ଓଡ଼ିଶା ଖବରନ୍ୟୁଜ୍

ମହିଳା ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ଶିବିର

ମହିଳା ସ୍ନାତକ ମହାବିଦ୍ୟାଳୟର ଶୀତକାଳୀନ ଶିବିର

ଗୁଣୁପୁର:-(ରିପୋର୍ଟ:- କାହ୍ନୁ ଚରଣ ପାଢ଼ୀ) ସ୍ଥାନୀୟ ଥାୟାରମା ମହିଳା ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଲିମାମେଡା ଗ୍ରାମରେ ଉଦଘାଟିତ ହୋଇଛି ।ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସରୋଜ କୁମାର ସିୟା ଯୋଗଦେଇ ଏନ ଏସ ଏସ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ ।

ସମ୍ମାନିତ ଅତିଥି ଭାବେ ଲିମାମେଡା ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୃତ୍ୟୁଞ୍ଜୟ ପଣ୍ଡିତ, ଯୁବ ସମାଜସେବୀ ଅଜିତ ମହାନ୍ତି, ଶ୍ରୀଧର ପଣ୍ଡା, ୱାର୍ଡ ସଭ୍ୟ ଗୌର ସେନାପତି, ରାମଚନ୍ଦ୍ର ବେବର୍ତ୍ତା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଜୀବନରେ ସମାଜ ସେବାର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ । ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ସନ୍ତୋଷ ବିଶ୍ୱାସରାୟ ଓ ଇଂରାଜୀ ଅଧ୍ୟାପକ ଦୁର୍ଗାପ୍ରସାଦ କର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଆଜି ନିଶା ନିବାରଣ ସଚେତନତା ଅଭିଯାନ ଗ୍ରାମରେ ଆୟୋଜନ କରାଯାଇଥିଲା । ଛାତ୍ରୀ ମାନେ ବିଭିନ୍ନ ସଚେତନଧର୍ମୀ ପ୍ଲାକାର୍ଡ ଧରି ଗ୍ରାମରେ ଶୋଭାଯାତ୍ରା କରିଥିଲେ ।

ପରେ ଘର ଘର ବୁଲି ନିଶା ନିବାରଣ ଓ ତମାଖୁ ସେବନ ର ଭୟାଭୟତା ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଗ୍ରାମର ମଙ୍ଗୁଳି ସେନାପତି, ସନ୍ତୋଷ ପଣ୍ଡା ବାଳ ନିକେତନ ଅନୁଷ୍ଠାନ ପରିଚାଳକ ଅକ୍ଷୟ ରଞ୍ଜନ ମହାନ୍ତି ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।
ଗୁଣୁପୁରରୁ କାହ୍ନୁ ଚରଣ ପାଢ଼ୀଙ୍କ ରିପୋର୍ଟ ଓଡିଶା ହାଲଚାଲ।

Related posts

ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ଝିଅ

Odisha Halchal

ବୋଲେରୋ ଧକ୍କାରେ ମହିଳା ମୃତ

Odisha Halchal

ଆଗୁଆ ଜାମିନ ଆବେଦନ ଶୁଣାଣି ପୂର୍ବରୁ ବନ୍ଧା ହେଲେ ଜଗବନ୍ଧୁ

Odisha Halchal

Leave a Comment