ଓଡ଼ିଶା ଖବରନ୍ୟୁଜ୍

ହେଲିକପ୍ଟର ଦୁର୍ଘଟଣା ରେ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣା ରେ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ

ମାଲକାନଗିରି:- (ରିପୋର୍ଟ-କ୍ରିଷ୍ଣପଦୋ ‌ରାୟ)ହେଲିକପ୍ଟର ଦୁର୍ଘଟଣା ରେ ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି। ଓଏନଜିସି ରେ କାର୍ଯ୍ୟରତ ଜିଓଲୋଜିଷ୍ଟ ଙ୍କ ମୃତ୍ୟୁ ହୋଇଯାଇଛି। ଆରବ ସାଗର ଭିତରକୁ ପବନ ହଂସ ନାମକ ହେଲିକପ୍ଟର ଟି ଖସିପଡ଼ି ଥିଲା।ଫଳରେ କମ୍ପାନିର ୩ କର୍ମଚାରୀଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ପବନହଂସ ହେଲିକପ୍ଟରରେ ୨ ଜଣ ପାଇଲଟ , ୬ ଜଣ କମ୍ପାନି କର୍ମଚାରୀ ଓ ଜଣେ କଣ୍ଟ୍ରାକ୍ଟ କର୍ମଚାରୀ ରହିଥିଲେ । ଗତକାଲି ବିଭିନ୍ନ ସାମଗ୍ରୀ ଓ କର୍ମଚାରୀଙ୍କୁ ଧରି ହେଲିକପ୍ଟରଟି ସମୁଦ୍ର ଭିତରେ ଥିବା କମ୍ପାନିର ଏକ ତୈଳ ଉତ୍ତୋଳନ କେନ୍ଦ୍ରକୁ ଯାଉଥିଲା । ତେବେ ସମୁଦ୍ର ଭିତରେ ଥିବା ଲ୍ୟାଣ୍ଡିଂ ଜୋନ୍ ଠାରୁ ୧.୫ କି.ମି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇ ହେଲିକପ୍ଟରଟି ଖସି ପଡିଥିଲା । ତେବେ ଉକ୍ତ ହେଲିକପ୍ଟରରେ ରହିଥିବା ଫ୍ଲୋଟର ସହାୟତାରେ ଏହା କିଛି ସମୟ ପର୍ଯ୍ୟନ୍ତ ଭାସିବାକୁ ଲାଗିଲା ।

ଏହି ସମୟରେ ନିକଟରେ ଥିବା କମ୍ପାନିର ଅନ୍ୟ ଏକ ହେଲିକପ୍ଟର ଓ ଜାହାଜ ସେଠାରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ତେବେ ଚେତାଶୂନ୍ୟ ହୋଇପଡିଥିବା ୪ ଜଣଙ୍କୁ ନୌସେନାର ଏକ ହେଲିକପ୍ଟରରେ ମୁମ୍ବାଇର ଏକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ମୃତ୍ୟୁ ଘଟିଥିଲା । ମୃତ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ମୁକେଶ ପଟେଲ ( ଇଇ – ଇ ) , ବିଜୟ ମାଣ୍ଡେଲୋଇ ( ଇଇ – ଏମ୍ ) , ସତ୍ୟମ୍ବଦ ପାତ୍ର ( ଜିଓଲୋଜିଷ୍ଟ ) ଓ କଣ୍ଟ୍ରାକ୍ଟ କର୍ମଚାରୀ ସଞ୍ଜୁ ଫ୍ରାନ୍‌ସିସ୍ । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ।

ଓଏନ୍‌ଜିସି ହେଲିକପ୍ଟର ଦୁର୍ଘଟଣା ମୃତକଙ୍କ ମଧ୍ୟରେ ଜିଓଲୋଜିଷ୍ଟ ମାଲକାନଗିରିର ସତ୍ୟମ୍ବଦ ପାତ୍ର ରହିଥିବା ଖବର ପାଇ ମାଲକାନଗିରି ଜିଲ୍ଲାରେ ଶୋକରଛାୟା ଖେଳିଯାଇଛି । ସତ୍ୟମ୍ବନ୍ଦଙ୍କ ପିତା ସୁରେଶ ଚନ୍ଦ୍ର ପାତ୍ର ମାଲକାନଗିରିରେ ଏସଆରସିସିରେ ଚାକିରି କରୁଛନ୍ତି । ମା ’ ସବିତା ସାହୁ ଶିକ୍ଷୟିତ୍ରୀ । ପୁଅର ମୃତ୍ୟୁରେ ପିତା , ମାତା ଭାଙ୍ଗି ପଡ଼ିଛନ୍ତି । ମାଲକାନଗିରିରେ ଶୋକର ଛାୟା ଖେଳିଯାଇଛି । ସତ୍ୟମ୍ବନ୍ଦଙ୍କ ବର୍ଷକ ତଳ ବିବାହ ହୋଇଥିବାବଳେ ତାଙ୍କ ସ୍ତ୍ରୀ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡିଛି ।

Related posts

ପ୍ରେମରେ ଲାଗିଲା କଳଙ୍କର ନିଆଁ

Odisha Halchal

ଚାଇନାକୁ ଫେରିଲା କରୋନା: ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ମାମଲା

Odisha Halchal

କେବେ ମିଳିବ ଗରିବଙ୍କୁ ନିଜର ହକ

Odisha Halchal

Leave a Comment