ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଏପ୍ରିଲ୍‌ ୨୮ରୁ ଯୁକ୍ତ ୨ ପରୀକ୍ଷା, ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଏପ୍ରିଲ୍‌ ୨୮ରୁ ଯୁକ୍ତ ୨ ପରୀକ୍ଷା, ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ମାଟ୍ରିକ୍‌ ପରେ ଏବେ ଯୁକ୍ତ ୨ ବୋର୍ଡ ପରୀକ୍ଷା ତାରିଖ ଘୋଷଣା । ଏପ୍ରିଲ୍‌ ୨୮ରୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ । ଖରାକୁ ଦେଖି ଦୈନିକ ସକାଳ ୯ଟାରୁ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ଚଳିତ ବର୍ଷ ମୋଟ ୩ ଲକ୍ଷ ୨୦ ହଜାର ପିଲା ପରୀକ୍ଷା ଦେବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ।

ସେହିପରି ଏପ୍ରିଲ୍‌ ୨୯ ତାରିଖରୁ ମାଟ୍ରିକ୍‌ ପରୀକ୍ଷା ହେବ, ଯାହା ମେ ମାସ ୭ ଶେଷ ହେବ । ପ୍ରତ୍ୟକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ରହିବ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ରେଗୁଲାର୍‌ ପରୀକ୍ଷାର୍ଥୀଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ଏବଂ ଏକ୍ସ ରେଗୁଲାରଙ୍କ ପାଇଁ ଅଲଗା ପ୍ରଶ୍ନପତ୍ର ରହିବ । ୪ ଟି ସେଟ୍‌ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

Odisha Halchal

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ,

Odisha Halchal

Leave a Comment