ଓଡ଼ିଶା ଖବରନ୍ୟୁଜ୍

ଶାରୀରିକ ଅକ୍ଷମତା ସତ୍ତ୍ବେ ପାଟିରେ ପେନ୍‌ସିଲ ଧରି ଆଙ୍କିଛନ୍ତି ୫-ଟି ବିଦ୍ୟାଳୟର ସୁନ୍ଦର ଚିତ୍ର

ଶାରୀରିକ ଅକ୍ଷମତା ସତ୍ତ୍ବେ ପାଟିରେ ପେନ୍‌ସିଲ ଧରି ଆଙ୍କିଛନ୍ତି ୫-ଟି ବିଦ୍ୟାଳୟର ସୁନ୍ଦର ଚିତ୍ର

ବଲାଙ୍ଗୀର:- ମୁରିବାହାଲ ବ୍ଲକ୍‌ ଯମୁନାବାହାଲ ଗାଁର ଝିଅ ପାୟଲ ନାଗ। ପାୟଙ୍କଲ ଜୀବନ କାହାଣୀ ଅତ୍ୟନ୍ତ ବେଦନାଦାୟକ। ତାଙ୍କୁ ଯେତେବେଳେ ୫ବର୍ଷ ହୋଇଥିଲା, ବାପା ବିଜୟ ନାଗ ଓ ମା’ଙ୍କ ସହ ରାୟପୁରରେ ଥିଲେ। ବାପାମା’ ସେଠାରେ ଦାଦନ ଖଟୁଥିଲେ। ଦୁହେଁ ଏକ କୋଠାରେ କାମ କରୁଥିବା ବେଳେ ପାୟଲ ନିଜ ଛୋଟ ଭାଇ ସହ ଖେଳୁଥିଲେ। ହଠାତ୍‌, କୋଠାକୁ ଲାଗି ରହିଥିବା ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ ସେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଛତିଶଗଡ଼ ସରକାରଙ୍କ ଉଦ୍ୟମ କ୍ରମେ ପାୟଲ ବଂଚିଯାଇଥିଲେ ସତ, ଉଭୟ ହାତ ଓ ଗୋଡ଼ ହରାଇଥିାଲ।

ଅବସ୍ଥା ଟିକେ ଭଲହେବାରୁ ବାପାମା’ଙ୍କ ସହ ଗଁାକୁ ଚାଲି ଆସିଥିଲେ ପାୟଲ। ଶାରୀରିକ ଅକ୍ଷମତା ସତ୍ତ୍ବେ ମନକୁ ଦୃଢ଼ କରିଥିଲେ। ଚାରି ହାତଗୋଡ଼ ନଥିଲେ ବି ସ୍କୁଲ ଯିବାକୁ ମନ ବଳାଇଥିଲା। ଗାଁ ସ୍କୁଲରେ ବାପା, ମା’ ତାଙ୍କର ନଁା ଲେଖାଇଥିଲେ। ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଜିଲ୍ଲା ପ୍ରଶାସନ ସେ ସମୟରେ କିଛିଟା ସହାୟତା ଦେଇଥିଲେ।ବ୍ଲକ୍‌ସ୍ତରୀୟ ସୁରଭି କାର୍ଯ୍ୟକ୍ରମର ଚିତ୍ରାଙ୍କନ ପ୍ରତିଯୋଗିତାରେ କମାଲ ଦେଖାଇଛି ଦାଦନ ଦିବ୍ୟାଙ୍ଗ ଶିଶୁ ପାୟଲ ନାଗ। ଏବେ ସେ ନବମ ଶ୍ରେଣୀର ଛାତ୍ରୀ। ହାତ କି ଗୋଡ଼ ନଥିବାରୁ ନିଜ ପାଟିରେ ପେନ୍‌ସିଲ ଧରି ଆଙ୍କିଛନ୍ତି ୫-ଟି ବିଦ୍ୟାଳୟର ଏକ ସୁନ୍ଦର ଚିତ୍ର। ଦାନ୍ତରେ ରଙ୍ଗିନ ପେନ୍‌ସିଲ୍‌କୁ ଜାବୁଡ଼ି ଧରି ଏହି ଚିତ୍ର ସେ ଆଙ୍କିଛନ୍ତି। ସାଧାରଣ ଛାତ୍ରଛାତ୍ରୀଙ୍କ ସହ ବ୍ଳକ୍‌ ପ୍ରତିଯୋଗିତାରେ ଭାଗନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଛି। ଜିଲ୍ଲାପାଳ ଚଞ୍ଚଳ ରାଣା ବି ନିଜ୍‌ ଟ୍ୱିଟର୍‌ ଆକାଉଣ୍ଟରେ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି।

ବର୍ଷ ପରେ ବର୍ଷ ବିତିବା ପରେ ପାୟଲଙ୍କୁ ଭୁଲି ଯାଇଥିଲା ପ୍ରଶାସନ। ଘଟଣାଚକ୍ରରେ ୮ ବର୍ଷ ପରେ ବି ପାୟଲଙ୍କ ବାପା, ମା’ ପୁଣିଥରେ ଦାଦନ ଖଟିବାକୁ ଚାଲିଯାଇଥିଲେ। ପୁଣି ଅଧବାଟରେ ରହିଯାଇଥିଲେ ଏହି କୁନିଝିଅ ପାୟଲ । ଗତ ଏପ୍ରିଲ ମାସ ୨ ତାରିଖ ଦିନ ପାୟଲଙ୍କ ସ୍ୱପ୍ନ ଓ ପରିବାରର ବେଦନାକୁ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ପ୍ରଶାସନ ଚେତିଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ୍‌ ପ୍ରଶାସନ ତୁରନ୍ତ ପାୟଲ ପାଖରେ ପହଞ୍ଚିଥିଲେ। ପାୟଲଙ୍କୁ ଘରୁ ଆଣି ବଲାଙ୍ଗୀର ନିକଟ ପାର୍ବତୀଗିରି ଆଶ୍ରମରେ ରଖାଯାଇଥିଲା, ଯେଉଁଠି ଏବେ ନବମ ଶ୍ରେଣୀରେ ପଢ଼ୁଛନ୍ତି।

Related posts

ଜିଲ୍ଲାରୁ ତିନିଜଣ ଜାତୀୟ ସମ୍ମାନରେ ପୁରସ୍କୃତ

Odisha Halchal

ମୂଲ୍ୟବୃଦ୍ଧି ଓ ବେକାରୀ ଉପରେ ଚାଲୁ ବୁଲଡୋଜର: ରାହୁଲ ଗାନ୍ଧି

Odisha Halchal

ସୋନାକ୍ଷୀ ସିହ୍ନା ସେୟାର କଲେ ନିର୍ବନ୍ଧର ଫଟୋ

Odisha Halchal

Leave a Comment