ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା, ସାମ୍ନା କୁ ଆସିଲା ସତ

ଯାଜପୁର:-(ରିପୋର୍ଟ- ସାଜିଦ ଅଲ୍ଲି )ନାବାଳିକା କୁ ଦୁଷ୍କର୍ମ ପରେ ହତ୍ୟା ସାମ୍ନା କୁ ଆସିଲା ସତ ମୁଖ୍ୟ ଅଭିଯୁକ୍ତ କୁ ଯାଜପୁର ପୋଲିସକଲା ଗିରଫଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ର ପୁର ଥାନା ଅନ୍ୟାସପୁର ନାବାଳିକା ମୃତଦେହ ଉଦ୍ଧାର ଘଟଣା, ନାବାଳିକା ଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଥିବା ପୋଲିସ ର ସୂଚନା। ହତ୍ୟାକାରୀ ଅଭିଯୁକ୍ତ ସୁବ୍ରତ ବେହେରା ଗିରଫ ପରେ କୋର୍ଟ ଚାଲାଣ।

ଅଭିଯୁକ୍ତ ପ୍ରଥମେ ଦୁଷ୍କର୍ମ କରିବା ପରେ ନାବାଳିକା ଙ୍କୁ ତଣ୍ଟି କାଣ୍ଟି ହତ୍ୟା କରିଥିବା ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଲେ ଯାଜପୁର ଏସ ଡି ପି ଓ ।ତେବେ ସୂଚନା ଅନୁଯାୟୀ ଗତ ଫ୍ରେବ୍ରୁଆରୀ 18 ତାରିଖ ଦିନ ବରି ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରୁ ମିଳିଥିଲା ଏକ ନାବାଳିକା ଙ୍କ ମୃତ ଦେହ ।

ମୃତ ଦେହ କୁ ପୋଲିସ ଠାବ କରି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ।ଏକ ଅପମୃତ ମାମଲା କରି ତଦନ୍ତ ଆରମ୍ଭ କରିଥିଲା ବରୀ ପୋଲିସ ।ଶବ ବ୍ୟବଚ୍ଛେଦ ହେବାର ଦୀର୍ଘଦିନ ପରେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିଥିଲା ନାବାଳିକା ଜଣକୁ ପ୍ରଥମେ ଦୁଷ୍କର୍ମ ଓ ପରେ ତଣ୍ଟି କାଣ୍ଟି ହତ୍ୟା କରାଯାଇଥିଲା ।

ଏହି ଘଟଣା ଜଣା ପଡିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ ।ଆଉ ଶେଷରେ ଅଭିଯୁକ୍ତ କୁ ଧରିବା ରେ ସକ୍ଷମ ହୋଇଥିଲା ଯାଜପୁର ପୋଲିସ ।ମୁଖ୍ୟ ଅଭିଯୁକ୍ତ କୁ ବ୍ୟଙ୍ଗଲୋରୁ ଠାବ କରିଥିଲା ପୋଲିସ ।ଏହାର ପରେ ପୋଲିସ ଆଗର ସବୁ ସତ ବଖାଣି ଥିଲା ଅଭିଯୁକ୍ତ ସୁବ୍ରତ ବେହରା ।

Related posts

ଡ୍ରେସ୍ କିଣିବାକୁ ପଇସା ନଦେବାରୁ ମାକୁ ହତ୍ୟା

Odisha Halchal

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ

Odisha Halchal

ଦେଶ ବିଦେଶର ମୁଖ୍ୟ ଖବର

Odisha Halchal

Leave a Comment