ଦେଶ ବିଦେଶନ୍ୟୁଜ୍

ପୁଟିନ୍ ନେଲେ ପ୍ରତିଶୋଧ: ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼

ପୁଟିନ୍ ନେଲେ ପ୍ରତିଶୋଧ ୟୁକ୍ରେନର ରାଜଧାନୀ କିଭରେ କଲେ ୭୫ଟି ମିସାଇଲ ମାଡ଼

କ୍ରିମିୟା ପୁଲ୍ ବିସ୍ଫୋରଣର ପ୍ରତିଶୋଧ ନେବାକୁ ଯାଇ ସୋମବାର ଦିନ ୟୁକ୍ରେନର ରାଜଧାନୀ କିଭ ସମେତ ଅଲଗା ଅଲଗା ସହରରେ ମିସାଇଲ ମାଡ଼ କରିଛି ରୁଷ । ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧ ପାଖାପାଖି ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । କିଭର ମେୟର ଏହି ମିସାଇଲ ମାଡ଼ ବିଷୟରେ ସୂଚନା ଦେଇଛନ୍ତି ।

ଏହା ପରେ ୟୁକ୍ରେନର ରାଷ୍ଟ୍ରପତି ଜେଲେସ୍କି ମଧ୍ୟ ମିଡିଆ ସାମ୍ନାରେ କହିଛନ୍ତି ଯେ, ଆଜି ସାରା ଦେଶରେ ଆକ୍ରମଣ ହୋଇଛି । ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି ।’ ତେବେ କିଭରେ କିଛି ଦିନ ହେବ ଶାନ୍ତିର ବାତାବରଣ ଥିଲା । କୁହାଯାଉଛି କି, ରୁଷ ୟୁକ୍ରେନ ଉପରେ ପ୍ରାୟ ୭୫ଟି ମିସାଇଲ ମାଡ଼ କରିଛି ।

ତେବେ ଶନିବାର ଦିନ ରୁଷ ଓ କ୍ରିମିୟାକୁ ଯୋଡ଼ୁଥିବା ପୁଲ ଉପରେ ଏକ ଟ୍ରକରେ ଥିବା ବିସ୍ଫୋଟକରେ ନିଆଁ ଲାଗିଥିଲା । ଯାହାଫଳରେ ବଡ଼ ବିସ୍ଫୋରଣ ହୋଇଥିଲା ଓ ପୁଲର ଅଧାଭାଗ ସମୁଦ୍ରକୁ ଖସିପଡ଼ିଥିଲା । ରୁଷର ରାଷ୍ଟ୍ରପତି ପୁଟିନ୍ ଏହି ବିସ୍ଫୋରଣ ପଛରେ ୟୁକ୍ରେନ୍ ଥିବା କହିଥିଲେ ଓ ଏଭଳି ‘ଆତଙ୍କବାଦୀ କାମ’କୁ ନିନ୍ଦା କରିଥିଲେ । ଏହା ପରେ ପୁଟିନ୍ ଏହାର ପ୍ରତିଶୋଧ ନେବେ ବୋଲି ଆଶଙ୍କା କରାଯାଉଥିବା ବେଳେ ଆଜି ସେ ଏହାକୁ ପ୍ରମାଣିତ କରିଛନ୍ତି।

Related posts

ଦଳୀୟ କନ୍ଦଳ ଯୋଗୁଁ କ୍ଷମତା ହରାଉଛି କଂଗ୍ରେସ

Odisha Halchal

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା

Odisha Halchal

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

Odisha Halchal

Leave a Comment