ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

ଆବର୍ଜନାମୟ ବସଷ୍ଟାଣ୍ଡ ମହିଳା ପରିଶ୍ରାଗାରର ଦୟନୀୟ ଅବସ୍ଥା

ଭଞ୍ଜନଗର:-(ଓଡିଶା ହାଲଚାଲ) ଭଞ୍ଜନଗର ବସଷ୍ଟାଣ୍ଡକୁ ପ୍ରତି ଦିନ ହଜାର ହଜାର ଯାତ୍ରୀ ଆସନ୍ତି କିନ୍ତୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସୁଖ ନିଦ୍ରା ଯୋଗୁଁ ବସଷ୍ଟାଣ୍ଡ ପଥପ୍ରାନ୍ତ ପରିଶ୍ରାଗାର ସବୁସମୟରେ ଅପରିଷ୍କାର ରହୁଛି। ସଫେଇ କର୍ମଚାରୀଙ୍କ ଦ୍ବାରା ସଫେଇ ହେଉଅଛି ନା ନାହିଁ ଏହାର ରିପୋର୍ଟ ତଲବ କରିବା କ୍ଷେତ୍ରରେ ଅବହେଳା ଯୋଗୁଁ ଏଭଳି ଦୟନୀୟ ଅଚଳାବସ୍ଥା ସୃଷ୍ଟି ହୋଇଅଛି।

ଯାତ୍ରୀ ମାନେ ଟିକସ ଦେଉଛନ୍ତି କିନ୍ତୁ ତାଙ୍କ ଅଧିକାର ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ ଅବହେଳା ପ୍ରଦର୍ଶନ କରୁଅଛି। ମା’କୁ ସମ୍ମାନର ନାରା ଦେଉଥିବା ବିଜେଡି ସରକାରଙ୍କ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସହରରୁ ପ୍ରତିନିଧିତ୍ଵ କରୁଥିବା ବେଳେ ପଥପ୍ରାନ୍ତ ମହିଳା ପରିଶ୍ରାଗାରର ଅତ୍ୟନ୍ତ ଦୟନୀୟ ଅବସ୍ଥା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭଞ୍ଜନଗର ନାଗରିକ ସୁରକ୍ଷା ମଞ୍ଚର ର ଆବାହକ ତଥା ଓକିଲ ସଂଘର ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ଗୌଡ଼ଙ୍କ ନେତୃତ୍ବରେ ଭଞ୍ଜନଗର ବାସୀଙ୍କ ଆନ୍ଦୋଳନ ଫଳରେ ଭଞ୍ଜନଗର ମୁନସିପାଲଟି ର ମାନ୍ୟତା ପାଇଲା କିନ୍ତୁ ଭଞ୍ଜନଗର ବାସୀଙ୍କୁ ଏଭଳି ରୁଗଣ ସେବା ଯଦି ଯୋଗାଇଦିଆଯିବ ତେବେ ଭଞ୍ଜନଗର ବାସୀଙ୍କ ପାଇଁ ଏହା ଅଭିଶପ୍ତ ହୋଇଯିବ। ତୁରନ୍ତ ଏ ଦିଗରେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭଞ୍ଜନଗର ଉପଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଶଙ୍କର ଇନକିଲାବ ଦୃଢ ଦାବି ରଖିଛନ୍ତି।

Related posts

ଇଦ ମିଲାଦୁନ ନବୀ ଉତ୍ସବ ପାଳନ

Odisha Halchal

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼

Odisha Halchal

ନକଲି ମଦ କାରଖାନାରେ ବିପୁଳ ମାତ୍ରାରେ ମଦ

Odisha Halchal

Leave a Comment