ଅପରାଧଓଡ଼ିଶା ଖବରନ୍ୟୁଜ୍

ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ

ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ

ନୂଆପଡା:-ଦିନ ଦ୍ବୀପହର ସମୟରେ ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ ନୂଆପଡା ସଦର ମହକୁମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ତାରେ ତହସିଲଦାର ଦେବେନ୍ଦ୍ର କୁମାର ରାଉତ ନିଜ ଅଫିସ ଗାଡ଼ିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଯୁବକ ଜଣକ ଜୋଙ୍କ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ ବୟସ(୩୮) ବୋଲି ଜଣାପଡିଛି। ତାଙ୍କ ନିଜ କହିବା ମୁତାବକ କରୋନା ସମୟରୁ ଏବେଯାଏ ନିଜ ଜମିଜମା ସମ୍ବନ୍ଧୀୟ ବାବଦରେ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ବାରମ୍ବାର ଆସି ଧାଇଁ ନୟାନ୍ତ ହୋଇପଡିଥିଲେ।

ଆଜି ମଧ୍ୟ ସେ କାର୍ଯ୍ୟାଳୟ କୁ ଆସିଥିଲେ। କିନ୍ତୁ କୌଣସି କର୍ମଚାରୀ ତାଙ୍କୁ ସହଯୋଗ ନ କରିବା ସହ ଗୁରୁତ୍ୱ ଦେଇନଥିଲେ। ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିବା କୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି। ଯୁବକଙ୍କ ଶରୀରର ବହୁ ଅଂଶ ପୋଡି ଯାଇଥିବା ସଙ୍ଗେ ଅବସ୍ଥା ଗୁରୁତର ରହିଛି। ସେ ଏବେ ନୂଆପଡା ମୁଖ୍ୟ ଚିକିସ୍ୟାଲୟରେ ଚିକିତ୍ସା ହେଉଥିବାବେଳେ ତାଙ୍କ ଅବସ୍ଥା ଠିକ ନ ଥିବାରୁ ବୁର୍ଲା ବଡ଼ ଚିକିସ୍ୟାଲୟକୁ ପଠେଇବାର ସୁଚନା ମିଳିଛି l

Related posts

ଭୋଟ୍ ଦେବାର ନିଶା ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ନାତି

Odisha Halchal

ଆରମ୍ଭ ହେବ ହକି ମହାକୁମ୍ଭର ଟିକଟ ବିକ୍ରି

Odisha Halchal

ଗୋକାଲପୁରୀରେ ବୟାଭୟ ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ

Odisha Halchal

Leave a Comment