ଅପରାଧଓଡ଼ିଶା ଖବରନ୍ୟୁଜ୍

ସୋସାଇଟି ସଂପାଦକଙ୍କ ଭିଲିଆନଗିରି

ସୋସାଇଟି ସଂପାଦକଙ୍କ ଭିଲିଆନଗିରି

କେନ୍ଦ୍ରାପଡା:-ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୁଣ୍ଡା ଲଗାଇ ଦେଉଛନ୍ତି ଧମକ। ଗଣମାଧ୍ୟମ ପ୍ରତିନିଧି ମଧୁରଗଣ୍ଡ ସୋସାଇଟିକୁ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ସମ୍ପାଦକ ଲଗାଇଲେ ଗୁଣ୍ଡା। ଖାଲି ସେତିକି ନୁହେଁ ଦୁର୍ନିତୀର ପେଡ଼ି ଖୋଲି ଯିବାରୁ ସମ୍ପାଦକଙ୍କ ଲଗାଉଛନ୍ତି ସ୍ଥାନୀୟ ଗୁଣ୍ଡା। ଯାହାର ଭିଡିଓ ଆମେ ଆପଣଙ୍କୁ ପୂର୍ବରୁ ଦେଖାଇଛୁ। ମଧୁରଗଣ୍ଡ ସମବାୟ ସମିତିର ସମ୍ପାଦକଙ୍କ ବିରୁଦ୍ଧରେ ମନମୁଖୀ ଶାସନକୁ ନେଇ ବାରମ୍ବାର ଅଭିଯୋଗ ହେଉଛି।

ଅଭିଯୋଗ ସତ୍ବେ ସମ୍ପାଦକ ଚଲାଇଛନ୍ତି ମନମୁଖୀ ଶାସନ। ଏଭଳି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଚାଷୀ। ତେବେ ଗତକାଲି ମଧୁରଗଣ୍ଡ ସୋସାଇଟି ଧାନ ମଣ୍ଡିରେ ଧାନ ଉଠୁଥିବା ବେଳେ ସମ୍ପାଦକ ଉପସ୍ଥିତ ନଥିବା ଅଭିଯୋଗ ଖବର ପାଇଁ ଗଣମାଧ୍ୟମ ପ୍ରତିନିଧି ଯାଇଥିଲେ। କିନ୍ତୁ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରୁଥିବା ବେଳେ କୈାଣସି କାରଣରୁ ଖବର ପାଇଁ ସୋସାଇଟି ସମ୍ପାଦକ ଲଗାଇଥିଲେ ଗୁଣ୍ଡା।

ସମ୍ପାଦକଙ୍କ ବିରୁଦ୍ଧରେ ଅଭିଯୋଗ ହେଉଛି ଯେ ସମ୍ପାଦକ ଚଲାଉଛନ୍ତି ମନମୁଖୀ ଶାସନ। ଚାଷୀଙ୍କ ଅନୁପସ୍ଥିତିରେ ଚାଲିଛି ଧାନ ମପା। ବେପାରୀଙ୍କ ଧାନ ମପା କରାଯାଉଥିବା ଅଭିଯୋଗ ହେଉଛି। ଅଭିଯୋଗ ପରେ ଏନେଇ ସମ୍ପାଦକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚଅଫ ଥିବା ଜଣାପଡିଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆମ ପ୍ରତିନିଧି ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts

ମୋ ବାପାର ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ

Odisha Halchal

ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ ଆରମ୍ଭ ହେବ ହକି ମହାକୁମ୍ଭ

Odisha Halchal

ମଠରେ ପଡିଲା ରକ୍ତର ଛିଟା : ଯୁବକଙ୍କୁ ପଥରରେ ଛେଚି ବିଭତ୍ସ ହତ୍ୟା, ମହନ୍ତ ଅଟକ

Odisha Halchal

Leave a Comment