ଅପରାଧଓଡ଼ିଶା ଖବରନ୍ୟୁଜ୍

ପିକଅପ୍ ଭେନ ମାଓବାଦୀଙ୍କ କବଜାରେ

ପିକଅପ୍ ଭେନ ମାଓବାଦୀଙ୍କ କବଜାରେ

ମାଲକାନଗିରି ତା_୦୧/୦୨/୨୦୨୨ ରିପୋର୍ଟ କ୍ରିଷ୍ଣପଦୋ ରାୟ, ଗତକାଲି ମାଓବାଦୀଙ୍କ ଦ୍ବାରା ଏକ ଏଲପିଜି ସିଲିଣ୍ଡର ବୋଝେଇ ପିକଅପ୍ ଭେନ ମାଓବାଦୀ ତାଙ୍କର କବଜାକୁ ନେଇ ଥିଲେ। ହେଲେ ଏଲପିଜି ସିଲିଣ୍ଡର ବୋଝେଇ ଗାଡ଼ି ଟି ସୁକୁମା ଜିଲ୍ଲା କୋନ୍ଟାରୁ ସିଲିଣ୍ଡର ନେଇ ବାହାରିଥିବା ବେଳେ ମାଓବାଦୀମାନେ ବାଟରେ ଅଟକାଇ ବା ସହିତ ଡ୍ରାଇଭର କୁ ନିର୍ଦ୍ଧୁମ ମାଡ଼ ମାରି ଥିଲେ, ଏବଂ ଲୁଟ ଉଦ୍ୟମ କରି ଜଙ୍ଗଲ ଭିତରକୁ ନେଇଯାଇଥିଲା।

ସୁକୁମା ଜିଲ୍ଲା ଭେଜି ଅଞ୍ଚଳ ରୁ ସିଲିଣ୍ଡର ବୋଝେଇ ପିକଅପ୍ ଟି ମାଓବାଦୀ ଘଞ୍ଚ ଜଙ୍ଗଲ ଭିତରକୁ ନିଜ କବଜାରେ ନେଇ ଥିଲେ। ତେବେ ଏନେଇ ସୁକୁମା ଏସପି ଖବର ପାଇବା ମାତ୍ରେ, ଜଙ୍ଗଲ ଭିତରକୁ ସୁରକ୍ଷା କର୍ମୀଙ୍କ ଟିମ୍ ବିଛାଇଥିଲେ।

ଜବାନଙ୍କ ତରଫରୁ ଦିର୍ଘ ସମୟ ର ସର୍ଚ ଅପରେସନ ପରେ, ଜବାନ ହାତରେ ଲାଗିଥିଲା ମାଓବାଦୀଙ୍କ କବଜାରେ ଥିବା ସିଲିଣ୍ଡର ବୋଝେଇ ପିକଅପ୍ ଗାଡ଼ି, ପୋଲିସ ଉଦ୍ଧାର କରିଛି, ସୁକୁମା ଏସପି ବିଭିନ୍ନ ଅଞ୍ଚଳରୁ DRG ଦଳ ପଠାଇ
ବିଳମ୍ବିତ ରାତିରେ, ନାଗାରାମ ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ତେବେ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଗାଡ଼ିଟିକୁ ଲୁଚାଇ ରଖିଥିଲେ, ତେବେ ଏହି ଅପରେସନ ରେ CRPF ର 219 ତମ ବାଟାଲିୟନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ​​ବୋଲି ଏସପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି

Related posts

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମୋକଡ୍ରିଲ

Odisha Halchal

ୟୁକ୍ରେନ ଯୁଦ୍ଧରେ ଋଷ ସେନା ବିରୋଧରେ ସଙ୍ଗୀନ ଆରୋପ

Odisha Halchal

ଯୁବକଙ୍କ ଶୋଇଥିବା ଅବସ୍ଥାରେ ମୃତ୍ୟୁ

Odisha Halchal

Leave a Comment