ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ବାଗମୁଣ୍ଡା ଗାଁ ରେ ଆଞ୍ଚଳିକ ଧନୁଯାତ୍ରା ପାଇଁ ମହାରାଜ କଂସ ଙ୍କୁ ବରଣ

ବାଗମୁଣ୍ଡା ଗାଁ ରେ ଆଞ୍ଚଳିକ ଧନୁଯାତ୍ରା ପାଇଁ ମହାରାଜ କଂସ ଙ୍କୁ ବରଣ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ) କୋମନା ବ୍ଲକ ସିଆଲ ଲଟି ପଞ୍ଚlୟତ ବାଗମୁଣ୍ଡା ଗ୍ରାମରେ ଆସନ୍ତା 22 ତାରିଖ ରୁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ l ମହୋତ୍ସବରେ କଂସ ଭୂମିକାରେ ଲାଠୋର ମାଁ ମଙ୍ଗଳା ନାଟ୍ୟକଲା ପରିଷଦ ର ସୁଶାନ୍ତ ମେହେର ଅଭିନୟ କରିବେ ଓ ମନ୍ତ୍ରୀ ଭାବରେ ହିମାଂଶୁ ମେହେର ଅଭିନୟ କରିବା ପାଇଁ ଧାର୍ଯ୍ୟ ହୋଇଛି l

ଏଥିପାଇଁ ବାଗମୁଣ୍ଡା ଗା ରେ ଧନୁଯାତ୍ରାର କଂସ ମହାରାଜ ସୁଶାନ୍ତ ମେହେର କୁ ଆୟୋଜକ କମିଟି ତରଫରୁ ବରଣ କରାଯାଇଛି l ଧନୁଯାତ୍ରା ମହୋତ୍ସବ ବାଗମୁଣ୍ଡା ସ୍କୁଲ ଖେଳ ପଡିଆରେ ମଥୁରାନଗରୀ ହୋଇଥିବାବେଳେ ସ୍ଥାନୀୟ ପୋଖରୀ ପଡ଼ିଆରେ ଗୋପପୁର ହେବାର କାର୍ଯ୍ୟକ୍ରମ ରହିଛି l ଏହି ଅବସରରେ ଉଚ୍ଚ କୋଟିର ମିନା ବଜାର,ସହିତ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ l ଏହି ଧନୁଯାତ୍ରା ଆସନ୍ତା 22 ତାରିଖ ରୁ ଆରମ୍ଭ ହୋଇ 28 ତାରିଖରେ ସମାପ୍ତ ହେବା ବୋଲି ଜଣାପଡିଛି ।ଯାତ୍ରା ସାତ ଦିନ ଧରୀ ଚାଲିବ l

ଏହି ଧନୁ ଯାତ୍ରା ରେ ସଭାପତି ଶାନ୍ତିଲାଲ ମଟାରୀ, ସମ୍ପାଦକ ଭୁବନ ସତନାମୀ, କୋଷାଧକ୍ଷ ମିଟୁ ମଟାରୀ, ସହ ସମ୍ପାଦକ ଦେଓଲାଲ ବାଗ, କୋଡ଼ିନେଟର ରିଖିରାମ ସତନାମୀ, କେଶବ ଦୁରିଆ ସମସ୍ତ ସଦସ୍ୟ ପଦ ପଦବୀରେ ରହିଥିବା ବେଳେ ଉପଦେଷ୍ଟା କମିଟିରେ ପଞ୍ଚାନନ ମଟାରୀ, ଓସରାମ ସାହୁ, ପ୍ରେମଲାଲ ସତନାମୀ, ଇନ୍ଦ୍ରଜିତ ସତନାମୀ, ଗଜିନ୍ଦ୍ର ମଟାରୀ, ଅନାଦି ବଢ଼େଇ, ରବିଶଙ୍କର ସାହୁ, ଲଷ୍ମନ ଦୁରିଆ ପ୍ରମୁଖ ରହିଛନ୍ତି l ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଧନୁଯାତ୍ରା ମହୋତ୍ସବ ବନ୍ଦ ରହି ଥିବା ବେଳେ ଏହି ବର୍ଷ ଅନୁଷ୍ଠିତ ହଉଥିବାରୁ ଅଞ୍ଚଳବାସି ବେଶ ଆନନ୍ଦିତ, ଉତଫୁଲୀତ ହୋଉଛନ୍ତି।

Related posts

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

ପ୍ରସିଦ୍ଧ ଟିଭି ଆଙ୍କର ଥିଲେ, ଏବେ ରାସ୍ତାକଡ଼ରେ ଖାଦ୍ୟ ପସରା ଧରି ଗ୍ରାହକଙ୍କୁ କରୁଛନ୍ତି ଅପେକ୍ଷା

Odisha Halchal

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର

Odisha Halchal

Leave a Comment