ଦେଶ ବିଦେଶନ୍ୟୁଜ୍

ରିଲାଏନ୍ସର ବଡ ରେକର୍ଡ

ରିଲାଏନ୍ସର ବଡ ରେକର୍ଡ

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଶୁକ୍ରବାର ଏକ ବଡ ରେକର୍ଡ ପ୍ରତିଷ୍ଠା କରିଛି । ଶୁକ୍ରବାର ଅଏଲ ରିଫାଇନିଂ ମାର୍ଜିନ, ଦୂରସଂଚାର ଓ ଡିଜିଟାଲ ସେବାରେ ସ୍ଥିର ବୃଦ୍ଧି ଓ ଖୁଚୁରା କାରବାରରେ ମଜବୁତ ସ୍ଥିତି ପାଇଁ କମ୍ପାନୀର ମାର୍ଚ୍ଚ ତ୍ରୈମାସିକରେ ଆୟ ୨୨.୫ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ଭାରତର ପ୍ରଥମ କମ୍ପାନୀ ଭାବେ ୧୦୦ ଅରବ ଡଲାରର ଆୟ ହାସଲ କରିଛି କମ୍ପାନୀ ।

ରିପୋର୍ଟ ଅନୁସାରେ, ୨୦୨୧-୨୨ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେଟ୍ ପ୍ରଫିଟ୍ ୬୦,୭୦୫ କୋଟିରେ ପହଁଚିଛି । ଏହି କାରଣରୁ କମ୍ପାନୀର ଆୟ ବୃଦ୍ଧି ପାଇ ୭.୯୨ ଲକ୍ଷ କୋଟି ବା ୧୦୨ ଅରବ ଡଲାରରେ ପହଁଚି ଯାଇଛି । ୧୦୦ ଅରବ ଡଲାରରୁ ଅଧିକ ଆୟ ହାସଲ କରିଥିବା ତାଲିକାରେ ରିଲାଏନ୍ସ ପ୍ରଥମ ଭାରତୀୟ କମ୍ପାନୀ ହୋଇପାରିଛି । ଯାହା ପୂର୍ବରୁ କେବେ ହୋଇନଥିଲା ।

ରିଲାଏନ୍ସର କହିବାନୁସାରେ, ତୈଳ ଦାମ ବୃଦ୍ଧି ସତ୍ତ୍ୱେ କମ୍ପାନୀ ଭଲ ଲାଭ କରିଛି । ଶୁକ୍ରବାର ଏନେଇ ସେୟାର ମାର୍କେଟରେ କମ୍ପାନୀ ଏହି ସୂଚନା ଦେଇଛି । ଏହାସହ କମ୍ପାନୀର ଲାଭ ଚତୁର୍ଥ ତ୍ରୈମାସିକରେ ୧୬୨୦୩ କୋଟି ଟଙ୍କାରେ ପହଁଚିଥିବା ଜଣାପଡିଛି ।

କମ୍ପାନୀର ବୋର୍ଡ ଏହି ମାଇଲ ଖୁଣ୍ଟ ହାସଲ କରିବା ପରେ ଡେଭିଡେଣ୍ଟ୍ ବାଣ୍ଟିବା ପାଇଁ ଇଶାରା ଦେଇଛି । ମାର୍ଚ୍ଚ ୩୧ରେ ସରିଥିବା ଆର୍ଥିକ ବର୍ଷ ପାଇଁ ଇକ୍ୟୁଟି ସେୟାର ପିଛା ୮ ଟଙ୍କା ଲାଭ ରଖିବାକୁ କମ୍ପାନୀ ସୁପାରିଶ କରିଛି । ଡେଭିଡେଣ୍ଡ ବାବଦରେ ଆସନ୍ତା ବର୍ଷ କମ୍ପାନୀର ସାଧାରଣ ବୈଠକରେ କିଛି ବଡ ଘୋଷଣା ହୋଇପାରେ ।

ସୂଚନାଯୋଗ୍ୟ, ଏତତ୍ ବ୍ୟତୀତ ୨୦୨୦-୨୧ ଆର୍ଥିକ ବର୍ଷର ଜାନୁଆରୀରୁ ମାର୍ଚ୍ଚ ତ୍ରୈମାସିକରେ କମ୍ପାନୀର ଏକୀକୃତ ଶୁଦ୍ଧ ଲାଭ ୧୩୨୨୭ କୋଟି ଥିଲା । କମ୍ପାନୀର ମୁଖ୍ୟ ବ୍ରାଣ୍ଡ୍ ଜିଓର ଲାଭ ଚତୁର୍ଥ ତ୍ରୈମାସିକରେ ପ୍ରାୟ ୨୪ ପ୍ରତିଶତ ବୃଦ୍ଧି ପାଇ ୪୧୭୩ କୋଟି ହୋଇଯାଇଛି ।

Related posts

କଟକରେ ପୁଣି ନକଲି ସସ୍‌ ଜବତ, ଜଣେ ଅଟକ

Odisha Halchal

ଜିଲ୍ଲାର ସମ୍ପର୍କର ମାଧ୍ୟମ ସାଜିଛି କାଠ ପୋଲ

Odisha Halchal

ବଢିଲା ବାତ୍ୟା ଆଶଙ୍କା

Odisha Halchal

Leave a Comment