ଅପରାଧଓଡ଼ିଶା ଖବରନ୍ୟୁଜ୍

ଚୀନାମାଟି ଖଣି ଖନନକୁ ବିରୋଧ କରି ପୋଲିସ କୁ ଆକ୍ରମଣ

ଚୀନାମାଟି ଖଣି ଖନନକୁ ବିରୋଧ କରି ପୋଲିସ କୁ ଆକ୍ରମଣ

କୋରାପୁଟ :-(ରିପୋର୍ଟ-ଦଶରଥ ମାଛ)ନନ୍ଦପୁର ବ୍ଲକ ଅନ୍ତର୍ଗତ କୁମାର ଗନ୍ଧଣା ଚୀନାମାଟି ସୁରକ୍ଷା ସମିତି ପକ୍ଷରୁ ଖଣିଖନନକୁ ବିରୋଧ କରି ପୋଲିସ ଉପରକୁ ଆକ୍ରମଣ ହୋଇଛି । ଅଞ୍ଚଳ ବାସିଙ୍କ ଦାବୀ ହେଲା ଯେଉଁ କମ୍ପାନୀ ମାଟି ଖନନ କରି ନେଉଛି ପ୍ରଥମେ ଅଞ୍ଚଳ ବାସୀଙ୍କ ସହ ଆଲୋଚନା କରି ଅଞ୍ଚଳର ପାରିପାର୍ସୀକ ଉନ୍ନୟନ ମୂଳକ କାର୍ଯ୍ୟ କରୁ ଓ କମ୍ପାନୀ ଏଠାରେ ଖୋଲା ଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଉ।

ମାଲିକାନାରେ ଥିବା ଜମି ଗୁଡ଼ିକ ଖଣି ଖନନ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାରୁ ଜମି ମାଲିକଙ୍କୁ ତାହାର କ୍ଷତିପୂରଣ ଦିଆଯାଉ। ଏଭଳି ଦାବୀ ଦୀର୍ଘ ୪ ବର୍ଷ ହେଲାଣି ଗ୍ରାମବାସୀ କରି ଆସୁଛନ୍ତି। ଲମତାପୁଟ ବ୍ଲକ ଅନ୍ତର୍ଗତ କୁମାର ଗନ୍ଧଣା ପଞ୍ଚାୟତରେ ଚୀନାମାଟି ଖଣି ଖନନ ପାଇଁ ଆନ୍ଧ୍ରର ଏକ କମ୍ପାନୀକୁ ଅନୁମତି ଦିଆଯାଇଥିବା ବେଳେ, ଖଣି ଅଞ୍ଚଳକୁ କମ୍ପାନୀର ସୁରକ୍ଷା କର୍ମୀ ମାନଙ୍କୁ ପଠାଯାଇ ଖଣି ଖନନ ପାଇଁ ଉଦ୍ୟମ କରାଯାଇଥିବା ବେଳେ ସେଠାକୁ ପ୍ରାୟ ସହେରୁ ଉର୍ଦ୍ଧ୍ବ ଗ୍ରାମ ବାସୀ ଆସି ଖନନ କାର୍ଯ୍ୟକୁ ବିରୋଧ କରିଥିଲେ ଓ ସୁରକ୍ଷା କର୍ମୀଙ୍କ ସହ ପାଟିତୁଣ୍ଡ କରିଥିଲେ।

ପରିସ୍ଥିତି ଅଣାୟତ ହେବାରୁ ନନ୍ଦପୁର ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ପୋଲିସ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉତ୍ୟକ୍ତ ଲୋକେ ନନ୍ଦପୁର ଥାନା ଅଧିକାରୀ ପ୍ରଫୁଲ୍ଲ ଲାକ୍ରାଙ୍କୁ ଠେଲି ତଳେ ପକାଇ ମାରଣାସ୍ତ୍ର ସହ ଆକ୍ରମଣ ଉଦ୍ୟମ କରିଥିଲେ। ନିକଟରେ ଥିବା ସହଯୋଗୀ ପୋଲିସ କର୍ମୀ ମାନେ ଥାନା ଅଧିକାରୀଙ୍କୁ ଉଧାର କରିଥିଲେ ।ପରେ ପୋଲିସ ନମ୍ରତା ସହ ଲୋକଙ୍କୁ ବୁଝା ସୁଝା କରି କମ୍ପାନୀ ସୁରକ୍ଷା କର୍ମୀଙ୍କୁ ଉଦ୍ଧାର କରିଥିଲେ ।

ପୋଲିସ ଅଧିକାରୀଙ୍କୁ ଅକ୍ରମଣ ଘଟଣାର ଭିଡିଓ ଆସିବା ପରେ ଏହାକୁ ସବୁ ମହଲରେ ନିନ୍ଦା କରାଯାଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଥିବା ସହ ଘଟଣାର ତଦନ୍ତ କରୁଥିବା ନନ୍ଦପୁର ଏସ୍ଡ଼ିପିଓ ସୂଚନା ଦେଇଛନ୍ତି।

Related posts

କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

Odisha Halchal

ରାତିରେ ଚାଲିଛି ପୋଲିସର ବଟି ଆଦାୟ ଖେଳ

Odisha Halchal

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଯାଦବ, ବିଧାୟକ ଭାବ ଭାବ ଉତ୍ତରପ୍ରଦେଶ ରାଜନୀତିରେ ରହିବେ ସକ୍ରିୟ

Odisha Halchal

Leave a Comment