ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକା ଶାଳୀର ଅଶ୍ବିଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

ନାବାଳିକା ଶାଳୀର ଅଶ୍ବିଳ ଫୋଟ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ

ଗଞ୍ଜାମ:-(ରିପୋର୍ଟ :-ପୂର୍ଣ ଚନ୍ଦ୍ର ପୋଲାଇ )ବୁଗୁଡ଼ା ଥାନା ମାଣିତରା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମରେ ନାବାଳିକା ଶାଳୀର ଅଶ୍ବିଳ ଫଟୋ ଭାଇରଲ୍ ଅଭିଯୋଗରେ ଭିଣୋଇ ଗିରଫ l ଗିରଫ ଭିଣୋଇ ହେଲେ ମକରାପଲ୍ଲୀ ଗ୍ରାମର ପ୍ରମୋଦ ଆଲଟିଆ (୩୨ )l ପ୍ରମୋଦ ମୋଟାବାଡ଼ି ଗ୍ରାମର ଗୋପାଳ ପ୍ରଧାନଙ୍କ ଝିଅକୁ ଦଶ ବର୍ଷ ତଳେ ବାହା ହୋଇଥିଲେ l

ପ୍ରମୋଦ ଅହମଦାବାଦରେ ଦାଦନ ଖଟୁଥିବା ବେଳେ ସ୍ତ୍ରୀ ସହ ଗଣ୍ଡଗୋଳ କରିବାରୁ ୬ ମାସ ହେଲା ପୁଅ ଓ ଝିଅକୁ ନେଇ ସ୍ତ୍ରୀ ବାପଘର ମୋଟାବାଡ଼ିରେ ରହୁଛି l ଏହା ଭିତରେ ସ୍ତ୍ରୀକୁ ଆଣି ଅହମଦାବାଦରେ ଛାଡିବା ପାଇଁ ପ୍ରମୋଦ ଶାଶୁ ଶଶୁରଙ୍କୁ ଫୋନରେ ଧମକ ଚମକ ଦେବା ସହ ନାବାଳିକା ଶାଳୀର ଫୋଟ ଏଡିଟିଂ କରି ଅଶ୍ଳୀଳ ଫଟୋ ଭାଇରଲ କରିଥିଲା l ପ୍ରମୋଦ ମକରାପଲ୍ଲୀ ଆସିବା ପରେ ଗତ ୮ ତାରିଖରେ ନାବାଳିକା ପଢ଼ୁଥିବା ବିଡି ପୁର କଲେଜକୁ ଯାଇ ସେଠାରେ ଶାଳୀକୁ ଉଠାଇ ନେବା ପାଇଁ ଉଦ୍ୟମ କରିବା ସହ ଟଣା ଓଟୋରା କରିଥିବା ଅଭିଯୋଗ ହୋଇଛି l

ନାବାଳିକା ଜଣକ ଭିଣୋଇକୁ ଦେଖି ଘର ଲୋକଙ୍କୁ ଖବର ଦେବା ପରେ ନାବାଳିକାର ଭାଇମାନେ କଲେଜ ଅଭିମୁଖେ ଯିବା ବେଳେ ରାସ୍ତାରେ ଶଳାମାନଙ୍କୁ ଦେଖି ପ୍ରମୋଦ ଛୁ ମାରିଥିଲା l ଏ ନେଇ ଶଳା ବିଭୁଦତ୍ତ ପ୍ରଧାନ ବୁଗୁଡ଼ା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୭୪୮ /୨୨ ରେ ଏକ ମାମଲା ରୁଜୁ କରି ପ୍ରମୋଦକୁ କୋର୍ଟ ଚାଲାଣ କରିଥିବା ଜଣା ପଡିଛି l

Related posts

ବଜେଟ @୨୦୨୨: ୧୬ ଲକ୍ଷ ଯୁବକଙ୍କୁ ଚାକିରୀ, ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍, ତିଆରି ହେବ ୨୫ ହଜାର କିମିର ରାଜପଥ

Odisha Halchal

ମଲ୍ଲିକାର୍ଜୁନ ନୂତନ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ

Odisha Halchal

ଓଡ଼ିଆ ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

Odisha Halchal

Leave a Comment