ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଧକ୍ ଧକ୍ ଗର୍ଲଙ୍କ ସହ ଘଟିଥିଲା ଏମିତି ଘଟଣା

ଧକ୍ ଧକ୍ ଗର୍ଲଙ୍କ ସହ ଘଟିଥିଲା ଏମିତି ଘଟଣା

ବଲିଉଡର ଧକଧକ ଗାର୍ଲ ମାଧୁରୀ ଦିକ୍ଷୀତଙ୍କ ଫ୍ୟାନ୍ ଫଲୋଅର ଅଧିକ । ତାଙ୍କୁ କିଏ ବା ପସନ୍ଦ ନକରେ । ସର୍ବଦା ମାଧୁରୀ ତାଙ୍କ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ । ନିଜ ବ୍ୟକ୍ତିଗତ ଜୀବନର ଚାପକୁ ନିଜ କାମରେ ଦେଖାଇବାକୁ କେବେ ଇଚ୍ଛା କରନ୍ତି ନାହିଁ । ଚଳଚ୍ଚିତ୍ର ନିର୍ମାତା ରାଜକୁମାର ସନ୍ତୋଷି ଏକ ସାକ୍ଷାତକାରରେ କହିଛନ୍ତି ଯେ ଏକଦା ମାଧୁରୀ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଘଡି ସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିଲେ ।

ତଥାପି ସେ ତାଙ୍କର କର୍ତ୍ତବ୍ୟ ପ୍ରତି କେବେହେଲେ ଅବହେଳା କରିନଥିଲେ । ସେତେବେଳେ ସେ ରିଲ ଲାଇଫରେ ଏମିତି ଅଭିନୟ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ରାଜକୁମାର ସନ୍ତୋଷି କହିଛନ୍ତି ଯେ ଯେତେବେଳେ ସେ ଓଟିରେ ସୁଟିଂ କରୁଥିଲେ ସେତେବେଳେ ତାଙ୍କ ସହ ଘଟିଥିଲା କିଛି ଘଟଣା । ତାଙ୍କୁ ବାଙ୍ଗାଲୋରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ପଡିଲା ।

ରାଜକୁମାର ସନ୍ତୋଷି ଏବଂ ମାଧୁରୀ ଦୀକ୍ଷିତ ପ୍ରଥମ ଥର ପାଇଁ ‘ପୁକାର’ରେ ଏକାଠି କାମ କରିଥିଲେ । ଏହା ବ୍ୟତୀତ ଦୁହେଁ ୨୦୨୦ ଚଳଚ୍ଚିତ୍ର ‘ଲଜା’ ରେ ଏକାଠି କାମ କରିଥିଲେ । ଯେଉଁଥିରେ ସେ ଥିଏଟର କଳାକାର ଭୂମିକାରେ ଅଭିନୟ କରିଥିଲେ । ମାଧୁରୀଙ୍କ କାର୍ଯ୍ୟର ପାରଦର୍ଶିତା ବର୍ଣ୍ଣନା କରି ରାଜକୁମାର କହିଛନ୍ତି, ଆମେ ଓଟିରେ ସୁଟିଂରେ ବ୍ୟସ୍ତ ଥିଲୁ ।

ପ୍ରଡକ୍ସନ୍ ଇନ୍-ଚାର୍ଜ ମୋ ପାଖକୁ ଆସି ପଚାରିଲେ ଯେ ଆମେ ଅପଗାହ୍ନ ୨.୩୦ ସୁଦ୍ଧା ସୁଟ୍ ଶେଷ କରିପାରିବା କି ନାହିଁ । କାରଣ ମାଧୁରୀଙ୍କୁ ସନ୍ଧ୍ୟା ସୁଦ୍ଧା ଯିବାକୁ ପଡିବ । ମୁଁ ତାଙ୍କୁ କହିଲି ଆମେ ଚେଷ୍ଟା କରିବୁ । ମଧ୍ୟାହ୍ନ ଭୋଜନରେ ମୁଁ ଜାଣିଲି ଯେ ମାଧୁରୀ ଦୀକ୍ଷିତଙ୍କ ପିତାଙ୍କ ଘରେ ଚଢାଉ କରାଯାଇଛି । ଏହାକୁ ନେଇ ସେ ବହୁତ ଟେନସନରେ ଅଛନ୍ତି ।

ସନ୍ତୋଶୀ କହିଛନ୍ତି, ‘ମାଧୁରୀ ଦୀକ୍ଷିତଙ୍କ ମା ଆମ ସହ ସୁଟିଂରେ ଥିଲେ । ମାନସିକ ସ୍ତରରେ ସେ ଠିକ୍ ନଥିଲେ ସତ୍ତ୍ୱେ ମାଧୁରୀ ଦୀକ୍ଷିତ କମେଡି ଦୃଶ୍ୟ ପାଇଁ ସୁଟିଂ କରୁଥିଲେ । ସେ ନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇ ନଥିଲେ ଯେ ସେ ଚାପରେ ଅଛନ୍ତି ।

Related posts

ରାସ୍ତାରେ ପଡିଛି ଅଜଣା ମହିଳାଙ୍କ ମୃତ ଦେହ

Odisha Halchal

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal

ବାଲାଟ୍ ପେପରକୁ ଭୁଲ୍ ଭାବେ ଭାଙ୍ଗି ଭୋଟରଙ୍କୁ ଦେଲେ ପୁଲିଂ ଅଫିସର, ସରପଞ୍ଚ ଭୋଟ୍ ବନ୍ଦ କଲା ପ୍ରଶାସନ

Odisha Halchal

Leave a Comment