ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ରେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ରେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର )ସ୍ୱତନ୍ତ୍ର କୋଶଲ ରାଏଜ ଦାବି ରେ କୋଶଲ ରାଏଜ ମୁକ୍ତି ମୋର୍ଚା ର ଆହ୍ୱାନ କ୍ରମେ କୋଶଲ ସଂଗ୍ରାମୀ ମାନେ ହରିଶଙ୍କର ଠାରୁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ରେ ବାହାରିଛନ୍ତି ।

କୋଶଲ ସଂଗ୍ରାମୀ ମାନଙ୍କ ଏହି ପଦଯାତ୍ରା ଟି ସୁବର୍ଣ୍ଣପୁର ମନମୁଣ୍ଡା ଅତିକ୍ରମ କରି ବୌଦ୍ଧ ଜିଲ୍ଲାର ବାଉଁସୁଣୀ ଠାରେ ଆଜି ଦିବା 12 ଟା ସମୟ ରେ ପହଂଚି ଥିବାରୁ ବାଉଁସୁଣୀ ଅଂଚଳ ର କୋଶଲ ସଂଗ୍ରାମୀ ମନେ ପଦଯାତ୍ରା ରେ ଆସୁଥିବା ସଂଗ୍ରାମୀ ମାନଙ୍କୁ ବାଉଁସୁଣୀ ଛକ ଠାରେ ପୁଷ୍ପ ଗୁଚ୍ଛ ଦେଇ ଦେଇ ସ୍ୱାଗତ ସମ୍ୱନ୍ଧନା କରିବା ସହ ଜଏ କୋଶଲ ନାରାରେ ପ୍ରକମ୍ପିତ ହୋଇ ଉଠିଥିଲା ।

ସାରା ଅଂଚଳ,ତାପରେ ବାଉଁସୁଣୀ ଅଞ୍ଚଳ ର କୋଶଲ ସଂଗ୍ରାମୀ ମାନେ ପଦଯାତ୍ରା ରେ ସାମିଲ ହୋଇ ବାଉଁସୁଣୀ ରୁ ଆଇଁଳାପାଲି ପ୍ରଯ୍ୟନ୍ତ ପଦଯାତ୍ରା କରିଥିଲେ ଏହି ପଦଯାତ୍ରା ରେ ବାଉଁସୁଣୀ ଅଞ୍ଚଳ ର କୋଶଲ ସଂଗ୍ରାମୀ ଉମାକାନ୍ତ ମହାକୁଳ, ପ୍ରମୋଦ ମେହେର, ମହେନ୍ଦ୍ର ମହାକୁଳ, ପ୍ରଶାନ୍ତ କର୍ଣ୍ଣ, ଏକଲବ୍ୟ ମହାକୁଳ, ଅକ୍ରୁର ଗାଈଗୋଉରିଆ, ବିକାଶ ମେହେର,ବଲ୍ଲଭ ମହାର, କୈଳାଶ ନାଏକ ଉପସ୍ଥିତ ରହିଥିଲେ ।

Related posts

ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’

Odisha Halchal

ରାଜ୍ୟରେ କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ୪୦-୫୦ କିମି ବେଗରେ ବହିବ ପବନ

Odisha Halchal

ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର

Odisha Halchal

Leave a Comment