ଖେଳଦେଶ ବିଦେଶନ୍ୟୁଜ୍

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

ଟି-୨୦ ବିଶ୍ଵ କପ୍ ପୂର୍ବରୁ ଅଷ୍ଟ୍ରେଲିଆ ପହଞ୍ଚିଲେ ଉର୍ବଶୀ ରୌତେଲା, ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’
ଟି-୨୦ ବିଶ୍ଵ କପ୍‌ ପାଇଁ ଭାରତୀୟ କ୍ରିକେଟ୍ ଦଳର ମିଶନ ଆରମ୍ଭ ହୋଇ ଯାଇଛି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ପର୍ଥରେ ନିଜର ଅଭ୍ୟାସ୍ ଚଳାଇଛି। ଦଳ ଅକ୍ଟୋବର ୧୦ରେ ପ୍ରଥମ ଓ୍ଵାର୍ମ ଅପ୍ ମ୍ୟାଚ୍ ଖେଳିବ। ଏହା ମଧ୍ୟରେ ରବିବାର ସାମାଜିକ ଗଣମାଧ୍ୟମରେ ଭାରତୀୟ ଦଳର ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଋଷଭ ପନ୍ତ ଟ୍ରେଣ୍ଡ ହେବାରେ ଲାଗିଛନ୍ତି। ଏହା ପଛର କାରଣ ମଧ୍ୟ ରୋଚକ ରହିଛି।

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଇନଷ୍ଟାଗ୍ରାମ ନିଜ ଫଟୋ ପୋଷ୍ଟ କରି ଅଷ୍ଟ୍ରେଲିଆରେ ପହଞ୍ଚିଥିବା ସୂଚନା ଦେଇଛନ୍ତି। ସେ ପ୍ରାଇଭେଟ୍ ଜେଟ୍‌ରେ ବସିଥିବାର ଫଟୋ ଛାଡିଛନ୍ତି। ଏହା ପରେ ୟୁଜର୍ସ ଋଷଭ ପନ୍ତଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିଛନ୍ତି। ବର୍ତ୍ତମାନ ଋଷଭ ପନ୍ତ ଅଷ୍ଟ୍ରେଲିଆରେ ଭାରତୀୟ ଦଳ ସହିତ ବିଶ୍ଵ କପ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଉର୍ବଶୀଙ୍କ ପୋଷ୍ଟ ଉପରେ ଜଣେ ୟୁଜର ଲେଖିଛନ୍ତି, ଋଷଭ ପନ୍ତ ଆପଣଙ୍କ ଅପେକ୍ଷାରେ ଅଛନ୍ତି। ଆଉ ଜଣେ ଲେଖିଛନ୍ତି, ଅଷ୍ଟ୍ରେଲିଆ କଣ ପାଇଁ… ପନ୍ତ ଅଛନ୍ତି ତ ? ଅନ୍ୟ ଜଣେ ଲେଖିଛନ୍ତି ପନ୍ତଙ୍କୁ ଭେଟିବାକୁ ଯାଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏବେ ତ ମାନିଯାଅ ଋଷଭ ଛୋଟୁ ଭାଇ, ଦିଦି ଆପଣଙ୍କ ପାଇଁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ପହଞ୍ଚିଗଲେ। ଆଉ କେହି କେହି କହୁଛନ୍ତି ପନ୍ତଙ୍କ କ୍ୟାରିୟର ଏବେ ସରିଲା। ଟୁଇଟ୍‌ରରେ ଉର୍ବଶୀ ଏବଂ ଋଷଭଙ୍କୁ ନେଇ ଖୁବ୍ ମିମ୍ସ ତିଆରି କରୁଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

Related posts

ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା

Odisha Halchal

ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

Odisha Halchal

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

Odisha Halchal

Leave a Comment