ଅପରାଧଓଡ଼ିଶା ଖବରନ୍ୟୁଜ୍

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

ଚାଷୀଙ୍କ ବିକାଶରେ ବାଧକ ସାଜିଛି ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା

ବୌଦ୍ଧ :-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)ସବୁବେଳେ ଚର୍ଚ୍ଚାରେ ଓ ଘୋଟାଲା ରେ ସରକାରୀ ବାବୁ।ବୌଦ୍ଧ ଉଠାଜଳସେଚନ ବିଭାଜନ ତରଫରୁ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଖୁଣ୍ଟିଗୋରା ପଞ୍ଚାୟତ ସ୍ଥିତ ବନ୍ଧଗୋରା ମାତୃଶକ୍ତି ପାଣି ପଞ୍ଚାୟତ ଦ୍ଵାରା ଅନୁବନ୍ଧିତ ନଂ ୩ ପଏଣ୍ଟକୁ ଠିକାଦାର ସତ୍ୟନାରାୟଣ ପାଣ୍ଡେ ଟେଣ୍ଡର ପାଇ ନିର୍ମାଣ କରିଥିଲେ।

ନାବାର୍ଡ ଋଣରୁ ୨୪ ଲକ୍ଷ ୮୭ ହଜାର ୮୪୩ ଟଙ୍କା ୫୦ ପଇସା ଓ ପାଣିପଞ୍ଚାୟତର ଶତକଡ଼ା ୧୦ ହିସାବରେ ମୋଟ ୨୭ ଲକ୍ଷ ୫୮ ହଜାର ୨୦୫ଟଙ୍କା ଖର୍ଚ୍ଚରେ ନିର୍ମିତ ପ୍ରକଳ୍ପରେ ମୋଟ ୨୫ଜଣ ହିତାଧିକାରୀଙ୍କୁ ୨୪ ହେକ୍ଟର ଜମିରେ ପାଣି ମାଡ଼ିବା ପାଇଁ ହୋଇଥିଲା ଖର୍ଚ୍ଚ। ନିର୍ମାଣ କାର୍ଯ୍ୟ ତା୫/୧/୨୦୨୨ରେ ଆରମ୍ଭ ହୋଇ ୭/୫/୨୦୨୨ରେ ଶେଷ ହେବା କଥା। କିନ୍ତୁ ଦୁଃଖର କଥା ଅବଧିର ୭ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପାଣିପଞ୍ଚାୟତକୁ ହସ୍ତାନ୍ତର କରିନାହିଁ ବିଭାଗ। ହିତାଧିକାରୀଙ୍କ ଅଭିଯୋଗ କ୍ରମେ ୩ ମାସ ହେବ ଠିକାଦାର କାର୍ଯ୍ୟ ଶେଷ କରି ପ୍ରକଳ୍ପକୁ ପରୀକ୍ଷା କରି ଦେଖିଲେ ଅନେକ ସ୍ଥାନରେ ପାଇପ ଫାଟି ପାଣି ଅନ୍ୟତ୍ର ଚାଲିଯାଉଛି |

ନିମ୍ନମାନର ଯନ୍ତ୍ରପାତି ଓ ପାଇପ ଲାଗିଥିବା ନେଇ ହିତାଧିକାରୀଙ୍କ ବାରମ୍ଵାର ଅଭିଯୋଗ ସତ୍ତ୍ଵେ ଠିକାଦାର ,ଯନ୍ତ୍ରୀ ଓ କ୍ଷେତ୍ରପରିଚାଳକଙ୍କ ଦେଖା ମିଳୁ ନାହିଁ। ଏପଟେ ରବି ଫସଲ ପାଇଁ ଧାନଚାଷର ତଳିପକା ସମୟ ଅତିକ୍ରାନ୍ତ କରୁଥିବା ସ୍ଥଳେ ଚାଷୀ ଜଳକାପରି ପ୍ରକଳ୍ପକୁ ଅନାଇ ରହିଛନ୍ତି। ଆମ ପ୍ରତିନିଧି ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ମୋବାଇଲରେ ଯୋଗାଯୋଗ କରିବାରୁ ତାଙ୍କ ମୋବାଇଲ ବନ୍ଦ ଥିଲା ଓ ସେ ଛୁଟିରେ ଅଛନ୍ତି। ସେହିପରି ବିଭାଗୀୟ କ୍ଷେତ୍ର ପରିଚାଳକ ସତ୍ୟରଞ୍ଜନ ରଣାଙ୍କୁ ପଚାରିବାରୁ ଠିକାଦାର ଆମକୁ ଧରାଛୁଆଁ ଦେଉନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ତେଣୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପାଇଁ ହିତାଧିକାରୀ ନିବେଦନ କରିଛନ୍ତି।

Related posts

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

Odisha Halchal

କରୋନା ମହାମାରୀ ନେଇ ଖୁବ ଶୀଘ୍ର ହେବ ଗୁରୁତ୍ୱପୂର୍ଣ୍ଣ ଘୋଷଣା

Odisha Halchal

ମାନସ ହତ୍ୟା ପଛରେ ମେମୋରୀ ଚିପ୍‌ ଓ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ

Odisha Halchal

Leave a Comment