ଅପରାଧଓଡ଼ିଶା ଖବରନ୍ୟୁଜ୍

ଫେକ୍ ସିମ୍ କାର୍ଡ ଜବତ ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଫେକ୍ ସିମ୍ କାର୍ଡ ଜବତ ମାମଲା, ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଫେକ୍ ସିମ୍ କାର୍ଡ ଜବତ ମାମଲାରେ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ୩ ଅଭିଯୁକ୍ତ ହେଲେ ଦୁଷ୍ମନ୍ତ, ସାଇପ୍ରକାଶ ଓ ଅବିନାଶ । ଏହି ତିନି ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।

ତେବେ ସାଇ ପ୍ରକାଶ ବିଏସଏନଏଲର ଡିଲର ଥିଲା । ଅଭିନାସ ସେଠାରେ କର୍ମଚାରୀ ଭାବେ କାମ କରୁଥିଲା । ହେଲେ ଏସବୁ ଘଟଣାର ମାଷ୍ଟର ମାଇଣ୍ଡ ରହିଥିଲା ଦୁଷ୍ମନ୍ତ । ସେ ବାୟର-ସେଲର ଗ୍ରୁପର ମୁଖ୍ୟ ଥିଲା ।

ସେହିପରି କ୍ରାଇମବ୍ରାଞ୍ଚ ସବୁ ଜିଲ୍ଲା ଏସିପିଙ୍କୁ ବିଏସଏନଏଲ, ଜିଓ ଏବଂ ଭୋଡାଫୋନ୍ ଜିଲର ପଏଣ୍ଟ ସହ ସିମ ବିକ୍ରେତାଙ୍କ ଉପରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଇଛି । ଭୋଡାଫୋନର ମୁଖ୍ୟ ମ୍ୟାନେଜର, ବିଏସଏନଏଲର ଜେନେରାଲ ମ୍ୟାନେଜର ଓ ଜିଓର ଏରିଆ ମ୍ୟାନେଜରଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି କାଇମବ୍ରାଞ୍ଚ ନୋଟିସ ଜାରି କରିଛି ।

ଲୋକସଭା ବାଚସ୍ପତି ଏମ ବିର୍ଲାଙ୍କ ନାଁରେ ଫେକ ସିମ ବାହାର କରି ଲୋକସଭାର ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ । ତଦନ୍ତ ବେଳେ ଜଣାପଡିଥିଲା ଯେ ସେହି ସିମ ଓଡିଶାର ଢେଙ୍କାନାଳରୁ କିଣା ଯାଇ ଆକ୍ଟିଭ କରାଯାଇଥିଲା । ଏହି ମାମଲାରେ ତଦନ୍ତ କରି ଫେକ ସିମ ରାକେଟ ବିଷୟରେ ତଥ୍ୟ ପାଇଥିଲା କ୍ରାଇମବ୍ରାଞ୍ଚ

Related posts

ରାଜଧାନୀରୁ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

Odisha Halchal

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ

Odisha Halchal

ଆଇନ ଜାଲରେ ଫସିଲେ ଅଲ୍ଲୁ ଅର୍ଜୁନ୍‌

Odisha Halchal

Leave a Comment