ଓଡ଼ିଶା ଖବରନ୍ୟୁଜ୍

ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ

ବିଏସଏଫ ଡିଆଇଜିଙ୍କ ଉପସ୍ଥିତିରେ ୧୪ତମ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ

ମାଲକାନଗିରି:- ୧୪/୧୦/୨୦୨୨ ( ରିପୋର୍ଟ, କ୍ରିଷ୍ଣପଦୋ ରାୟ) ସୀମା ସୁରକ୍ଷା ବଳ ଏବଂ ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ସହଯୋଗରେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଯୁବା ବିନିମୟ କାର୍ଯ୍ୟକ୍ରମ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ବିଏସଏଫ୍ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ଫ୍ଲାଗ ଦେଖାଇବା ସହିତ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏସଏଫ ଯବାନ ର ବହୁ ପଦାଧିକାରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଏଥି ସହିତ ମାଲକାନଗିରି ଜିଲ୍ଲାର ୭୦ ଜଣ ଆଦିବାସୀ ଯୁବକ ଯୁବତୀମାନେ ୭ ଦିନ ପାଇଁ ଗୁଜୁରାଟର ଅହମ୍ମଦାବାଦକୁ ଯାତ୍ରା କରିବେ। ଏହି ଗ୍ରୁପରେ ୩୨ ଜଣ ଯୁବକ ଏବଂ ୩୮ ଜଣ ଆଦିବାସୀ ଯୁବତୀ ଯାତ୍ରା କରିବେ।ଏହି ଯାତ୍ରା ସମୟରେ ଆଦିବାସୀ ଯୁବକ ଯୁବତୀମାନେ ଅକ୍ଟୋବର ୧୬ ରୁ ୨୨ ପର୍ଯ୍ୟନ୍ତ ଗୁଜରାଟର ଅହମ୍ମଦାବାଦ ସହରର ଭ୍ରମଣ କରିବେ ଏବଂ ରହିବେ। ଏହି ଗସ୍ତ ସମୟରେ ସେମାନେ ଗୁଜୁରାଟର ରାଜ୍ୟପାଳ, ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ପରି ସାମ୍ବିଧାନିକ ଅଧିକାରୀ, ସଫଳ ବ୍ୟକ୍ତିତ୍ଵ, ଟିଭି/ଚଳଚ୍ଚିତ୍ର ତାରକା ଏବଂ ରାଜ୍ୟର ଅନ୍ୟ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତିତ୍ଵଙ୍କ ସହ ସାକ୍ଷାତ କରିବାର ସୁଯୋଗ ପାଇବେ।

ଏହି ସମୟରେ ସେମାନଙ୍କୁ କ୍ୟାରିୟର ମାର୍ଗଦର୍ଶନ ଏବଂ ପରାମର୍ଶ ଦିଆଯିବ। ଦେଶର ସାମାଜିକ ତଥା ସାଂସ୍କୃତିକ ନୈତିକତାକୁ ଭଲ ଭାବରେ ବୁଝିବା ପାଇଁ ସେମାନେ ବଡ଼ କ୍ରୀଡା ଇଭେଣ୍ଟ, ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରତିଷ୍ଠାନ, ଐତିହାସିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ କରିବେ। ସେମାନଙ୍କର ଜ୍ଞାନକୌଶଳକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଯାହାକି ଆଗାମୀ ଦିନରେ ସେମାନଙ୍କୁ ଏକ ଉଜ୍ଜ୍ଵଳ ଭବିଷ୍ୟତ ଗଢିବା ଦିଗରେ ସହାୟକ ହେବ।

Related posts

ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

Odisha Halchal

ଲକ୍ଷାଧିକ ଟଙ୍କାର ବାଣ ଜବତ

Odisha Halchal

Leave a Comment