ଅପରାଧଓଡ଼ିଶା ଖବରନ୍ୟୁଜ୍

ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ

ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ

ରାଇଘର:-(ରିପୋର୍ଟ:- ଗୁଲ୍ ଶନ୍ କୁମାର)ବ୍ୟବସାୟୀଙ୍କ ଶବ ଉଦ୍ଧାର ଘଟଣା ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ ।ନବରଙ୍ଗପୁର ଜିଲ୍ଲା ରାଇଘର ବଜାର ଠାରୁ ଦୁଇ କିମି ଦୂରରେ ଥିବା ପୋଲ ନିକଟରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାର ଦୁଇ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଘଟଣାର ଗୁମର ଖୋଲି ପାରି ନାହିଁ l ଅନ୍ୟ ପଟେ ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁଗତ ଅକ୍ଟୋବର ମାସରେ ମୃତ ବ୍ୟବସାୟୀଙ୍କ ପୁତୁରା ପିଣ୍ଟୁ ହାଲଦାର l ଏହି ଘଟଣା ନେଇ ଥାନା ଦ୍ୱାରସ୍ଥ ହୋଇ ମୃତୁ ର ପର୍ଦ୍ଦାଫାଶ କରିବାକୁ ରାଇଘର ଥାନରେ ଜଣାଇଥିଲେ l

ପ୍ରକାଶ ଥାଉ କି ଯେ , ଗତ ସେପ୍ଟେମ୍ବର ୨୭ ତାରିଖ ସକାଳେ କାନାହାଣ୍ଡି ମୁଖ୍ୟ ରାସ୍ତାରେ ବ୍ୟବସାୟୀ ଦିଲୁ ହାଲଦାର୍ ଙ୍କ ଯେଉଁ ଅବସ୍ଥାରେ ଶବ ଉଦ୍ଧାର ହୋଇଥିଲା ବେକରେ କିଛି ଚିନ୍ହ ରହିଥିବା ଦେଖିବାକୁ ମିଳିଥିଲା l ମୃତ ବ୍ୟବସାୟୀ ସ୍ତ୍ରୀଙ୍କ କହିବା ଅନୁଯାୟୀ ଖାଇବା ପରେ ଘରୁ ବାହାରି ଥିଲେ କିନ୍ତୁ ଘରକୁ ଫେରି ନ ଥିଲେ l ତେବେ ବ୍ୟବସାୟୀ ଜଣକ ରାତି ଅଧରେ କାହା ପାଖକୁ ଯାଇଥିଲେ l ବ୍ୟବସାୟୀ ନିକଟରେ କାହାର ଫୋନ୍ ଆସି ଥିଲା ନା ନିଜେ ବାହାରି ଥିଲେ ନା ଘଟଣା ପଛରେ ଅନ୍ୟ କିଛି କାରଣ ରହିଛି ତାହାକୁ ନେଇ ପୋଲିସ ତଥ୍ୟ ସଂଗ୍ରହ କରିଥିଲା। କିନ୍ତୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ କୌଣସି ପ୍ରକାର ତଥ୍ୟ ସାମ୍ନା କୁ ଆସି ପାରିନାହିଁ।

ତାଙ୍କର ଦୁଇ ପୁଅ ମଧ୍ଯ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଦିଲୁ ହାଲଦାର୍ ସମ୍ପୁର୍ଣ୍ ଭାଙ୍ଗି ପଡିଥିଲେ। ତାସହ ଦିଲୁ ରାଇଘର ବଜାରରେ ଶୁଦ୍ଧ ଆକାରରେ ଲୋକଙ୍କୁ ଟଙ୍କା ଦେଇ ପ୍ରତ୍ୟେକ ଦିନ ଟଙ୍କା ଆଦାୟ କରିଆସୁଥିଲେ ମାର୍କେଟ ରେ ଲକ୍ଷ ଲକ୍ଷ ଟଙ୍କା ତାଙ୍କର କାରବାର ଚାଲିଥିଲା। ତେବେ ରାଇଘର ବଜାରରେ ବେଶ୍ ପରିଚିତ ଦିଲୁ ହାଲଦାର୍ ଙ୍କ ମୃତ ଦେହ ଉଦ୍ଧାର ପରେ ସବୁ ମହଲରେ ଆଲୋଚନା ର କେନ୍ଦ୍ର ବିନ୍ଦୁ ପାଲଟିଥିଲା।ଘଟଣା ପଛରେ ଅର୍ଥ କାରବାର ନା ପାରିବାରିକ ହିଂସା ଏହାକୁ ନେଇ ଚର୍ଚା ଜୋର୍ ଧରିଥିବା ବେଳେ ପୋଲିସ ସବୁ ଦିଗ ଉପରେ ଗୁରୁତ୍ୱ ଦେଇ ତଦନ୍ତ କରି ଆସୁଥିଲା ଏବଂ ଘଟଣା ସ୍ଥଳରେ ଉମରକୋଟ ଏସଡିପିଓ ଶୁଭେନ୍ଦୁ କୁମାର୍ ଶବର ରାଇଘର ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦାଙ୍କ ସହ ସାଇଣ୍ଟିଫିକ ଟିମ୍ ସ୍ବତନ୍ତ୍ର ଭାବେ ତଦନ୍ତ କରିଥିଲେ l

ବ୍ୟବସାୟୀଙ୍କୁ ହତ୍ୟା କରାଯାଇ ଫିଙ୍ଗି ଥିବା ନେଇ ଯେଉଁ ଚର୍ଚା ହେଉଛି ଘଟଣା ପଛରେ ସତ୍ୟତା ଉନ୍ନୋଚିତ କରିବା ଆବଶ୍ୟକତା ରହିଥିବା ବେଳେ l କିଏ ଓ କେଉଁ କାରଣ ଯୋଗୁଁ ଏହି ଘଟଣା ଘଟାଇଛି ସମସ୍ତ ତଥ୍ୟ ସାମ୍ନାକୁ ଆସିବା ଆବଶ୍ୟକତା ରହିଅଛି। ଅନ୍ୟପଟେ ବ୍ୟବସାୟୀଙ୍କ ଘରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିବା ମଧ୍ୟ ଚର୍ଚା ହୋଇଥିଲା l ତେବେ ଘଟଣାର ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଘଟଣାର ସତ୍ୟତା ଉନ୍ନୋଚିତ ହୋଇ ପାରୁନଥିବା ଯୋଗୁଁ ପରିବାରବର୍ଗ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଘଟଣାର ପର୍ଦା ପାସ କରିବାକୁ ସାଧାରଣ ରେ ଦାବି ହେଉଛି।

Related posts

ନଦୀରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

Odisha Halchal

ଦୀପ ନିଆଁ ରେ ପୋଡି ହୋଇ ଚାରି ଗୁରୁତର

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment