ଓଡ଼ିଶା ଖବରନ୍ୟୁଜ୍

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

ବହୁଦିନ ଧରି ଜଳ ସମସ୍ୟାରେ ଚାଷୀ,ଫସଲ ନକରି ପଡିଆ ପଡିଛି ଚାଷଜମି

ବୁଗୁଡ଼ା:-(ରିପୋର୍ଟ :– ପୂର୍ଣ୍ଣ ଚନ୍ଦ୍ର ପୋଲାଈ) ଆଜକୁ ପ୍ରାୟ ଦୀର୍ଘ ୧୭ ବର୍ଷ ଧରି ଜଳ ସମସ୍ୟାରେ ପଡ଼ି ରହିଛନ୍ତି ଚାଷୀ, ଜଳ ସମସ୍ୟା କୁ ନେଇ ଚାଷଜମି ପଡ଼ିଛି ପଡିଆ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କରସିଙ୍ଗି ଗାଁ ର ଚଢ଼ିଆଟୋଟା ନିକଟରେ ଦୁଇଟି ଏଲାଇପଏଣ୍ଟ ଦିଆଯାଇଥିଲା।ଗୋଟିଏ ବିଜୁ ଉଠାଜଳ ସେଚନ ହୋଇଥିବା ବେଳେ ଅନ୍ୟ ଏଲାଇ ପଏଣ୍ଟ ଟି ନବୀନ ପଟ୍ଟନାୟକ ଉଠା ଜଳ ସେଚନ ନାମରେ ହୋଇଥିଲା ।

ହେଲେ ଗୋଟିଏ ସ୍ଥାନ ରେ ଆଜକୁ ପ୍ରାୟ ୧୦ ବର୍ଷ ରୁ ଉର୍ଦ୍ଧଧରି ମୋଟର ଗାୟାବ ହୋଇଥିବା ବେଳେ ଅନ୍ୟ ଏଲାଈ ପଏଣ୍ଟ ର ମୋଟର ଖତ ହେଲାଣି।କରସିଂଗି ଗ୍ରାମ ରେ ପ୍ରାୟ ୧୫୦୦ ରୁ ଉର୍ଦ୍ଧ ଚାଷଜମିରେ ପାଣି ମାଡୁ ଥିଲା ଏବଂ ଚାଷୀଙ୍କର ଚାଷ କ୍ଷେତ୍ର ରେ ସୁବିଧା ହେଉଥିଲା ।ଯାହାକି ଆଜି ଜଳର ସମସ୍ୟା ରୁ ବହୁ ଚାଷଜମି ପଡିଆ ପଡିଛି।

ଚାଷୀ ତାର ଯଦିଓ ଚାଷ କରିବା ପାଇଁ ଇଚ୍ଛା ପ୍ରକଟ କରେ ତାହାଲେ ଏକମାତ୍ର ବରଷା ଜଳ ଉପରେ ସାହା ଭରଷା କରିବାକୁ ପଡ଼ିଥାଏ
ଯାହାକି ଚାଷ ଜମିରେ ପାଣି ମଡାଈ ପାଇଁ କେନାଲ ର ସୁବିଧା ମଧ୍ୟ ନଥିବାରୁ ଆଜକୁ ପ୍ରାୟ ୧୭ ବର୍ଷ ପାଖାପାଖି ଚାଷୀ ଚାଷ କାର୍ଯ ନକରି ଜମି ପଡିଆ ପକାଇଛନ୍ତି।ପାଣି ସମସ୍ୟା କୁ ନେଇ ପ୍ରଶାସନ ଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି କିଛି ଗୁହାରି ଶୁଣୁ ନଥିବା ଚାଷୀ କୂଳ କହିଛନ୍ତି।

Related posts

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

ଗଜପତିରେ କେନ୍ଦ୍ର ବୟନ ଶିଳ୍ପ ଓ ରେଳ ରାଷ୍ଟ୍ର ମନ୍ତ୍ରୀ

Odisha Halchal

ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Odisha Halchal

Leave a Comment