ଖେଳଦେଶ ବିଦେଶନ୍ୟୁଜ୍

ଆଇପିଏଲ୍ ୨୦୨୩ ପାଇଁ ନିଲାମି ଆରମ୍ଭ

ଆଇପିଏଲ୍ ୨୦୨୩ ପାଇଁ ନିଲାମି ଆରମ୍ଭ

ଆଇପିଏଲ୍ ୨୦୨୩ ପାଇଁ ଆଜିଠାରୁ ନିଲାମି ଆରମ୍ଭ ହୋଇଯିବ ।ଏହି ନିଲାମି ପାଇଁ ସମୁଦାୟ ୫୯୧ ଜଣ ଖେଳାଳି ଆବେଦନ କରିଥିବା ବେଳେ ଏହା ମଧ୍ୟରୁ ୪୦୫ ଖେଳାଳିଙ୍କୁ ଶର୍ଟଲିଷ୍ଟ କରାଯାଇଛି । ଶୁକ୍ରବାର ନିଲାମିରେ ୧୦ ଆପିଏଲ୍ ଫ୍ରାଞ୍ଚାଇଜ୍ ନିଜର ପସନ୍ଦ ଖେଳାଲିଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବେ । ଆଗାମୀ ସଂସ୍କରଣ ପୁର୍ବରୁ ଆଜି କେରଳରେ ମିନି ଅକ୍ସନ(ନିଲାମି) ହେବ ।

ଏହି ନିଲାମି ପ୍ରତିକ୍ରିୟାରେ ଭାରତର ସର୍ବାଧିକ ଖେଳାଳି ରହିଥିବା ବେଳେ ପଛକୁ ଅଷ୍ଟ୍ରେଲିଆ ରହିଛି । ୨୧ ଖେଳାଳିଙ୍କ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ୨୨ ଖେଳାଳିଙ୍କ ସହ ତୃତୀୟ ସ୍ଥାନରେ ରହିଛି । ୱେଷ୍ଟଇଣ୍ଡିଜରୁ ୨୦, ଇଂଲଣ୍ଡରୁ ୨୭ ଏବଂ ନ୍ୟୁଜିଲାଣ୍ଡରୁ ୧୦ ଜଣ ଖେଳାଳି ରହିବେ । ଶ୍ରୀଲଙ୍କାର ୧୦ ଖେଳାଳି ଥିବାବେଳେ ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡର ୮ ଏବଂ ୪ ଖେଳାଳିଙ୍କୁ ନିଲାମରେ ସୁଯୋଗ ଦିଆଯାଇଛି । ଏହା ବ୍ୟତୀତ ବାଂଲାଦେଶର ଚାରିଜଣ ଖେଳାଳି, ନେଦରଲ୍ୟାଣ୍ଡର ଜଣେ ଏବଂ ଜିମ୍ବାୱେରୁ ଦୁଇଜଣ ଖେଳାଳି ନାମିବିଆର ୨ ଜଣଙ୍କୁ ସୁଯୋଗ ମିଳିବ । ମୋଟାମୋଟି ଭାବେ, ବିଦେଶରୁ ୧୩୨ ଖେଳାଳି ନିଲାମରେ ପ୍ରବେଶ କରୁଛନ୍ତି ।

ତେବେ ଏହି ନିଲାମିରେ ଅନେକ ଷ୍ଟାର୍ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିବ । କିନ୍ତୁ ୫ ଷ୍ଟାର୍ ଖେଳାଳି ବେନ୍ ଷ୍ଟୋକ୍ସ, ସାମ୍ କୁରାନ, କାମେରନ୍ ଗ୍ରୀନ୍‌, ନିକୋଲାସ୍ ପୁରାନ୍ ଏବଂ ରାଲି ରୂଷୋଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ନିକଟର ଅତିତରେ ଏହି ଖେଳାଳିମାନେ ସେମାନଙ୍କ ଦଳ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ।

 

Related posts

ଦ୍ରୁତ ଗତିରେ ବଦଳୁଛି ନେପଚୁନ୍‌ର ତାପମାତ୍ରା, ବୈଜ୍ଞାନିକ ବି ଆଶ୍ଚର୍ଯ୍ୟ

Odisha Halchal

ମାର୍ଚ୍ଚ ୧୪ ରୁ ସଂସଦ ବଜେଟ୍ ଅଧିବେଶନ ପୁନଃ ଆରମ୍ଭ ହେବ, ଜାରି ରହିବ କୋଭିଡ କଟକଣା

Odisha Halchal

ମହିମାରେ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ

Odisha Halchal

Leave a Comment