ଓଡ଼ିଶା ଖବରନ୍ୟୁଜ୍

ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ଝଙ୍କଟ ପାଇକ କ୍ଷତ୍ରୀୟ ସମାଜ

ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ଝଙ୍କଟ ପାଇକ କ୍ଷତ୍ରୀୟ ସମାଜ

କଳାହାଣ୍ଡି:-(ସ :ପ୍ର ଓଡିଶା ହାଲଚାଲ)ପନ୍ଦର ଦିନ ବ୍ୟାପି ଶ୍ରୀମଦ ଭାଗବତ ପାରାୟଣରେ ଯୋଗ ଦେଲେ ନୂଆପଡା ଜିଲ୍ଲା ଝଙ୍କଟ ପାଇକ କ୍ଷତ୍ରୀୟ ସମାଜ କର୍ମକର୍ତ୍ତା।କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ଗ୍ରାମପଞ୍ଚାୟତ ସ୍ଥାନୀୟ ଗ୍ରାମରେ ତାରିଖ 22.01.2023 ଠାରୁ 05.02.2023 ପର୍ଯ୍ୟନ୍ତ ଶ୍ରୀମଦ ଭାଗବତ ପାରାୟଣ ଚାଲୁଅଛି।

ସମସ୍ତେ ଭଗବାନଙ୍କର ଦିବ୍ୟ ନାମ, ଗୁଣ, ଯଶ କୀର୍ତ୍ତନ ଶ୍ରବଣ କରି ନିଜକୁ ଧନ୍ୟ ମଣୁଛନ୍ତି। ତେଣୁକରି ପ୍ରଭୃଙ୍କର ବିଭୁ ନାମ କୀର୍ତ୍ତନ ଓ ଦିବ୍ୟବାଣୀ ଶୁଣିବା ପାଇଁ ନୂଆପଡା ଜିଲ୍ଲା ଝଙ୍କଡ଼ ପାଇକ କ୍ଷତ୍ରୀୟ ସମାଜର କର୍ମକର୍ତ୍ତା ଯୋଗଦାନ କରିଥିଲେ।ଓଁ ନମୋ ଭଗବତେ ବାସୁଦେବାୟଃ. ଭଗବାନଙ୍କ ବିଭୁ ନାମ ଶ୍ରବଣ ଓ କୀର୍ତ୍ତନ କରିବା ଦ୍ୱାରା ମାନବମାନେ ମୋକ୍ଷ ପ୍ରାପ୍ତି କରନ୍ତି. ମିଛ ମାୟାର ସଂସାର ମଧ୍ୟରେ ରହି ମନୁଷ୍ୟ ନାନା କୁକର୍ମ କରି ଚାଲିଛି।

ହିଂସା, ଅହଂକାର, ଲୋଭ, ମୋହ ମାୟାରେ ସେ ଜଡିତ ରହିଛି. ତେଣୁକରି ସଂସାର ଭବ ସାଗରରୁ ଉଦ୍ଧାର ପାଇବା ପାଇଁ ଭାଗବତ ନାମ ଶ୍ରେଷ୍ଠ ଅଟେ. ଏହା ମନୁଷ୍ୟ ଜୀବନକୁ ସୁଖ, ଶାନ୍ତି, ଆନନ୍ଦ, ମୋକ୍ଷ ପ୍ରଦାନ କରିବ ଏଥିରେ ସନ୍ଦେହ ନାହିଁ।ଏହି ଅବସରରେ ନୂଆପଡା ଜିଲ୍ଲା କ୍ଷତ୍ରୀୟ ସମାଜର ଶ୍ରୀ ଗଜିନ୍ଦ୍ର ନାଏକ, ଶ୍ରୀ ବୀର କିଶୋର ରାଉତ, ଶ୍ରୀ ସତୀଚ ରାଉତ, ଶ୍ରୀ ଚେତୁରାମ ପ୍ରଧାନୀ, ଶ୍ରୀ ମୁରଲୀଧର ନାଏକ,ଶ୍ରୀ ଫାଲ୍ଗୁନୀ ରାଉତ , ଶ୍ରୀ ମହେଶ୍ୱର ନାଏକ, ଶ୍ରୀ ଚୂଡ଼ାମଣି ନାୟକ , ଶ୍ରୀ ଚମ୍ପୁଲାଲ ରାଉତ ,ଉପସ୍ଥିତ ରହି ଧନ୍ୟ ମଣି ଥିଲେ।

Related posts

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି,ନବରଙ୍ଗପୁର ପକ୍ଷରୁ ଆଠ ଦଫା ଦାବି ପତ୍ର ପ୍ରଦାନ

Odisha Halchal

ପ୍ରାପ୍ତ ବୟସରେ ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା

Odisha Halchal

ପଲିଥିନରୁ ପେଟ୍ରୋଲ : ୨ କେଜି ଆବର୍ଜନାରୁ ବାହାରୁଛି ୧ ଲିଟର ଇନ୍ଧନ

Odisha Halchal

Leave a Comment