ଓଡ଼ିଶା ଖବରନ୍ୟୁଜ୍

ପୂର୍ବତନ ଉପବାଚସ୍ପତିଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ପୂର୍ବତନ ଉପବାଚସ୍ପତିଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ

ମାଥିଲି:- ( ରିପୋର୍ଟ:- ଅଲେଖ ସାହା) ବ୍ଲକର ପାଙ୍ଗମ ଗ୍ରାମର ହାତୀରମ ଗୁରୁ ବିଦ୍ୟା ମନ୍ଦିର ପୀଠ ଠାରେ ପ୍ରହଲ୍ଲାଦ ଦୋରା ଓ ରତ୍ନମାଳା ମେମୋରିଆଲ ଟ୍ରଷ୍ଟ ତରଫରୁ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା ଓ ରତ୍ନମାଳାଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପଛୁଆ ବର୍ଗ ସଂଖ୍ୟା ଲଘୁ ଓ ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାର୍କା ଓ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ । ଅତିଥି ମାନେ ସ୍ବର୍ଗତ ପ୍ରହଲ୍ଲାଦ ଦୋରା ଓ ପତ୍ନୀ ରତ୍ନମାଳାଙ୍କ ପ୍ରତିମୂର୍ତ୍ତି ଉନ୍ମଚିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା , ରାୟଗଡା ବିଧାୟକ ମକରନ୍ଦ ମୁଦୁଲି , ବରିଷ୍ଠ ନେତା ଗଙ୍ଗାଧର ମୁଦୁଲି , ପୂର୍ବତ୍ତନ ଉପ ଜିଲ୍ଲାପାଳ ରାତିକୃଷ ପାତ୍ର ପୂର୍ବତନ ବିଧାୟକ ମାନସ ମାଡକାମୀ , ପୂର୍ବତ୍ତନ ବିଧାୟକ ଡମ୍ବରୁ ସୀସା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ , ପୌର ଅଧ୍ୟକ୍ଷ ମନୋଜ କୁମାର ବାରିକ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲି , ପୂର୍ବତ୍ତନ ପୌର ଅଧ୍ୟକ୍ଷା ରାଜବନ୍ତ କୌର ,ବରିଷ୍ଠ ବିଜେଡି ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ,ବିଜେଡି ସାଧାରଣ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଗୋପାଳ କୃଷ୍ଣ ପଣ୍ଡା ,ବରିଷ୍ଠ ନେତା ହଳଧର ପୂଜାରୀ , ବରିଷ୍ଠ ନେତା ଶରତ ବୁରୁଦା ପ୍ରମୁଖ ଙ୍କ ବହୁ ବିଶିଷ୍ଟ ବୁଦ୍ଧି ଜୀବି ଓ ସମସ୍ତ ଆଇନଜୀବୀ ଯୋଗ ଦେଇ ସ୍ୱର୍ଗତ ଦୋରା ଙ୍କ ପ୍ରତିମୂର୍ତି ରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ଵଳନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏମ୍ ଡି ଆକବର ପରିଚାଳନା କରିଥିଲେ ।

Related posts

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

Odisha Halchal

ଥଣ୍ଡା ପାନୀୟ ଜଳର ମେସିନ ଦୂର କଲା ଲୋକ ମାନଙ୍କର ପିଇବା ପାଣି ସମସ୍ୟା

Odisha Halchal

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

Leave a Comment