ଓଡ଼ିଶା ଖବରନ୍ୟୁଜ୍

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

ରାୟଗଡା :- (ରିପୋର୍ଟ :-ପ୍ରସାଦ ସାହୁକାର )ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂ ଙ୍କ କରକମଳରେ କଲ୍ୟାନସିଂହପୁର୍ ବ୍ଲକ ର ଶିକରପାଇ ଠାରେ ସୌର ଚାଳିତ ଶୀତଳ ଭଣ୍ଡାର ର ଉଦ୍ଘାଟନ ହୋଇଅଛି । ଓରମାସ୍ ଓ ଜୀବିକା ମିଶନ୍ ଦ୍ଵାରା ଗ୍ରାମାଞ୍ଚଳରେ ଗଠନ କରାଯାଇଥିବା ବିଭିନ୍ନ ଉତ୍ପାଦକ ଗୋଷ୍ଠୀ ମାନେ ପନିପରିବା ଓ ଫଳମୂଳ ଚାଷ କରୁଛନ୍ତି । ଏହି ଉତ୍ପାଦର ବିକ୍ରି ବଟା ପାଇଁ ବାଜାରୀକରଣ ର ସୁବିଧା କରାଯାଇଅଛି ।

ବେଳେ ବେଳେ ବିକ୍ରି ବଟା ରେ ଅସୁବିଧା ଓ ମୂଲ୍ୟ ହାସ ଦ୍ଵାରା ପନିପରିବା ବଜାରକୁ ଯାଇ ପାରୁନଥିଲା ଏହାକୁ ଦୃଷ୍ଟି ରେ ରଖି ଓରମାସ୍, ଉତ୍ପାଦକ ଗୋଷ୍ଠୀ ସମୂହ ମିଶି ସେଲକୋ ଫାଉଣ୍ଡେସନ ର ସହାୟତା ରେ ଏକ ୫ ଟନ୍ ବିଶିଷ୍ଟ ଏକ ସୌର ଚାଳିତ ଶୀତଳ ଭଣ୍ଡାର ସ୍ଥାପନ କରା ଯାଇ ଅଛି । ଏହା ଦ୍ଵାରା ଓରମାସ୍ ଓ ମିଶନ ଶକ୍ତି ଦ୍ଵାରା ଗଠନ କରାଯାଇଥିବା ଉତ୍ପାଦକ ଗୋଷ୍ଠୀ ମାନେ ବିଶେଷ ଉପକୃତ ହେବେ। ଏହି ଶୀତଳ ଭଣ୍ଡାର ରେ ୧୫ ରୁ ୨୦ ଦିନ ପର୍ଯନ୍ତ ପନିପରିବା ସତେଜ ରହିପାରିବ।

ଯାହାଦ୍ୱାରା ଚାଷୀମାନେ ବିନା ଖର୍ଚ୍ଚ ରେ ବିଶେଷ ଉପକୃତ ହେବେ । ଆଜିର ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ରେ ବିଡିଓ କଲ୍ୟାଣସିହ୍ନପୁର ଶ୍ରୀ ତାପସ ଭୋଇ, ଡିପିଏମ ଓଲେମ ହେମନ୍ତ ବାଘ,ଡେ଼ପୁଟି ସିଇଓ ମନୋଜ କୁମାର ପାତ୍ର, ସେଲକୋ ଫାଉଣ୍ଡେସନ ର ଶ୍ରୀ କ୍ରିଷ୍ଣା, ବିପିଏମ୍ କଳ୍ପତରୁ ବେହେରା,ଓରାମସ ଏକଜୁଟିଭ ଜି. ଲକ୍ଷ୍ମଣ ଏବଂ ହର୍ଷା ଟ୍ରଷ୍ଟ ର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।

Related posts

ପଳାତକ ବିଜୟ ମାଲ୍ୟା, ନିରବ ମୋଦୀ ଏବଂ ମେହୁଲ ଚୋକସିଙ୍କଠାରୁ ୧୮,୦୦୦ କୋଟି ଟଙ୍କା ଉଦ୍ଧାର କରିଛି ବ୍ୟାଙ୍କ

Odisha Halchal

ଧରାପଡିଲେ ଦୁଇ ସାଇବର ଠକ

Odisha Halchal

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

Odisha Halchal

Leave a Comment