ଓଡ଼ିଶା ଖବରନ୍ୟୁଜ୍

ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ଏମଭି ୭୯ ଠାରେ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ

ଶ୍ୟାମ ପ୍ରସାଦ ଡିଗ୍ରୀ କଲେଜ ଏମଭି ୭୯ ଠାରେ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ

ମାଲକାନଗିରି:-( ରିପୋର୍ଟ:- କ୍ରିଷ୍ଣପଦୋ ରାୟ) କାଲିମେଳା ବ୍ଲକ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ ଶ୍ୟାମାପ୍ରସାଦ ଡିଗ୍ରୀ କଲେଜ ରେ ଓଡିଆ ବିଭାଗ ତରଫରୁ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି କଲେଜ ର ଓଡିଆ ବିଭାଗ ର ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

କଲେଜ ର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ । ପାଠଚକ୍ର ର ବିଷୟ ଥିଲା ଓଡିଆ ସାହିତ୍ୟ ର ଇତିହାସରେ ପ୍ରାଚୀନତା ରୁ ଆଧୁନିକତା । ଏହି ପାଠଚକ୍ର ରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ତଥା ସୁମନ ,ଜୟନ୍ତ , ପିଙ୍କି , ଦିତୀୟ ବର୍ଷ ର ଛାତ୍ର ଛାତ୍ରୀ ସସ୍ମିତା , ଅଙ୍କିତା , ଶିଖା , ତୃତୀୟ ବର୍ଷ ର ଛାତ୍ର ଛାତ୍ରୀ ବିନୟ ଓ ଉତ୍ତମ ନିଜ ନିଜ ର ବିଷୟ ଉପସ୍ଥାପନା କରିଥିଲେ । ସଭାପତି ଶ୍ରୀମତୀ ମହାପାତ୍ର ଓଡିଆ ଭାଷା ସାହିତ୍ୟ ର ସୁନ୍ଦରତା ସହିତ ପାଠଚକ୍ର ର ଗୁରୁତ୍ବ ସମ୍ମାନ ରେ କଣ ରହିଛି ତାହା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।

ମୁଖ୍ୟ ଅତିଥି ଶ୍ରୀ ବେହେରା ପାଠଚକ୍ର ର ମୁଖ୍ୟ ବିଷୟ ଉପରେ ଗୁରୁତ୍ଵାରୂପ କରି ସହଜ ଓ ସରଳତାର ସହିତ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ କଲେଜ ର ସମସ୍ତ ବିଭାଗ ର ଛାତ୍ର ଛାତ୍ରୀ ମାନେ ଉପସ୍ତିତ ଥିଲେ । ତତ ସହିତ କଲେଜ ର ଇତିହାସ ବିଭାଗ ର ଅଧ୍ୟାପକ ତାରିଣୀ ଚରଣ ମହାନ୍ତି, ପି.ଇ.ଟି ଅମିୟ ସରକାର, ଲାଇବ୍ରେରୀ ଆସିଷାଣ୍ଟ ସନ୍ତୋଷ କୁମାର ପାତ୍ର , ଶିବୁ ଦତ୍ତ , ବ୍ରଜେନ ମିର୍ଧା ଉପସ୍ଥିତ ଥିଲେ । ଏହି ପାଠଚକ୍ରରେ ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଶିକ୍ଷା ବିଭାଗ ର ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଦୁଇ ମହାଠକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

Odisha Halchal

ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

Odisha Halchal

ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ, ଗିରଫ ହେଲେ ୨ ଅଭିଯୁକ୍ତ

Odisha Halchal

Leave a Comment