ଓଡ଼ିଶା ଖବରନ୍ୟୁଜ୍

ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ

ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ

ସୁବର୍ଣ୍ଣପୁର:-(ରିପୋର୍ଟ:- ମଣ୍ଟୁମନ୍ତ୍ରା)ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ରବିବାର ଏକ ଦିବସୀୟ ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲରେ ଗିନ୍ଦିଲାମାଲକୁ ହରାଇ ସିଣ୍ଢୋଲ ଚାମ୍ପିୟନ ହୋଇଛି । ବୀରମହାରାଜପୁର ରାଜସ୍ବ ଅଧିକାରୀ ଅଜିତ କୁମାର ମିର୍ଦ୍ଧା ମୁଖ୍ୟ ଅତିଥିଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏଥିରେ ଛଅଟି ଦଳ ଅଂଶ ଗ୍ରହଣ କରିଥିଲେ ।

ଉଦଘାଟନୀ ମ୍ୟାଚଟି ଗିନ୍ଦିଲାମାଲ ଓ ଜଉଁରାଭଉଁରା ମଧ୍ୟରେ ହୋଇଥିଲା । ଏଥିରେ ଗିନ୍ଦିଲାମାଲ ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ବିତୀୟ ମ୍ୟାଚଟି ଏସ୍.ପତ୍ରାପାଲି ଓ ସିଣ୍ଢୋଲ ମଧ୍ୟରେ ଖେଳାଯାଇଥିଲା । ନିର୍ଦ୍ଧାରିତ ସମୟରେ ଗୋଲ ଶୂନ୍ୟ ରହିବାରୁ ଟ୍ରାଇବ୍ରେକର ଯୋଗେ ଫଳାଫଳ ନିର୍ଣ୍ଣୟ କରାଯାଇଥିଲା । ତୃତୀତ ମ୍ୟାଚଟି ଗୋବିନ୍ଦପୁର ଓ ସରଧାପାଲି(ହୋତାପାଲି) ମଧ୍ୟରେ ହୋଇଥିଲା । ଗୋବିନ୍ଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ସିଣ୍ଢୋଲ ଓ ଗୋବିନ୍ଦପୁର ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା । ଏଥିରେ ଗୋବିନ୍ଦପୁର ୧-୦ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ।

ଫାଇନାଲ ମ୍ୟାଚଟି ସିଣ୍ଢୋଲ ଓ ଗିନ୍ଦିଲାମାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା କେହି କାହାରିକୁ ଗୋଲ ଦେଇ ନ ପାରିବାରୁ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ ସିଣ୍ଢୋଲ ୩-୨ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ପୀତାମ୍ବର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ସତ୍ୟବାନ ପୁରୋହିତ ପୌରୋହିତ୍ୟ କରିଥିଲେ । ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ମୁଖ୍ୟ ଅତିଥି ଏବଂ କ୍ରୀଡା ସଂଗଠକ ପ୍ରମୋଦ ପଧାନ, କ୍ରୀଡା ଅଧ୍ୟାପକ ନରେନ୍ଦ୍ର ଚାନ୍ଦ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ନୀଳକମଳ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସତ୍ୟବ୍ରତ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ କ୍ରୀଡା ସଙ୍ଗଠକ ପ୍ରମୋଦ ପ୍ରଧାନ ଓ ଯୁବ କ୍ରୀଡାବିତ ପ୍ରକାଶ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଗିନ୍ଦିଲାମାଲର ଗାବ୍ରିଏଲ ପୁଟ୍ଟିଙ୍କୁ ଶ୍ରେଷ୍ଠ ସ୍କୋରର ଏବଂ ସିଣ୍ଢୋଲର ଅଜୟ ଲୁଗୁନଙ୍କୁ ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କୃତ କରାଯାଇଥିଲା । ବିଜେତା ଓ ଉପବିଜେତା ଦଳକୁ ନଗଦ ଅର୍ଥ ରାଶି ସହିତ ଟ୍ରଫି ପ୍ରଦାନ କରାଯାଇଥିଲା । ମ୍ୟାଚ ଗୁଡିକରେ ସୁବାଶ ବାର୍ଲ୍ଲା, ଯୋଗଳ ଆଏନ୍ଦ ଓ ବୁଆସ ଗୁଡିଆ ରେଫରି ଏବଂ କିଶୋର ହୋତା ଓ ଜୁଶବ ଲାକ୍ରା ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସୁବର୍ଣ୍ଣପୁର ଜିଲ୍ଳା ବକ୍ସିଂ ଏସୋସିଏସନ ଓ ବଜରଙ୍ଗ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ ।

Related posts

ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

Odisha Halchal

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ତାମ୍ପରା ଠାରେ ଏକ ସଚେତନତା କାର୍ଯ୍ୟକ୍ରମ

Odisha Halchal

ଜିଲ୍ଲା ର ବିଭିନ୍ନ ସ୍ଥାନରେ 74ତମ ସାଧାରଣତନ୍ତ୍ର ଦିବସ ପାଳନ

Odisha Halchal

Leave a Comment