ଓଡ଼ିଶା ଖବରନ୍ୟୁଜ୍

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

ଦୁର୍ନୀତି ନିବାରଣ ପାଇଁ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା

ନୂଆପଡା :-(ରିପୋର୍ଟ :- ଚେତୁଁରାମ ପ୍ରଧାନୀ ) କୋମନା ବ୍ଲକ ଅନ୍ତର୍ଗତ କୁରେଶ୍ଵର ଗ୍ରାମ ପଂଚାୟତ ସ୍ଥିତ ଉଦ୍ୟାନବନ୍ଧ ଠାରେ GPLF ମାନଙ୍କ ଦ୍ୱାରା ଦୁର୍ନୀତି ନିବାରଣ ସଚେତନତା ଅଭିଯାନ ଆରମ୍ଭ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ସଭାପତି ବାସନ୍ତୀ ମାଝୀ ଓ ସମ୍ପାଦକ ବାସନ୍ତୀ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ ମହିଳା ସହର ପରିକ୍ରମା କରି ଲୋକମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ

ଦୁନିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ସତକର୍ମ ଓ ଆତ୍ମ ବିଶ୍ୱାସ ଜରୁରୀ ଅଟେ. ତେବେ ଯାଇ ସୁନାର ସଂସାର ହସି ଉଠିବ. କିନ୍ତୁ କିଛି ବେପରୁଆ, ଲାଞ୍ଚଖୋର, ସ୍ୱାର୍ଥପର କର୍ମଚାରୀମାନଙ୍କ ଅବହେଳା ଓ ନିଜସ୍ୱ ସ୍ୱାର୍ଥ ଯୋଗୁଁ ଦୁର୍ନୀତି ଦୁନିଆରେ ବଢ଼ି ଚାଲିଛି.

ତେଣୁ କରି ମହିଳାମାନଙ୍କ ଦୁର୍ନୀତି ନିବାରଣ ସଚେତନତା ବାର୍ତ୍ତା ହେଉଛି -ବାଟମରଣା କରୁଛି ଯିଏ,ଦେଶର ଶତ୍ରୁ ଅଟଇ ସିଏ.ଅନ୍ୟାୟ ଦୁର୍ନତି କରିବା ଯେବେ, ଭିଜିଲାନ୍ସ ଜାଲରେ ପଡିବା ତେବେଦୁର୍ନୀତି ହଟିଲେ ଦେଶ ହସିବ,ଗାଁ ଗହଳିର ଉନ୍ନତି ହେବ.ସୁନାର ସଂସାର ହସି ଉଠିବ.ତେଣୁ ଏହି ସବୁ ସ୍ଲୋଗାନ ମାଧ୍ୟମରେ ଲୋକମାନକୁ ସଚେତନ କରିବା ସହ ଦୁର୍ନୀତି ନିବାରଣ ପାଇଁ ଲୋକମାନଙ୍କୁ ବୁଝାଇଥିଲେ.

Related posts

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

Odisha Halchal

ଦୁର୍ନୀତି ନିବାରଣ ବିଭାଗ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

Odisha Halchal

Leave a Comment