ଅପରାଧଓଡ଼ିଶା ଖବରନ୍ୟୁଜ୍

ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ଘଟଗାଁ ନାବାଳିକା ଗଣଦୁଷ୍କର୍ମ ମାମଲା ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

୨ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ । କେନ୍ଦୁଝରର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଶୁଣାଇଛନ୍ତି ପୋକ୍ସୋ କୋର୍ଟ । ଏହାସହ ୫୦ ହଜାର ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି ।

ଯଦି ଅଭିଯୁକ୍ତମାନେ ଜରିମାନା ଦେବାରେ ବିଫଳ ହୁଅନ୍ତି ତେବେ ଅଧିକ ଏକ ବର୍ଷ ଜେଲ ଦଣ୍ଡା ଭୋଗିବେ । ଜିଲ୍ଲାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ଦଣ୍ଡ ବିଧାନ କରିଛନ୍ତି। ଏହା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ଜିଲ୍ଲାର ଘଟଗାଁ ଥାନା ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମକ ଶିକାର ହୋଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

Related posts

ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ

Odisha Halchal

ଆଜି ପବିତ୍ର ଉତ୍କଳ ଦିବସ ,ଅତୀତର ସେନାନାୟକଙ୍କ ଅବଦାନକୁ ମନେପକାଇବା ପାଇଁ ଏହି ଦିନଟି ଉତ୍ସର୍ଗୀକୃତ

Odisha Halchal

ବୋହୂକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୁ ଶ୍ଵଶୁର

Odisha Halchal

Leave a Comment