ଅପରାଧଓଡ଼ିଶା ଖବରନ୍ୟୁଜ୍

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରାଙ୍କୁ ଜେଲ

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପୁତୁରାଙ୍କୁ ଜେଲ

କଟକ :-ବିଜେବି କଲେଜ ନିକଟରେ ଏକ ଘରୋଇ ବସ୍(ଓଆର୍-୧୬ଇ-୦୫୦୭) ସହିତ ତାଙ୍କ ଗାଡ଼ିର ଦୁର୍ଘଟଣା ଘଟଣାକୁ କେନ୍ଦ୍ରକରି ବିଜେବି କଲେଜ ନିକଟରେ ପାଟିତୁଣ୍ଡ ହୋଇଥିଲା। ପରେ ଅମରେନ୍ଦ୍ର ଓ ତାଙ୍କ ସହଯୋଗୀ ବସ୍ ମ୍ୟାନେଜର୍‌ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଗାଡ଼ିରେ ଧରି କଟକ ଆଡ଼କୁ ଦ୍ରୁତ ଗତିରେ ଚାଲିଆସିଥିଲେ। ପ୍ରତାପନଗରୀ ଟୟୋଟା ସୋରୁମ୍ ନିକଟରେ ଗାଡ଼ିରୁ ବସ୍‌ର ଦୁଇ କର୍ମଚାରୀଙ୍କୁ ଓହ୍ଲାଇ ରାସ୍ତାରେ ଆଣ୍ଠେଇଦେବା ସହିତ ନିର୍ଘାତ ମାଡ଼ ମାରିଥିଲେ। ଏହି କାଣ୍ଡର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଘଟଣା ପ୍ରଘଟ ହୋଇଯାଇଥିଲା। ବାଧ୍ୟହୋଇ ସଦର ଥାନା ପୁଲିସ ଭିକିଙ୍କୁ ଗିରଫ କରିବା ପାଇଁ ପିଛା କରିଥିଲା। ଲାଲବାଗ ପଟୁ ବାରଙ୍ଗ ବଜାର ଦେଇ ସେ ରବିବାର ରାତି ପ୍ରାୟ ୮ଟା ବେଳେ ଏକ କାର୍‌ରେ ଭୁବନେଶ୍ବର ଯାଉଥିବା ବେଳେ ପୁଲିସ ତାଙ୍କ ପିଛା କରି କାବୁ କରିଥିଲା।

ଅନ୍ୟପଟେ ଭାଇଚାରା ସହର କଟକରେ ଏଭଳି ଘଟଣା ଘଟିବା ପଛରେ ପୁଲିସର ଅପାରଗତାକୁ ଟାର୍ଗେଟ କରିଛି ଆମ୍ ଆଦମୀ ପାର୍ଟି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ସମ୍ପାଦକ ଅମିତ ମହାପାତ୍ର, ଜିଲ୍ଲା ଯୁବ ସଭାପତି ଆଶୁତୋଷ ପରିଡ଼ା ଓ ନଗର ସମ୍ପାଦକ ସବ୍ୟସାଚୀ ମହାନ୍ତି ଦାବି କରିଥିବା ସୂଚନା ମିଳିଛି।ଉଲ୍ଲେଖଯୋଗ୍ୟ ଯେ ରାଜରାସ୍ତାରେ ଏକ ଘରୋଇ ବସ୍‌ର ଦୁଇ କର୍ମଚାରୀଙ୍କୁ ଆଣ୍ଠେଇ ମାଡ଼ ମାରିବା ମାମଲାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ପୁତୁରା ତଥା ରାଜ୍ୟ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଭିକି ଓରଫ ଅମରେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଚୌଦ୍ବାର ସର୍କଲ୍‌ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ସଦର ଥାନା ପୁଲିସ ରବିବାର ଦିନ ଭିକିଙ୍କୁ କଟକ ସଦର ଏସ୍‌ଡିଜେଏମ୍ କୋର୍ଟରେ ହାଜର କରିଥିଲା। ରାତି ୮ଟାରେ ଜେଲ୍‌ ହାଜତରେ ପଠାଯାଇଥିବା ବେଳେ ତାଙ୍କୁ ଏକ ସ୍ବତନ୍ତ୍ର ରୁମ୍‌ରେ ରଖାଯାଇଥିବା କୁହାଯାଉଛି। ତାଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ପ୍ରାୟ ୧୪ସଂଗିନ ଅପରାଧିକ ମାମଲା ରହିଛି। କେବଳ ସଦର ଥାନାରେ ୮ଟି ମାମଲା ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀଙ୍କୁ ବି ଚିହ୍ନଟ କରିଛି। ଏମାନଙ୍କ ମଧ୍ୟରେ କାଫ୍‌ଲାବଜାରର ଆସିଫ୍ ଅମନ୍, ଅମର୍, ଜଗା ପ୍ରମୁଖ ରହିଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିବା ସୂଚନା ମିଳିଛି।

Related posts

ବାଇକ୍ ଦୁର୍ଘଟଣା, ଗୋଟିଏ ପରିବାର ର ତିନି ମୃତ

Odisha Halchal

କୁକୁର ଆକ୍ରମଣରେ ଚାଲିଗଲା ହରିଣର ଜୀବନ

Odisha Halchal

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

Leave a Comment