ଓଡ଼ିଶା ଖବରନ୍ୟୁଜ୍

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର

ଭୁବନେଶ୍ୱର :-(ବ୍ୟୁରୋ ଓଡିଶା ହାଲଚାଲ)ଗତବର୍ଷ ଦିବଙ୍ଗତ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଥିଲା। ତେବେ ଏହା ମଧ୍ୟରେ ମିହିରଙ୍କ ପରିବାରକୁ ପୁଣି ମାଡ଼ି ଆସିଛି ଆଉ ଏକ ବଡ଼ ଦୁଃଖ ଖବର। ମିହିରଙ୍କ ସାନ ପୁଅ ଅକ୍ଲାନ୍ତଙ୍କ ପରଲୋକ ଘଟିଛି। ଲିଭର ଜନିତ ସମସ୍ୟା କାରଣରୁ ସେ କିଛିଦିନ ଧରି ଏମ୍ସରେ ଚିକିତ୍ସିତ ଥିଲେ।

ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଅକ୍ଲାନ୍ତଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି।ତେବେ ସମସ୍ତଙ୍କର ପ୍ରିୟ ଅଭିନେତା ମିହିରଙ୍କ ଶୂନ୍ୟସ୍ଥାନ ବର୍ତ୍ତମାନ ସୁଦ୍ଧା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନୁଭବ ହେଉଛି। ଏହା ମଧ୍ୟରେ ଅକ୍ଲାନ୍ତଙ୍କ ଅଚାନକ ମୃତ୍ୟୁ ତାଙ୍କର ପରିବାର ପାଇଁ ଆଣି ଦେଇଛି ଦାରୁଣ ଦୁଃଖ। ମିହିରଙ୍କ ବଡ଼ ପୁଅ ଓଡ଼ିଆ ଫିଲ୍ମ ଜଗତର ଜଣେ ଆଗଧାଡ଼ିର ଅଭିନେତା। ସେ ଅନେକ ଫିଲ୍ମରେ ଅଭିନୟ କରି ନିଜର ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି। ତେବେ ସାନଭାଇକୁ ହରାଇ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଛନ୍ତି ଅମ୍ଲାନ। କଟକର ସତୀ ଚଉରଠାରେ ଅକ୍ଲାନ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଓଡ଼ିଆ ଫିଲ୍ମ ଜଗତର କିମ୍ବଦନ୍ତୀ ଅଭିନେତା ମିହିରଙ୍କ ମୃତ୍ୟୁକୁ ଏହା ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହା ପୂର୍ବରୁ ମିହିରଙ୍କ ପତ୍ନୀ ସଙ୍ଗୀତାଙ୍କ ପରଲୋକ ଘଟିଥିଲା। ଗତବର୍ଷ ଜାନୁଆରୀ ମାସ ୧୧ ତାରିଖରେ ୬୩ ବର୍ଷ ବୟସରେ ମିହିର ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ। ସେ ପାଖାପାଖି ୧୦୦ଟି ଚଳଚ୍ଚିତ୍ରରେ ମୁଖ୍ୟ ଓ ସହ କଳାକାର ଭୂମିକାରେ ଅଭିନୟ କରିଥିଲେ। ତାଙ୍କର ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇ ପଡ଼ିବା ସହ ଆଇସିୟୁରେ ସେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ।

Related posts

ହଜାର ହଜାର ଦର୍ଶକଙ୍କ ସମାଗମରେ ମା ସୁନାଦେଇଙ୍କ ଛତରଯାତ୍ରା

Odisha Halchal

ଏପ୍ରିଲ୍‌ ୨୮ରୁ ଯୁକ୍ତ ୨ ପରୀକ୍ଷା, ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Odisha Halchal

ଡିସେମ୍ବରରେ ବାହା ହେବେ ଆଥିଆ-ରାହୁଲ

Odisha Halchal

Leave a Comment