ଓଡ଼ିଶା ଖବରନ୍ୟୁଜ୍

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

କାଲିମେଳା:-(ରିପୋର୍ଟ :-ସୁକୁମାର ମଣ୍ଡଳ)କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତଣ୍ଡାପାଲ୍ଲୀ ଗ୍ରାମ ପଞ୍ଚାୟତ ଅଧୀନ ଏମ୍ ଭି-16 ନମ୍ବର ଗ୍ରମର ବିଦ୍ୟାଳୟରେ ଆଜି ସଂଧା ପାଞ୍ଚ ଘଟିକା ସମୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବ ସମ୍ମାନୀତ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲ ଉପସ୍ଥିତ ହୋଇ ଉଦଘାଟନ କରିଥିଲେ। ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ଆବାହନ ଗୀତ ସହିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାଧନା ମଣ୍ଡଳଙ୍କ ପରିଚାଳନାରେ ମୂଖ୍ୟ ବକ୍ତା ଭାବେ ବିଇଓ ପଡ଼ିଆ ଶ୍ରୀ ଅଶୋକ ରଞ୍ଜନ ମାଳୀ, ସମ୍ମାନୀତ ଅତିଥି ଭାବେ ସରପଞ୍ଚ ତଣ୍ଡାପାଲ୍ଲୀ,ଶିକ୍ଷକ ସଂଘ ସଭାପତି ଶ୍ରୀ ତାରକ ମଣ୍ଡଳ, ମୂଖ୍ୟ ଅତିଥି ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ଅଧ୍ୟାପକ ଶ୍ରୀ ଆର କେ ସ୍ୱାଇଁ, ସମ୍ମାନୀତ ଅତିଥି ପୂର୍ବତନ ଏବିଇଓ ଶ୍ରୀ ରବିନ୍ଦ୍ର ମହାରଣା ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ପ୍ରମୁଖ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଉଦ୍ଦବୋଧନ ଦେଇ ଭଲ ମଣିଷ ହେବାକୁ କହିଥିଲେ।ସମସ୍ତ ମଞ୍ଚାସିନ ଅତିଥି ଗଣ ଆହୁରି କହିଥିଲେ ଯେ ସବୁ ବିଦ୍ୟାଳୟ ଗୁଡିକ ଗୋଟିଏ ଗୋଟିଏ ମଣିଷ ତିଆରି କାରଖାନା। ପିଲାମାନେ ଏହି କାରଖାନା ମାନଙ୍କରୁ ଭଲ ମଣିଷ ହୋଇ ଦେଶ ଏବଂ ଜାତି ପାଇଁ ଭଲ କାମ କରିବା ଉଚିତ। ଏହି ବାର୍ଷିକ ଉତ୍ସବରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେଙ୍କ ଦ୍ଵାରା ଖେଳ, ନୃତ୍ୟ ପ୍ରଭୃତି କରାଯାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା।

ଏହି ବାର୍ଷିକ ଉତ୍ସବରେ କୁନି କୁନି ଛାତ୍ରଛାତ୍ରୀମାନେ ସମାଜକୁ ସଚେତନ କରିବା ପାଇଁ , ଆମେ କିପରି କୋରନାରୁ ଦୂରରେ ରହିପାରିବା, ଏବଂ ଗଛ କାଟିବା ତଥା ଜଙ୍ଗଲରେ ନିଆଁ ଲଗାଇଲେ ଆମର କ’ଣ କ୍ଷତି ହୋଇଥାଏ, ତାହା ନାଟକ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଏହି 14ତମ ବାର୍ଷିକ ଉତ୍ସବରେ ଉପସ୍ଥିତ ହୋଇଥିବା ସମସ୍ତ ଅତିଥି ବୃନ୍ଦ ଏହି ଭଳି ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାଧନା ମଣ୍ଡଳଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ। କାଲିମେଳାରୁ ସୁକୁମାର
ମଣ୍ଡଳଙ୍କ ରିପୋର୍ଟ ଓଡ଼ିଶା ହଲଚଲ।

Related posts

ଭବିଷ୍ୟତ କରିବାକୁ ଉଜ୍ୱଳ ଜୀବନ ସହ ଚାଲିଛି ଖେଳ

Odisha Halchal

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

ଦୁର୍ଘଟଣା ପୀଡ଼ିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Odisha Halchal

Leave a Comment