ଅପରାଧଓଡ଼ିଶା ଖବରନ୍ୟୁଜ୍

ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ବର୍ଷ କାରାଦଣ୍ଡ

ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ବର୍ଷ କାରାଦଣ୍ଡ

ମାଲକାନଗିରି :-(ରିପୋର୍ଟ:-କ୍ରିଷ୍ଣପଦୋ ରାୟ) ଜିଲ୍ଲା ଦୈରାଜର୍ଜ ଅଜନ୍ତା ଷଡ଼ଙ୍ଗୀ ଜଣେ ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ଗତବର୍ଷ ଜାନୁୟାରୀ ମାସ ୨୦୨୧ ମସିହାରେ ଏମଭି-୭ ଗ୍ରାମର ପୋଲିସ କନେଷ୍ଟବଳ ସଂଜୀବ ହିରା ନାମକ ବ୍ୟକ୍ତିଙ୍କୁ ଚିତ୍ରକୋଣ୍ଡା ଅଂଚଳରୁ ୮ କ୍ବିଣ୍ଟାଲ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଗିରଫ ହୋଇଥିଲେ। ଅବକାରୀ ବିଭାଗ ପକ୍ଷରୁ ମାଲକାନଗିରି ବାଲିମେଳା ରାସ୍ତା ପଟ୍ରେଲ ଛକ ନିକଟରେ ଏକ ବୋଲେରୋ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିଥିଲେ। ଅବକାରୀ ବିଭାଗର ତତ୍କାଳୀନ ଇନସପେକ୍ଟର ଗଂଗା ପାଇକରାୟ ।

ଗାଡ଼ିରେ ଥିବା ୮ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ କନେଷ୍ଟବଳକୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଥିଲେ।ଏହି ମାମଲାର ଆଜି ବିଚାର କରି ସ୍ବତନ୍ତ୍ର ଜର୍ଜ, କନେଷ୍ଟବଳ ସଂଜିବ ହିରାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି।

Related posts

ଆଜି 12 ଘଣ୍ଟିଆ ସୋନପୁର ବନ୍ଦ ଡାକରା

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

Leave a Comment