ଓଡ଼ିଶା ଖବରନ୍ୟୁଜ୍

ଆମ ପୋଲିସ ସମିତି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଆମ ପୋଲିସ ସମିତି ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା

ଗଞ୍ଜାମ:-ବୁଗୁଡା ଥାନା ଅଞ୍ଚଳରେ ଦିନକୁଦିନ ସଡ଼କ ଦୃଘଟଣା ବଢି ଚାଲିଛି ! ଏପରିକି କରୋନା ମହାମାରି ଭଳି ଆଜିକାଲି ସଡ଼କ ଦୃଘଟଣା ମଧ୍ୟ ବଢି ଚାଲିଛି l

ଯାହାକି ଆଜକୁ ବହୁଦିନ ଧରି ବୁଗୁଡା ପୋଲିସ୍ ଓ ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କଡାକଡି ଜାଞ୍ଚ ପ୍ରକ୍ରିୟା ଓ ଲୋକଙ୍କୁ ସଚେତନତା କରାଯାଉଥିଲେ ମଧ୍ୟ ବେଳକୁ ବେଳ ଦୃଘଟଣା ବଢିଚାଲିଛି ! ଏଥିନିମନ୍ତେ ଆଜି ବୁଗୁଡା ଆମ ପୋଲିସ ସମିତି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଠାରେ ଏକ ସଚେତନତା କାର୍ଯ୍ଯକ୍ରମ କରାଯାଇଥିଲା l

ଏହି କାର୍ଯ୍ଯକ୍ରମରେ ବୁଗୁଡା ଥାନା ଅଧିକାରି ଚିତ୍ତରଞ୍ଜନ ବେହେରା ଓ ଗଞ୍ଜାମ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଏମଭିଆଈ ନେତ୍ରାନନ୍ଦମିଶ୍ର ମହୋଦୟ ଜନସାଧାରଣ ଙ୍କୁ ସୁରକ୍ଷିତ ଉପାୟରେ ଗାଡି ଚଳାଇବା ର ସଚେତନତା ବାର୍ତ୍ତା ଦେବାସହିତ ନିଜେ ସୁରକ୍ଷିତ ରହିଲେ ପରିବାର  ସୁରକ୍ଷିତ ରହିପାରିବେ ଏବଂ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇବାପାଇଁ ଅନୁରୋଧ କରିଥିଲେl

Related posts

ଆନ୍ଦୋଳନ ସତ୍ତ୍ୱେ ଥମୁନି ଦର: ଗ୍ରାହକଙ୍କୁ ମହଙ୍ଗା ମାଡ

Odisha Halchal

ହକିବିଶ୍ୱକପ -2023ର ହକି ରଥ ସ୍ବାଗତଂ

Odisha Halchal

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

Odisha Halchal

Leave a Comment