହେଉ ଅବା ଛତିଶଗଡ଼ ସୀମାବତ୍ତି ଖରିଆରରୋଡ଼ ସହରର କଥା ହେଉ ବା ନୂଆପଡା ଜିଲ୍ଲା ସଦର ମହାକୁମାର ବିଷୟବସ୍ତୁ ହେଉ ।

ତେଣୁକରି ସାମ୍ବାଦିକମାନଙ୍କ ସୁରକ୍ଷା ଓ ଟିକେ ଆଶ୍ରୟ ନେବାଓ ସମ୍ବାଦ ପରିବେଷଣ ଓ ଆଲୋଚନା ପାଇଁ ସାମ୍ବାଦିକ ଭବନ ନିର୍ମାଣର ପରିକଳ୍ପନା ଏକ ଶୁଭଙ୍କର ବାର୍ତ୍ତା ପ୍ରଦାନ କରେ ।ଏହି କାର୍ଯ୍ୟକ୍ରମରେ ଜାନର ସାମ୍ବାଦିକ ମାୟାଧର ସରାଫ,ଘନ ଭୋଇ, ସୁଶାନ୍ତ ପାଣିଗ୍ରାହୀ, ଆଦିତ୍ୟ ମହାଉତି, କୁନୁ କରୁଆ, କମଲେସ ଜୈନ, ସରୋଜ ଦାସ, ସଂଜୀବ ପାଣିଗ୍ରାହୀ, ରାକେଶ ଶର୍ମା, ଅଶ୍ୱିନୀ ପାଣିଗ୍ରାହୀ, ରତନ କେତକୀ, ଚେତୁରାମ ପ୍ରଧାନୀ,ସନ୍ତୋଷ ଦଣ୍ଡେସେନା,ନଟ ଆଡ଼ବଙ୍ଗ, ସତ୍ୟ ସାମଲ, ଯାଜ୍ଞସେନୀ ମହାପାତ୍ର, ପ୍ରତିଭା ହୋତା, ପୁରୋହିତ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ଆସନ୍ତାକାଲି ଭାରତ ବନ୍ଦ

Odisha Halchal

ମେଲଣ ପାଇଁ ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ

Odisha Halchal

ସ୍ତ୍ରୀକୁ ହତ୍ୟା କରି ଶଳା ଭାଉଜ ସହ ଫେରାର

Odisha Halchal

Leave a Comment