ଓଡ଼ିଶା ଖବରଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

5G Networkରେ ଡାଟା ସରିବା ସହ ହୋଇପାରେ ଏହିସବୁ କ୍ଷତି: ଏବେଠୁ ରୁହନ୍ତୁ ସାବଧାନ

5G Networkରେ ଡାଟା ସରିବା ସହ ହୋଇପାରେ ଏହିସବୁ କ୍ଷତି ଏବେଠୁ ରୁହନ୍ତୁ ସାବଧାନ

ଭାରତରେ ଲଞ୍ଚ ହୋଇସାରିଛି ୫ଜି ନେଟୱାର୍କ । କିଛି ସହରର ବ୍ୟକ୍ତି ଏହାର ଏକ୍ସପେରିଏନ୍ସ ମଧ୍ୟ ନେଇ ସାରିଛନ୍ତି । ତେବେ ଏହି ୫ଜି ସେବା ଦ୍ୱାରା ଗ୍ରାହକମାନଙ୍କ ପାଇଁ ହାଇସ୍ପିଡ ନେଟୱାର୍କ ସହ ଆହୁରି ଅନେକ ଫାଇଦା ଉପଲବ୍ଧ ହୋଇପାରିବ । କେବଳ ଲାଭ ନୁହେଁ ୫ଜି ବ୍ୟବହାର କରିବା ଦ୍ୱାରା ଆପଣ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ୫ଜି ବ୍ୟବହାର ଦ୍ୱାରା କେଉଁ ପ୍ରକାର କ୍ଷତି ହୋଇପାରେ…
• କମ୍ ସମୟରେ ସରିବ ଡାଟା: ସବୁଠୁ ମୁଖ୍ୟ ଏବଂ ଅଧିକ ରେକର୍ଡ ହୋଇଥିବା ସମସ୍ୟା ହେଉଛି ଡାଟା । ୫ଜି ବ୍ୟବହାର କରିବା ଦ୍ୱାରା ୪ଜି ତୁଳନାରେ ଖୁବ କମ ସମୟରେ ଅଧିକ ଡାଟା ଶେଷ ହୋଇ ଯାଉଛି । ସ୍ପିଡ ଅଧିକ ଥିବାରୁ ଏଭଳି ଅସୁବିଧା ଦେଖିବାକୁ ମିଳୁଛି । ତେବେ ଭିଡିଓ କଞ୍ଜମ୍ପସନ ଏହାର ଏକ ବଡ ଉଦାହରଣ ।
• ବ୍ୟାଟେରୀ ଖୁବଶୀଘ୍ର ଶେଷ ହେବ: ସ୍ପିଡ ଡାଟା ସହିତ ଫୋନକୁ ଅଧିକ କାମ କରିବାକୁ ପଡିବ । ଏଥିପାଇଁ ଆପଣଙ୍କ ଡାଟା ମଧ୍ୟ ଖୁବଶୀଘ୍ର ଶେଷ ହୋଇଯିବ । ତେବେ ଅନେକ ଲୋକ ବ୍ୟାଟେରୀ ବଞ୍ଚାଇ ରଖିବା ପାଇଁ ଡାଟା ଅଫ କରି ଦେଇଥାନ୍ତି । ତେବେ ୫ଜିରେ ଯେବେ ଆଫଣ ଅଦିକ ଡାଟା ବ୍ୟବହାର କରିବେ, ନିଶ୍ଚିତ ଭାବରେ ଆପଣଙ୍କ ବ୍ୟାଟେରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ ।
• ଖର୍ଚ୍ଚାନ୍ତର ହେବେ ଶିକାର: ୫ଜି ସେବା ପାଇଁ କେବଳ ବ୍ୟାଟେରୀ ଏବଂ ଡାଟା କଞ୍ଜମ୍ପସନର ଚିନ୍ତା ନୁହେଁ, ଗ୍ରାହକଙ୍କୁ ସେମାନଙ୍କ ରିଚାର୍ଜ ପ୍ଲାନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ତେବେ ୫ଜି ପ୍ଲାନ ଲକ୍ଷ କରିବା ସମୟରେ କମ୍ପାନୀ ନିଜ ଏୟାରପିୟୁ ସୁଧାରିବା ପାଇଁ ଚେଷ୍ଟା କରିବେ ଯାହାଦ୍ୱାରା ରିଚାର୍ଜ ପ୍ଲାନର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ । ତେଣୁ ଗ୍ରାହକଙ୍କ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ ।
• ୪ଜି ଡିଭାଇସ ଗୁଡିକୁ ଅପଗ୍ରେଡ କରିବାକୁ ହେବ: ୫ଜି ସେବା ପାଇବା ପାଇଁ ଗ୍ରାହକଙ୍କୁ ୫ଜି ସ୍ମାର୍ଟଫୋନର ଆବଶ୍ୟକ ହେବ । ତେଣୁ ଆପଣଙ୍କୁ ନୂଆ ସ୍ମାର୍ଟଫୋନ କିଣିବାକୁ ପଡିବ । ତେବେ ୫ଜି ଫୋନର ଡିମାଣ୍ଡ ବଢିବା ସହିତ ୪ଜି ଫୋନଗୁଡିକର ମୂଲ୍ୟ ଧିରେ ଧିରେ କମ ହେବ ।

Related posts

କେନ୍ଦ୍ରମନ୍ତ୍ରୀଙ୍କ ଜିଲ୍ଲାରେ କାର୍ଯ୍ୟକାରି ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା

Odisha Halchal

ରାଜ୍ୟପାଳ ପୁରସ୍କାର ପାଇଲେ ଜିଲ୍ଲା ଶିକ୍ଷାଧିକାରୀ

Odisha Halchal

ସ୍କୁଲ ଛାତ ରୁ ପଡି ଛାତ୍ର ମୃତ

Odisha Halchal

Leave a Comment