ଓଡ଼ିଶା ଖବରନ୍ୟୁଜ୍

ବାଇକ ଓ ଟ୍ରକ ଧକାରେ ଶିକ୍ଷକ ଗୁରୁତର ଓ ମୃତ୍ୟୁ

ବାଇକ ଓ ଟ୍ରକ ଧକାରେ ଶିକ୍ଷକ ଗୁରୁତର ଓ ମୃତ୍ୟୁ

ରାୟଗଡା -(ରିପୋର୍ଟ :- ପ୍ରସାଦ ସାହୁକାର)ସଦର ମହକୁମା ର ରାମକୃଷ୍ଣ ନଗର ଛକରେ ବାଇକ ଉପରେ ମାଲବାହୀ ଟ୍ରକ ଚଢି ଯାଇ ଘଟଣା ସ୍ଥଳରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉଜଣେ ଶିକ୍ଷକ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।

ଆଜି ଅପରାହ୍ନରେ ଏକ ହିରୋ ହୋଣ୍ଡା ବାଇକ ଯୋଗେ ନିଜ ନିଜ ବିଦ୍ୟାଳୟର କାମ ସାରି ଘରକୁ ଫେରୁଥୁବା ଦମ୍ପତି ରାୟଗଡ ଜିଲ୍ଲା ସଦର ମହକୁମା ନିକଟସ୍ଥ ରାମକୃଷ୍ଣ ନଗର ନିକଟରେ ବାଙ୍କ ମୋଡ଼ରେ ସାମନା ପଟୁ ଆସୁଥିବା ଏକ ମାଲବାହୀ ଟ୍ରକ ନମ୍ବର ଏ ପି ୩୧ ଟି ଏଚ ୬୬୭୮ ମାଲବାହୀ ଟ୍ରକ ଟି ବାଇକ ଉପରେ ଚଢ଼ି ଯାଇ ଥିଲା।

ସେଥିରେ ଘଟଣା ସ୍ଥଳରେ ମାଣିକ ଝୋଲା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଲକ୍ଷ୍ମୀ ମଣି ସାହୁଙ୍କର ଘଟଣା ସ୍ଥଳରେ ପ୍ରାଣ ବାୟୁ ଚାଲି ଯାଇଥିଲେ ତାଙ୍କ ସହ ବାଇକ ଚଳାଇ ଆସୁଥିବା ତାଙ୍କ ସ୍ୱାମୀ ବଡ଼ ହଂସା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ପାଳ ଗୁରୁତର ଭାବେ ଆହତ ହେଇଛନ୍ତି।

ପ୍ରଥମେ ଘଟଣା ଶୁଣି ସଦର ପୋଲିସ ଆମ୍ବୁଲାନ୍ସ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟକୁ ନିଆଯାଇ ଥିଲା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଟିକୁ ଜବତ କରି ତଦନ୍ତ ଚଳାଇଛି ବୋଲି ଜଣା ପଡ଼ିଛି।

Related posts

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

Odisha Halchal

ପୌର ଭୋଟ : ସକାଳ ୯ଟା ସୁଦ୍ଧା ୧୦ ପ୍ରତିଶତ ପୋଲିଂ

Odisha Halchal

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

Odisha Halchal

Leave a Comment